Friday, March 29, 2024

Top 5 This Week

Related Posts

ଲେପ୍ରା ଇଣ୍ଡିଆ ଆମ୍ବାସାଡର ଙ୍କ କୁଷ୍ଠାଶ୍ରମ ପରିଦର୍ଶନ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୧୭/୧) : ଓଡିଶା ରେ ନବନିଯୁକ୍ତ ଲେପ୍ରା ଇଣ୍ଡିଆ ଆମ୍ବାସାଡର ତଥା ବରିଷ୍ଠ ସାମ୍ବାଦିକ ଗୋରେଖନାଥ ସାହୁ ଆଜି ବିନିକା ବ୍ଲକ ଗୁଲୁଣ୍ଡା ସ୍ଥିତ ନିର୍ମଳଛାୟା କୁ ପରିଦର୍ଶନ କରି ଅନ୍ତେବାସୀ ଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ ।WhatsApp Image 2022 01 17 at 9.14.00 PM ଲେପ୍ରା ଇଣ୍ଡିଆ ଆମ୍ବାସାଡର ଙ୍କ କୁଷ୍ଠାଶ୍ରମ ପରିଦର୍ଶନ

ଏହି ଅବସରରେ ଲେପ୍ରା ଇଣ୍ଡିଆ ଆମ୍ବାସାଡର ଶ୍ରୀ ସାହୁ ଅନ୍ତେବାସୀ ଙ୍କୁ କମ୍ବଳ ବାଣ୍ଟିବା ସହ ଶାରୀରିକ ଓ ମାନସିକ ସୁସ୍ଥତା ନିମନ୍ତେ ସେମାନଙ୍କୁ କେତେକ ସୁକ୍ଷ୍ମ ଯୋଗ, ବ୍ୟାୟାମ କରିବା ପାଇଁ ପ୍ରଶିକ୍ଷଣ ଦେଇଥିଲେ । ସ୍ୱରଚିତ ପୁସ୍ତକ ଯୋଗାନୁସରଣ ପ୍ରଦାନ କରିବାରୁ ସମସ୍ତେ ଆନନ୍ଦ ପ୍ରକାଶ କରିଥିଲେ । ଅନ୍ତେବାସୀ ମାନେ ପରବର୍ତ୍ତୀ ସମୟରେ ସେମାନଙ୍କୁ ମଶାରୀ ଦେବାକୁ ଅନୁରୋଧ କରିବା ସହିତ ସେମାନେ ରହୁଥିବା ଘରେ ବର୍ଷାଦିନେ ପାଣି ଗଲୁଥିବାରୁ ତାହା ମରାମତି ପାଇଁ ଉଚ୍ଚ କର୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ମଧ୍ୟ ଅନୁରୋଧ କରିଥିଲେ । ଏହି ପରିଦର୍ଶନ ରେ ଶ୍ରୀ ସାହୁ ଙ୍କ ସହ ଲେପ୍ରା ଇଣ୍ଡିଆର ସଂଯୋଜକ ନୃସିଂହ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ ।

Popular Articles