Advertisements
Monday, July 13, 2020
Home Death Case ପୋଲିସ ଦ୍ଵାରା ଦୁଇହତ୍ୟାକାରୀ ଗିରଫ

ପୋଲିସ ଦ୍ଵାରା ଦୁଇହତ୍ୟାକାରୀ ଗିରଫ

ମାଲକାନଗିରି ଜିଲ୍ଲା ପ୍ରତିନିଧି (ଅସୀମ ବିଶ୍ୱାସ): ମାଲକାନଗିରି ଏସପି ଶ୍ରୀ ଜଗମୋହନ ମିନାଙ୍କ ଦ୍ଵାରା ଏକ ସାମ୍ବାଦିକ ସମ୍ମିଳନୀରେ ଆୟୋଜନ ହୋଇଯାଇଛି ।

ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅନ୍ତର୍ଗତ ପରଜାଗୁଡା ଠାରେ ତା୧୬/୧୦/୧୮ ରିଖରେ ଏକ ମର୍ଡର ହୋଇଥିଲା । ବୁଡୁ କିର୍ଶନୀର ଦୁଇଟି ସ୍ତ୍ରୀ ଥିଲେ ୧ମ ଟି ବୁଦେଇ କିର୍ଶ।ନୀ ଓ ୨ୟ ଟି ମଙ୍ଗୁଳି କିର୍ଶ।ନୀ, ବୁଡୁ କିର୍ଶ।ନୀ OHPC ରେ କାମ କରୁଥିଲା । କ୍ରିଷ୍ଣ। କିର୍ଶ।ନୀ ୨ୟ ସ୍ତ୍ରୀର ପୁଅ । ସମସ୍ତେ ମିଶି ଓରକେଲ ଥାନା ଅନ୍ତର୍ଗତ ପରାଜାଗୁଡ଼ାରେ ରହୁଥିଲେ । ବୁଡୁ କିର୍ଶ।ନୀ ମରିବା ପରେ ତାର ୨ୟ ସ୍ତ୍ରୀ ତାର ପେନସନ୬୦୦୦ ଟଙ୍କା, ଫିକ୍ସ ଡିପୋଜିଟ ଉପଭୋଗ କରୁଥିଲା । ୧ମ ସ୍ତ୍ରୀ କିଛି ପାଉନଥିଲା କାରଣ ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା। ଏହି କାରଣରୁ ଉଭୟଙ୍କ ମଧ୍ୟରେ ଶତ୍ରୁତା ବଢିଥିଲା । ତେଣୁ ପଦମ ଖରା ବୟସ ୨୨ ପିତା ମୃତ ଚନ୍ଦ୍ର ଖରା ଓ ରବୀନ୍ଦ୍ର କିର୍ଶନୀ ବୟସ ୨୧ ପିତା ମୃତ କାଳିଆ କିର୍ଶନୀ, ଏହି ଦୁଇଜଣ ଉଭୟ ଯୋଜନା କରି କ୍ରିଷ୍ଣା କ୍ରୀସାନିକୁ ତା ୧୬/୧୦/୧୮ ରିଖ ଦିନ ୨ଟା ସମୟରେ ମାରିଦେଇଥିଲେ । ମାଲକାନଗିରି ଆରକ୍ଷୀ ଅଧିକ୍ଷକ ଶ୍ରୀ ଜଗମୋହନ ମିନାଙ୍କ ନିର୍ଦ୍ଦେଶ କ୍ରମେ ଏସ୍ଡ଼ିପିଓ ଶ୍ରୀ ଶ୍ରବଣ କୁମାର ଓ ଡ଼ିଏସପି ଶ୍ରୀ ଦିଲୀପଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା । ଏହି ଟିମର ଚେଷ୍ଟାରେ ଆଜି ତା ୧୧/୧୨/୧୮ ଦିନ ୧୦ ଟା ସମୟରେ ଉଭୟ ହତ୍ୟାକାରୀ ପଦ୍ମ ଖରା ଓ ରବୀନ୍ଦ୍ର କିର୍ଶ।ନୀକୁ କାବୁ କରିଥିଲେ । ଉଭୟଙ୍କୁ ମାଲକାନଗିରି ଆଣି ଅର୍କେଲ ଥାନା କେଶ ନମ୍ବର  ୧୧୪ ତା.୧୬.୧୦.୧୮ U/S ୩୦୨ ଆଇପିସି ରୁଜୁ କରି କୋର୍ଟ ଚାଲାଣ କରିଥିବା ଆରକ୍ଷୀ ଅଧିକ୍ଷକ ଶ୍ରୀ ମିନା ସାମ୍ବାଦିକ ସମ୍ମିଳନୀରେ କହିଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସମ୍ଭାବ୍ୟ COVID-19 ଟିକା – ଥାଇଲ୍ୟାଣ୍ଡ ର ନଭେମ୍ବରରେ ମାନବ ପରୀକ୍ଷା କରିବାକୁ ଯୋଜନା

ବ୍ୟାଙ୍କକକ୍ (୧୨/୦୭): ନଭେମ୍ବରରେ ନୂତନ କରୋନାଭାଇରସ୍ ପାଇଁ ଏକ ସମ୍ଭାବ୍ୟ ଟିକା ପାଇଁ ମାନବ ପରୀକ୍ଷା ଆରମ୍ଭ କରିବାକୁ ଥାଇ ଅନୁସନ୍ଧାନକାରୀମାନେ ଯୋଜନା କରିଛନ୍ତି ଏବଂ ୧୦,୦୦୦ ଡୋଜ...

ବଡଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତା ବର୍ତ୍ତମାନ ମରଣଯନ୍ତା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର(ତା ୧୨୵ ୭): ବରଗଡ଼ ଜିଲା ସୋହେଲା-ପଦ୍ମପୁର ବିଜୁ ଏକ୍ସପ୍ରେସ ୱେର ବଡଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତାକାମ ମରଣଯନ୍ତା ପାଲଟିଛି ।...

ସଟଡାଉନ ଦ୍ୱିତୀୟ ସପ୍ତାହର ପ୍ରଥମ ଦିନରେ ମଧ୍ୟ ସାପ୍ତାହିକ ବଜାର ଗାଁ ଗହଳି ସୁନସାନ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୧୧:୭:୨୦): କୋରାପୁଟ ଜିଲା ସହ ରାଜ୍ୟ ଓ ଭାରତ ଓ ଦେଶ ବିଦେଶ ଠାରେ ଦିନକୁ ଦିନ ମହାମାରୀ କରୋନା ଭୟଙ୍କର...

କଳାହାଣ୍ଡି ଜିଲ୍ଲାରେ ୪ ପଜିଟିଭ ଚିହ୍ନଟ, ଭବାନୀପାଟଣାସ୍ଥିତ ପ୍ରାଇଭେଟ ହସପିଟାଲ ସିଲ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା //କଳାହାଣ୍ଡି (ତା.୧୧.୦୭.୨୦୨୦): କଳାହାଣ୍ଡି ଜିଲ୍ଲାରେ ଆଜି ତା.୧୧.୦୭.୨୦୨୦ ଶନିବାର ଦିନ ଚାରିଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।...

Recent Comments

%d bloggers like this: