Friday, March 29, 2024

Top 5 This Week

Related Posts

ବେଆଇନ ମଦ କାରବାର ବନ୍ଦ ସହ ଅଭିଯୁକ୍ତଙ୍କୁ ଗିରଫ ଦାବୀ

ରିପୋର୍ଟ : ଗୋପୀନାଥ ଗୌଡ଼
ବୈପାରୀଗୁଡା, (୧୮/୦୧) : ପ୍ରଧାନୀପୁଟ ଗ୍ରାମରେ ବେଆଇନ ମଦ କାରବାର ବନ୍ଦ ସହ ଅଭିଯୁକ୍ତଙ୍କୁ ଗିରଫ ଦାବୀ ନେଇ ବୈପାରୀଗୁଡା ଥାନା ଦ୍ୱାରସ୍ତ ହେଲେ ମହିଳା ମାନେ l

ବୈପାରୀଗୁଡା ଥାନା ଅନ୍ତର୍ଗତ ଦିଗାପୁର ପଞ୍ଚାୟତ ର ପ୍ରଧାନୀପୁଟ ଗ୍ରାମ ର ଏକାଧିକ ସ୍ୱୟଂ ସହାୟକ ଗୋଷ୍ଠି ମହିଳା ମାନେ ବୈପାରୀଗୁଡା ଥାନାରେ ପହଞ୍ଚି ବେଆଇନ ମଦ କାରବାର ବନ୍ଦ ସହ ଅଭିଯୁକ୍ତଙ୍କୁ ଗିରଫ ଦାବୀ କରିଥିଲେ l ଉକ୍ତ ଗାଁ ରେ ମଦ ବନ୍ଦ ସମ୍ପର୍କରେ ପୂର୍ବରୁ ବହୁବାର ଥାନାରେ ଏବଂ ଅବକାରୀ ବିଭାଗ କୁ ଲିଖିତ ସୂଚନା ଦିଆଯାଇଥିବା ବେଳେ ଗତ କାଲି ମଧ୍ୟ ଥାନାରେ ଏତଲା ଦିଆଯାଇଛି l

ହେଲେ ପୋଲିସ କୌଣସି କାର୍ଯାନୁଷ୍ଠାନ ଗ୍ରହଣ ନ କରିବାରୁ ଆଜି ପୁଣି ମହିଳା ମାନେ ଅଭିଯୁକ୍ତଙ୍କୁ ଗିରଫ ଦାବୀ ନେଇ ଅଡ଼ି ବସିଥିଲେ l ଯଦି ପୋଲିସ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ନ କଲେ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେବେ ବୋଲି ମହିଳା ମାନେ ଚେତାବନୀ ଦେଇଛନ୍ତି l

Popular Articles