Thursday, March 28, 2024

Top 5 This Week

Related Posts

ବୈପାରିଗୁଡା ବ୍ଲକ କଂଗ୍ରେସ ପକ୍ଷରୁ ଦୁଇଟି ଜିଲ୍ଲା ପରିଷଦ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ

ରିପୋର୍ଟ : ଏନ.ସନ୍ତୋଷ କୁମାର
ବୈପାରୀଗୁଡା, (୧୦/୦୧) : ବୈପାରିଗୁଡା ବ୍ଲକ କଂଗ୍ରେସ ପକ୍ଷରୁ ଦୁଇଟି ଜିଲ୍ଲା ପରିଷଦ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହୋଇଥିବା ଜଣାପଡିଛି ।

ଜୁନ ଏକ ପାଇଁ ଧନିଆ ହରିଜନ ଏବଂ ଜୁନ ୨ ପାଇଁ ମଣି ଜାନିଙ୍କୁ ଚୟନ କରାଯାଇଥିବା ବୈପାରୀଗୁଡା ବ୍ଲକ କଂଗ୍ରେସ ସଭାପତି ଗୈାରଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି l ଜୟପୁରରେ ଆୟାଜିତ ଏକ ବୈଠକରେ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି, ଜୟପୁର ବିଧାୟକଙ୍କ ଏବଂ ଜିଲ୍ଲା ର ସମସ୍ତ କଂଗ୍ରେସ ମୁଖ୍ୟ ତଥା ବ୍ଲକ ସଭାପତି ଉପସ୍ଥିତରେ ବୈପାରିଗୁଡା ବ୍ଲକ ର ଦୁଇଟି ଜିଲ୍ଲା ପରିଷଦ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଚୟନ କରାଯାଇଛି ।

ବ୍ଲକ ର ଏକ ନମ୍ବର ଜୋନ ର ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଥିବା ବେଳେ ଧନିଆ ହରିଜନ ଙ୍କୁ ପ୍ରାର୍ଥୀ ରୂପେ ମନୋନୀତ କରାଯାଇଥିବା ବେଳେ ଦୁଇ ନମ୍ବର ଜୋନଟି ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ରହିଥିବା ବେଳେ ମଣି ଜାନୀଙ୍କୁ ପ୍ରାର୍ଥିନୀ ରୂପେ ଚୟନ କରାଯାଇଛି ।

Popular Articles