Advertisements
Monday, July 13, 2020
Home Cultural & Festival ସାନଟିକାରେ ଗ୍ରାମାଲୋକ କାର୍ଯ୍ୟକ୍ରମ

ସାନଟିକାରେ ଗ୍ରାମାଲୋକ କାର୍ଯ୍ୟକ୍ରମ

ଲୋଇସିଂହା(ବିମଳେନ୍ଦୁ ସାହୁ): ଲୋଇସିଂହା ଥାନା ଆଗଲପୁର ବ୍ଲକ ସାନଟିକା ଗାଁରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଆଜାଦ ୟୁଥ କ୍ଲବର ମିଳିତ ଆନୁକୂଲ୍ୟରେ ଗ୍ରାମାଲୋକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏକାଡେମୀର ଓଡ଼ିଆ ଉପଦେଷ୍ଟା ପରିଷଦର ସଦସ୍ୟ କ୍ଷେତ୍ରବାସୀ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମହେନ୍ଦ୍ର ପଟେଲ, ଦିଲୀପ ପଧାନ, ମିନାକ୍ଷୀରାଣୀ ମିଶ୍ର, ସଚ୍ଚିଦାନନ୍ଦ ପଧାନ ପ୍ରମୁଖ ଯୋଗଦେଇ ସ୍ୱରଚିତ କବିତା ଓ ଗଳ୍ପ ପାଠ କରିଥିଲେ । ସଞ୍ଜିତ ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ କ୍ଲବର ସଭାପତି ପୁରନ୍ଦର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ ଅବସରପ୍ରାପ୍ତ ଶିକ୍ଷାବିତ ରାମଚନ୍ଦ୍ର ପଟେଲଙ୍କ ସଭାପତିତ୍ୱରେ ଆଗଲପୁର ସାହିତ୍ୟ ଏକାଡେମୀ ଓ ଲୋଇସିଂହା ସାହିତ୍ୟ ଘର ପକ୍ଷରୁ ଏକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଥିଲା । ଏଥିରେ କବି ସୁରେଶ ଅଗ୍ରୱାଲ ଓ ସାହିତ୍ୟ ଘର ସଭାପତି ବିରାଜନନ୍ଦ ପାଢ଼ୀ ମଂଚାସିନ ଥିଲେ । ଏଥିରେ ଆନନ୍ଦ ସାହୁ , ସୁରେଶ ନାୟକ, ଅନୁପ୍ରିୟା ମିଶ୍ର, ଶୋଭାକର ଲୁହା, ରୀତା ସାହୁ, ନିସାର ଅହମ୍ମଦ ନିସାର, କୌତୁକ ଚନ୍ଦନ ପ୍ରମୁଖ ସ୍ୱରଚିତ ଗଳ୍ପ ଓ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମକୁ ସୁଜିତ ଶତପଥୀ ଓ ମୃତ୍ୟୁଞ୍ଜୟ ସାହୁ ସଂଯୋଜନା କରିଥିବାବେଳେ ବିପ୍ଲବୀ ଗାୟକ ଅଜିତ ପାଣିଗ୍ରାହୀ ସ୍ୱତନ୍ତ୍ର ସଙ୍ଗୀତ ପରିବେଷଣ କରିଥିଲେ । ବରୁଣ ନାୟକ, ଫକୀର ପଧାନ, ନବୀନ ସେଟ, ରବୀନ୍ଦ୍ର ପଧାନ, ଶେଷଦେଵ ପଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ସାମ୍ବାଦିକ ଯୁଧିଷ୍ଠିର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସମ୍ଭାବ୍ୟ COVID-19 ଟିକା – ଥାଇଲ୍ୟାଣ୍ଡ ର ନଭେମ୍ବରରେ ମାନବ ପରୀକ୍ଷା କରିବାକୁ ଯୋଜନା

ବ୍ୟାଙ୍କକକ୍ (୧୨/୦୭): ନଭେମ୍ବରରେ ନୂତନ କରୋନାଭାଇରସ୍ ପାଇଁ ଏକ ସମ୍ଭାବ୍ୟ ଟିକା ପାଇଁ ମାନବ ପରୀକ୍ଷା ଆରମ୍ଭ କରିବାକୁ ଥାଇ ଅନୁସନ୍ଧାନକାରୀମାନେ ଯୋଜନା କରିଛନ୍ତି ଏବଂ ୧୦,୦୦୦ ଡୋଜ...

ବଡଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତା ବର୍ତ୍ତମାନ ମରଣଯନ୍ତା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର(ତା ୧୨୵ ୭): ବରଗଡ଼ ଜିଲା ସୋହେଲା-ପଦ୍ମପୁର ବିଜୁ ଏକ୍ସପ୍ରେସ ୱେର ବଡଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତାକାମ ମରଣଯନ୍ତା ପାଲଟିଛି ।...

ସଟଡାଉନ ଦ୍ୱିତୀୟ ସପ୍ତାହର ପ୍ରଥମ ଦିନରେ ମଧ୍ୟ ସାପ୍ତାହିକ ବଜାର ଗାଁ ଗହଳି ସୁନସାନ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୧୧:୭:୨୦): କୋରାପୁଟ ଜିଲା ସହ ରାଜ୍ୟ ଓ ଭାରତ ଓ ଦେଶ ବିଦେଶ ଠାରେ ଦିନକୁ ଦିନ ମହାମାରୀ କରୋନା ଭୟଙ୍କର...

କଳାହାଣ୍ଡି ଜିଲ୍ଲାରେ ୪ ପଜିଟିଭ ଚିହ୍ନଟ, ଭବାନୀପାଟଣାସ୍ଥିତ ପ୍ରାଇଭେଟ ହସପିଟାଲ ସିଲ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା //କଳାହାଣ୍ଡି (ତା.୧୧.୦୭.୨୦୨୦): କଳାହାଣ୍ଡି ଜିଲ୍ଲାରେ ଆଜି ତା.୧୧.୦୭.୨୦୨୦ ଶନିବାର ଦିନ ଚାରିଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।...

Recent Comments

%d bloggers like this: