ନିର୍ବାଚନରେ ଆଦିବାସୀଙ୍କ ସଂରକ୍ଷଣ ବୃଦ୍ଧି ପାଇଁ ବୋରିଗୁମ୍ମା ତହସିଲଦାର ଓ ବି.ଡି.ଓ.ଙ୍କୁ ଦାବିପତ୍ର

0
154
ନିର୍ବାଚନରେ ଆଦିବାସୀଙ୍କ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୧୬/୬) : ନିର୍ବାଚନରେ ଆଦିବାସୀଙ୍କ ସଂରକ୍ଷଣ ବୃଦ୍ଧି ପାଇଁ କୋରାପୁଟ ଜିଲ୍ଲା ବୋରିଗୁମ୍ମା ଆଦିବାସୀ ସଂଘ ର ସଭାପତି ସତ୍ୟନାରାୟଣ ନାୟକଙ୍କ ନେତୃତ୍ବରେ ଆଜି ବୋରିଗୁମ୍ମା ତହସିଲଦାର ତଥା ବି.ଡି.ଓ.ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।WhatsApp Image 2022 01 17 at 8.41.48 AM ନିର୍ବାଚନରେ ଆଦିବାସୀଙ୍କ ସଂରକ୍ଷଣ ବୃଦ୍ଧି ପାଇଁ ବୋରିଗୁମ୍ମା ତହସିଲଦାର ଓ ବି.ଡି.ଓ.ଙ୍କୁ ଦାବିପତ୍ର

ରାଜ୍ୟ ନିର୍ବାଚନ କମିଶନ ଗତ କିଛି ଦିନ ତଳେ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଓ ୱାର୍ଡ ସଭ୍ୟଙ୍କ ନିମନ୍ତେ ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି । ଏଥିରେ ବିଭିନ୍ନ ଜିଲ୍ଲାରେ ଜିଲ୍ଲା ପରିଷଦ ସଭ୍ୟ ଙ୍କ ନିମନ୍ତେ ନିର୍ବାଚନରେ ଆଦିବାସୀଙ୍କ ପାଇଁ ସଂରକ୍ଷଣ ସଂଖ୍ୟା କମ ଥିବାରୁ ବହୁ ଜିଲ୍ଲା ର ଆଦିବାସୀ ସଂଘ ବିରୋଧ କରିଛନ୍ତି ।

ଜୟପୁର ନିର୍ବାଚନ ମଣ୍ଡଳୀ ଓ କୋଟପାଡ଼ ନିର୍ବାଚନ ମଣ୍ଡଳୀ ର ମୋଟ ୬ ଗୋଟି ଜିଲ୍ଲା ପରିଷଦ ସଭ୍ୟଙ୍କ ନିମନ୍ତେ ପୂର୍ବରୁ ଅନୁସୂଚିତ ଜନଜାତି ଙ୍କ ନିମନ୍ତେ ସଂରକ୍ଷଣ ରହିଥିବା ବେଳେ ଚଳିତ ପଞ୍ଚାୟତ ନିର୍ବାଚନ ରେ ଏହି ଛଅ ଗୋଟି ଜିଲ୍ଲା ପରିଷଦ ସଭ୍ୟ ନିମନ୍ତେ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷଣ ନାହିଁ । ଏହାକୁ ଘୋର ବିରୋଧ କରିଛନ୍ତି ବୋରିଗୁମ୍ମା ଆଦିବାସୀ ସଂଘ

ଆଜି ସଙ୍ଘ ର କର୍ମକର୍ତ୍ତା ମାନେ ଜିଲାପାଳଙ୍କୁ ତହସିଲଦାର ଙ୍କ ଜରିଆରେ ସଂରକ୍ଷଣ ନେଇ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ ବୋରିଗୁମ୍ମା ବ୍ଲକରେ ବହୁ ପରିମାଣରେ ଆଦିବାସୀ ସମ୍ପ୍ରଦାୟ ର ଲୋକେ ବସବାସ କରୁଛନ୍ତି । ଏଠିକାର ସଂସ୍କୃତି ଓ ପରମ୍ପରା ସହ ଜୀବନ ବିତାଉଛନ୍ତି ଆଦିବାସୀ । କିନ୍ତୁ ସରକାର ଜାଣିଶୁଣି ଏହି ଛଅ ଗୋଟି ଜିଲ୍ଲା ପରିଷଦ ସଭ୍ୟଙ୍କ ନିମନ୍ତେ ଅନୁସୂଚିତ ଜନଜାତି ଙ୍କ ପାଇଁ ସଂରକ୍ଷଣ କରିନାହାନ୍ତି ।

ଏଣୁ ଜନସଂଖ୍ୟା ଆଧାରରେ ପୁଣି ଥରେ ପୁନର୍ବିଚାର କରିବା ପାଇଁ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ଏଣୁ ସରକାର ଘୋଷଣା କରିଥିବା ବର୍ତ୍ତମାନ ର ସଂରକ୍ଷଣ ତାଲିକା ରଦ୍ଦ କରି ନୂଆ ସଂରକ୍ଷଣ ତାଲିକା ପ୍ରକାଶ କରିବା ପାଇଁ ଦାବୀ କରିଛନ୍ତି ।

ଦାବିପତ୍ର ପ୍ରଦାନ ସମୟରେ ଆଦିବାସୀ ସଂଘ ସଭାପତି ସତ୍ୟନାରାୟଣ ନାୟକ, ଉପ ସଭାପତି କମୁଲୁ ଯାନୀ, ସମ୍ପାଦକ ଧନପତି ନାୟକ, ଯୁଗ୍ମ ସମ୍ପାଦକ ରାମ ଯାନୀ, କୋଷାଧ୍ୟକ୍ଷ ରଘୁନାଥ ସମରଥ, ଉପଦେଷ୍ଟା ଧନପତି ପୂଜାରୀ, ଦୁଲ୍ଲବ ଯାନୀ ପ୍ରମୁଖ ଉପସ୍ଥିତ ଥିଲେ ।