Thursday, March 28, 2024

Top 5 This Week

Related Posts

ଲାୟନ୍ସ କ୍ଲବ ଏବଂ ଲିଓ କ୍ଳବ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, ତା (୧୬/୦୧) : (ନି-ପ୍ର) – ରକ୍ତ ର ଅଭାବ ତଥା କରୋନା ସଂକ୍ରମଣ ଦୃଷ୍ଟିରୁ ଲୋକଙ୍କୁ ସହଜରେ ରକ୍ତ ଭଣ୍ଡାର ରୁ ସହଜରେ ରକ୍ତ ନେଇ ପାରିବେ, ସେହି ଦୃଷ୍ଟିରୁ ଟିଟିଲାଗଡ଼ ଲାୟନ୍ସ କ୍ଲବ ଏବଂ ଲିଓ କ୍ଳବ ର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଲାୟନ୍ସ ଡେନ ରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି ।

ଏହି ରକ୍ତଦାନ ଶିବିରରେ ଲାୟନ୍ସ କ୍ଲବ ର ପୁର୍ବତନ ସଭାପତି ଶ୍ରୀକାନ୍ତ ଅଗ୍ରୱାଲ ପ୍ରଥମ ରକ୍ତଦାନ କରିଥିଲେ । ଏହି ରକ୍ତଦାନ ଶିବିର କୁ ସମର୍ଥନ କରି ସହର ର ରକ୍ତଦାତା ସଂଘ ସଭାପତି ବନମାଳି ବେହେରା, ଟିଟିଲାଗଡ଼ ବିକାସ ସେନା ସଭାପତି ଅମ୍ଳାନ ଷଡ଼ଙ୍ଗୀ, ନାରୀ ଶକ୍ତି ର ସଭାପତି ଶ୍ରୀମତୀ ଅଞ୍ଜଳି ବେହେରା ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।

ଲାୟନ୍ସ କ୍ଲବ ସଭାପତି ଦୀପକ ପୃଷ୍ଟି ଏବଂ ଲିଓ କ୍ଲବ ସଭାପତି ସୁରଜ ବେହେରାଙ୍କ ସଭାପତିତ୍ବ ରେ ଏହି ରକ୍ତଦାନ ଶିବିରରେ ୨୨ ଜଣ ରକ୍ତଦାତା ରକ୍ତଦାନ କରିଥିବା ବେଳେ ଶେଷ ଦୁଇ ୟୁନିଟ ରକ୍ତ ଲାୟନ୍ସ କ୍ଲବ ସଭାପତି ଏବଂ ସମ୍ପାଦକ ଦେଇ ଶିବିର କୁ ଉଦଯାପିତ କରିଥିଲେ ।

ଏହି ଶିବିରକୁ ପରିଚାଳନା କରିବାରେ ରକ୍ତ ଭଣ୍ଡାର ଅଧିକାରୀ ଡ. କୃଷ୍ଣ ଚନ୍ଦ୍ର ପାଲ, ଟେକନିସିଆନ ତଥା ରକ୍ତ ଭଣ୍ଡାର ପରିଚାଳନା ଦାୟିତ୍ବ ରେ ଥିବା ଗଜେନ୍ଦ୍ର ନାଥ ରାଉତ, ସହଯୋଗୀ ଦିନେଶ ମଛଖଣ୍ଡ ରକ୍ତ ସଂଗ୍ରହ କରିଥିବା ବେଳେ କ୍ଲବ ସମ୍ପାଦକ ଆଶୀର୍ବାଦ ମହାପାତ୍ର, ଲାୟନ ଲିଙ୍ଗରାଜ ସାହୁ, ସଞ୍ଜୟ କୁମାର ନାୟକ, ବିଜୟ ସାହୁ, ସନ୍ତୋଷ ମହାନ୍ତି, ଲିଓ ସମ୍ପାଦକ ସ୍ୱରୂପ ସାହୁ, ଲିଓ ଜୋନ ଚେୟାରପର୍ସନ ସାହିଲ ମେମନ, ପୁରୁଷୋତ୍ତମ ଖେମକା, ଆଶୁତୋଷ ମିଶ୍ର, ୟସ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ ରକ୍ତଦାତାଙ୍କୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା ।

Popular Articles