କଂଗ୍ରେସ ର ୩ଟି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାମ ଘୋଷଣା

0
260
କଂଗ୍ରେସ ର ୩ଟି

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୧୫/୧) : ଆଜି ପୂର୍ବାହ୍ନରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ସ୍ଥିତ ଦୋରା କମ୍ପ୍ଲେକ୍ସ ଠାରେ କଂଗ୍ରେସ ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି ଙ୍କ ଦ୍ବାରା କଂଗ୍ରେସ ର ୩ଟି ଜିଲ୍ଲା ପରିଷଦ ଜୋନ ର ପ୍ରାର୍ଥୀ ତାଲିକା ଘୋଷଣା କରିଛି ।

କଂଗ୍ରେସ ର ୩ଟି ଜିଲ୍ଲା ପରିଷଦ ପ୍ରାର୍ଥୀ ଜୋନ ୧ ପାଇଁ ପ୍ରଦୀପ ମାଝୀ (ମଦନ), ଜୋନ ୨ ପାଇଁ ପଦ୍ମାବତୀ ହରିଜନ ତଥା ଜୋନ ୩ ପାଇଁ ନୃସିଂହନାଥ ଶତପଥୀ ଙ୍କ ନାମ ଘୋଷଣା କରାଯାଇଛି । ପ୍ରାର୍ଥୀ ମାନଙ୍କ ନାମ ଘୋଷଣା ସମୟରେ ବରିଷ୍ଠ କଂଗ୍ରେସ ନେତା ମନୋହର ବିଷୋୟୀ, ପିସିସି ସଭ୍ୟ ରାମଚନ୍ଦ୍ର ପାଢୀ, ବ୍ଲକ କଂଗ୍ରେସ ସଭାପତି ଅଶୋକ କୁମାର ଗନ୍ତାୟତ, ପୂର୍ବତନ ଜିଲ୍ଲା ଯୁବ ମୋର୍ଚ୍ଚା ସମ୍ପାଦକ ରଞ୍ଜିତ କୁମାର ପଟ୍ଟନାୟକ, କେ. ସୁଧାକର, ବୁଲୁ ପ୍ରଧାନ, ଡି. ଶ୍ରୀନିବାସ ରାଓଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ ।