କାଶୀନଗର ପୌର ପରିଷଦ ଦଶନ୍ଧି ଧରି ମହିଳାଙ୍କ ହାତରେ

0
156
କାଶୀନଗର

ରିପୋର୍ଟ : ପ୍ରଣତି ସାବତ
ଗଜପତି, କାଶୀନଗର, (୧୬/୦୧) : ଆଜି ନଗର ଉନ୍ନୟନ ବିଭାଗ ତରଫରୁ ପୌର ପରିଷଦ ଓ ମ୍ୟୁନିସିପାଲିଟି ର ଅଧ୍ୟକ୍ଷ ପଦ ପାଇଁ ଚିଠା ସଂରକ୍ଷଣ ପ୍ରସ୍ତାବ ପ୍ରକାଶ ପାଇଛି । ଏଣୁ କାଶୀନଗର ପୌର ପରିଷଦ ରେ ରାଜନୈତିକ ପାଣିପାଗ ଉଷ୍ମ ହୋଇ ଉଠିଛି ।

ପ୍ରକାଶ ଥାଉ କି କାଶୀନଗର ପୌର ପରିଷଦରେ ଗତ ଦଶନ୍ଧି ଧରି ଏହି ପରିଷଦ ମହିଳାଙ୍କ ହାତ ରେ ରହି ଆସିଥିବା ବେଳେ ଚଳିତ ଚିଠା ସଂରକ୍ଷଣ ରେ ପୁଣି ମହିଳାଙ୍କ ପାଇଁ ସଂରକ୍ଷିତ ରଖା ଯାଇଛି । ଯାହା ଫଳରେ ବିଭିନ୍ନ ଦଳ ର ଆଶାୟୀ ପୁରୁଷ ଏବେ କଣ କରିବେ ତାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି । ବିଜେପି ର କେଉଁ ମହିଳା ଏହି ପଦବୀ ପାଇବେ ସେ ନେଇ ଙ୍କ କଷା ଆରମ୍ଭ ହୋଇଛି । ସେହିଭଳି ବିଜେଡ଼ି ରେ ମଧ୍ୟ ତନାଘନା ଆରମ୍ଭ ହୋଇଛି । ପ୍ରମୁଖ ଦାବିଦାର ଭାବେ ପୂର୍ବତନ ଅଧ୍ୟକ୍ଷା ଏମ୍ ସୁଧା ରାଣୀ ଏହି ଦଳ ର ପ୍ରାର୍ଥୀ ହୋଇ ପାରନ୍ତି । କଂଗ୍ରେସ୍ ମଧ୍ୟ ଏଠି ପ୍ରାର୍ଥୀ ଦେବ ।

କିନ୍ତୁ ଅଭିଯୋଗ ପାଇଁ ସରକାର ୧୫ ଦିନ ସମୟ ଦେଇଥିବାରୁ ଶୁଣାଣି ପରେ ଏହାର ପରିବର୍ତ୍ତନ ହୋଇଯାଇ ପାରେ, ସେତେ ବେଳ ର ଗୋଟି ଚାଳନା କିପରି ହେବ ଦେଖିବାକୁ ବାକି ରହିଲା । ଗତ ଦୁଇ ଥର ହେଲା ଏମ୍ ସୁଧା ରାଣୀ ପୌର ଅଧ୍ୟକ୍ଷା ଭାବେ ଦାୟିତ୍ଵ ତୁଲାଇଥିଲେ ।