Friday, March 29, 2024

Top 5 This Week

Related Posts

ନିର୍ବାଚନ ରେ ପ୍ରତିଦ୍ୱନ୍ଦିତା ନେଇ ମରଣାନ୍ତକ ଆକ୍ରମଣ ଅଭିଯୋଗ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା (୧୫/୦୧) : (ସ୍ୱ,ପ୍ର) ବଲାଙ୍ଗୀର ଜିଲ୍ଲା ର ମୁରିବାହାଲ ଥାନା ଅନ୍ତର୍ଗତ ମାଲେସିରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ନିର୍ବାଚନ ରେ ପ୍ରତିଦ୍ୱନ୍ଦିତା ନେଇ ଚାରି ଜଣ ଅଜଣା ଯୁବକ ଉକ୍ତ ଗ୍ରାମର ରତ୍ନା ଘିବେଲା ନାମକ ଜଣେ ବ୍ୟକ୍ତି ଙ୍କୁ ମିଳିତ ଭାବେ ଆକ୍ରମଣ କରି ଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ସରକାରୀ ଭାବେ ଘୋଷଣା କରାଯାଇ ଥିବା ପଞ୍ଚାୟତ ସ୍ତରୀୟ ନିର୍ବାଚନ ରେ ମୁରିବାହଲ ବ୍ଲକ ଅନ୍ତର୍ଗତ ମାଲେସିରା ଗ୍ରାମ ର ରତ୍ନା ଘିଭେଲା ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚନ ରେ ନାମାଙ୍କନ ପତ୍ର ଦାଖଲ କରିବା ନେଇ ମୁରିବାହଲ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭା ଶେଷ ହେବା ପରେ ସେ ନିଜ ମାଲେସିରା କୁ ନିଜ ବାଇକ ରେ ଫେରି ଆସୁଥିବା ବେଳେ, ନିର୍ବାଚନ ରେ ପ୍ରତିଦ୍ୱନ୍ଦିତା ନେଇ ଗ୍ରାମ ର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ରେ ହଠାତ ଦୁଇଟି ବାଇକ ରେ ଚାରି ଜଣ ଅଜଣା ବ୍ୟକ୍ତି ଆସି ଅତର୍କିତ ଭାବେ ଆକ୍ରମଣ କରି ଫେରାର ହୋଇ ଯାଇଥିଲେ ।

ପ୍ରକାଶ ଯେ ବିଗତ ନିର୍ବାଚନ ରେ ସେ ଉକ୍ତ ଅଧ୍ୟକ୍ଷ ଭାବେ ନାମାଙ୍କନ ପତ୍ର ଦାଖଲ କରିବା ସତ୍ୱେ ହାରିଯାଇ ଥିଲେ । ଚଳିତ ବର୍ଷ ହେବାକୁ ନିର୍ବାଚନ ପାଇଁ ସେ ପ୍ରତିଦ୍ବନ୍ଦିତା କରିବେ ଜାଣି ବିରୋଧୀ ମାନେ ତାଙ୍କୁ ଆକ୍ରମଣ କରିବା ଅଭିଯୋଗ କରିଛନ୍ତି । ତାଙ୍କୁ ଅବସ୍ଥା ଗୁରୁତର ଥିବାରୁ ମୁରିବାହଲ ଠାରୁ ଗୁରୁତର ଆହତ ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ରେ ଗ୍ରାମବାସୀ ଆଣି ଭର୍ତ୍ତି କରିଥିବା ବେଳେ ବହିର୍ବିଭାଗ ରେ ଥିବା ଭେଷଜ ବିଶେଷଜ୍ଞ ଡ଼ଃ ହେମନ୍ତ ମେହେର ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ଜଣାଯାଇଛି ।

ଶ୍ରୀ ଘିବେଲା ଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ବେଳେ ସେ ବଲାଙ୍ଗୀର ଜିଲ୍ଲା ସନ୍ଥ ଭୀମଭୋଇ ମେଡିକାଲ କଲେଜ କୁ ପ୍ରାରମ୍ଭିକ ଚିକିତ୍ସା ପରେ ତାଙ୍କ ଭାଇ ଓ ଅନ୍ୟ ସ୍ବେଚ୍ଛାସେବୀ ବଲାଙ୍ଗୀର ନେଇ ଯାଇଥିବା ଜଣାଯାଇଛି ।

Popular Articles