ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହାର କମ

0
136
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୧୬/୦୧) : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ଆସିଛି ଆଶ୍ୱସ୍ତିିକର ଖବର । ରାଜ୍ୟରେ ମାତ୍ର ୮ ପ୍ରତିଶତ ଆକ୍ରାନ୍ତ ହସ୍ପିଟାଲରେ ଅଛନ୍ତି ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ର ସୂଚନା ଅନୁସାରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ମୋଟ୍ ୮ ହଜାର ୩୦୧ କୋଭିଡ୍ ବେଡ୍ ରହିଛି । କିନ୍ତୁ ମାତ୍ର ୬୫୩ ଆକ୍ରାନ୍ତ ହସ୍ପିଟାଲ ବେଡ୍ ରେ ଚିକିତ୍ସିତ ହେଉଛନ୍ତି । ଅର୍ଥାତ୍ ହସ୍ପିଟାଲରେ ଭର୍ତ୍ତି ହାର ମାତ୍ର ୭ ଦଶମିକ ୮୭ ପ୍ରତିଶତ । ସେହିପରି ରାଜ୍ୟରେ କୋଭିଡ୍ ହସ୍ପିଟାଲର ଆଇସିୟୁ ଓ ଏଚ୍ଡିୟୁ କୁ ମିଶାଇ ମୋଟ୍ ୨୮୧୬ ଟି ବେଡ୍ ରହିଛି । ଏହା ମଧ୍ୟରୁ ୩୬୯ ବେଡ୍ ରେ ରୋଗୀ ରହିଛନ୍ତି । ଆଇସିୟୁ ଓ ଏଚ୍ଡିୟୁରେ ରୋଗୀ ଭର୍ତ୍ତି ହାର ମାତ୍ର ୧୩ ପ୍ରତିଶତ ।

ସେହିପରି ଭେଂଟିଲେଟର ସପୋର୍ଟରେ ମାତ୍ର ୪ ପ୍ରତିଶତ ରୋଗୀ ରହିଛନ୍ତି । ରାଜ୍ୟରେ ମୋଟ୍ ୯୦୯ ଟି ଭେଂଟିଲେଟର ବେଡ୍ ଥିବା ବେଳେ ମାତ୍ର ୩୫ ଜଣ ଏଥିରେ ଚିକିତ୍ସିତ ହେଉଛନ୍ତି । ମୋଟ୍ ରୋଗୀଙ୍କ ଭିତରୁ ୪୯ ହଜାର ୯୩୩ ଜଣ ଘରେ ଚିକିତ୍ସିତ ହେଉଛନ୍ତି ।