ମାଁ ତାରିଣୀ ଙ୍କ ପୀଠ ରେ ମକର ସଂକ୍ରାନ୍ତି ପର୍ବ ପାଳିତ

0
157
ମାଁ ତାରିଣୀ

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ, (୧୫/୦୧) : ଢେଙ୍କାନାଳ ଗାନ୍ଧୀ ମନ୍ଦିର ରୋଡ଼ ସ୍ଥିତ ମାଁ ତାରିଣୀ ଙ୍କ ପୀଠରେ ମକର ସଂକ୍ରାନ୍ତି ପର୍ବ ପାଳିତ ହୋଇଯାଇଛି ।

ପ୍ରାତଃ ରୁ ମାଁ ତାରିଣୀ ଙ୍କୁ ମଙ୍ଗଳ ଆଳତି କରାଯାଇଥିଲା, ମହାସ୍ନାନ, ନୂତନ ବସ୍ତ୍ର, ବିଭିନ୍ନ ଫୁଲ ହାରରେ ମାଁ ଙ୍କୁ ସୁସଜ୍ଜିତ କରାଯାଇଥିଲା । ଦୀପ, ଧୂପ ଦିଆଯାଇ ମକର ଭୋଗ ଲାଗି କରାଯାଇଥିଲା । ମଧ୍ୟାହ୍ନ ରେ ହୋମ, ଯଜ୍ଞ କରାଯାଇଥିଲା ଓ ସନ୍ଧ୍ୟା ରେ ଆଳତି ରାତ୍ର ରେ ପହଡ ପଡିଥିଲା ।