Advertisements
Thursday, July 9, 2020
Home Cultural & Festival ରାଜଗାଙ୍ଗପୁରରେ ନୀଳଚକ୍ର ଶାଖା ଏକ ଶୋଭା ଯାତ୍ରା

ରାଜଗାଙ୍ଗପୁରରେ ନୀଳଚକ୍ର ଶାଖା ଏକ ଶୋଭା ଯାତ୍ରା

ରାଜଗାଙ୍ଗପୁର (ରାଜେଶ କୁମାର ଜେନା): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ଏକ ବିରାଟ ମଟର ସାଇକେଲ ରେଲି ଅନୁଷ୍ଠିତ ହୋଇଥିଲା ।

୨ଟି ଦାବିକୁ ନେଇ ଆଜି ରାଜଗାଙ୍ଗପୁରରେ ନୀଳଚକ୍ର ରାସ୍ତାକୁ ଓଲ୍ହାଇ ଥିଲେ । ମୁଖ୍ୟ ଉପଜ୍ୟେଷ୍ଠ ଶ୍ରିଯୁକ୍ତ ଶ୍ରୀଧର ସ୍ୱାଇଁ, ନୀଳଚକ୍ରର ସଭାପତି ଶ୍ରୀଯୁକ୍ତ ରାଜେନ୍ଦ୍ର ଲେଙ୍କା, ସାଧାରଣ ସମ୍ପାଦକ ଶ୍ରିଯୁକ୍ତ ମୁରଲୀଧର ଦାସ, କାର୍ଯ୍ୟକାରି ସଭାପତି ଶ୍ରୀମତୀ ଶଶୀରେଖା ସାମଲ, ଏବଂ ଆହୁରି ନୀଳଚକ୍ରର କର୍ମୀ ମାନଙ୍କ ସହିତ ବହୁ ପରିମାଣର ଜନସାଧାରଣ ମଧ୍ୟ ଏଠାରେ ଯୋଗ ଦେଇଥିଲେ । ୧ମ ଦାବି ଥିଲା ଓଡିଶା ସରକାରଙ୍କ ସ୍ୱତନ୍ତ୍ର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ଅନୁଯାୟୀ ମୁତାବକ ସମସ୍ତ ଦୋକାନ, କଳକାରଖାନା, ଏବଂ ବ୍ୟବସାୟୀକ ପ୍ରତିଷ୍ଠାନ ମାନଙ୍କରେ ଓଡ଼ିଆ ଭାଷାରେ ନାମ ଫଳକ ଲେଖିବା ବାଧ୍ୟତା ମୂଳକ ଅଟେ । ଯଦି ଏହି ନିୟମକୁ କିଏ ବି ବିରୋଧ କରେ ତାହେଲେ ବିରୋଧୀକାରୀଙ୍କୁ ଜୋରିମାନା ଦେବାକୁ ପଡିବ ୧୦୦୦ଟଙ୍କା ରୁ ୫୦୦୦ଟଙ୍କା ପର୍ଯ୍ୟନ୍ତ । ଏବଂ ୨ୟ ଦାବି ହେଲା ରାଜଗାଙ୍ଗପୁରରେ ଯେଉଁ ସବୁ କଲକରଖାନା ମାନ ଅଛି ସେଥିରେ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ବେକାରୀ ଯୁବକ ଯୁବତୀଙ୍କୁ ତାଙ୍କ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି ମିଳୁ । ଏହି ସବୁ ପାଇଁ ନୀଳଚକ୍ର ଆଜି ରାଜରାସ୍ତା କୁ ଓହ୍ଲାଇଛି। ଯଦି କୌଣସି ପ୍ରକାର ଏଥିରେ ବିରୋଧ ହୁଏ ତାହେଲେ ଆଗାମୀ ଦିନରେ ଯାହା ପରିସ୍ଥିତି ହେବ ତା ପାଇଁ କଳକାରଖାନା ମାନଙ୍କର ମାଲିକ ଏବଂ ପ୍ରତିନିଧିମାନେ ଦାୟୀ ହେବେ । ରାଜଗାଙ୍ଗପୁରର ନିଳଚକ୍ର ଏହା ପାଇଁ ଦୃଢ଼ ସଂକଳ୍ପ ନେଇଛି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ନାଗାବଳୀ ନଦୀରେ ଯୁବତୀର ମୃତ ଦେହ ଉଦ୍ଧାର କଲା ପୁଲିସ

ରିପୋର୍ଟ: ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୯/୭): ରାୟଗଡ଼ା ଜିଲ୍ଲା କଲନରା ବ୍ଳକ ଅନ୍ତର୍ଗତ ବୁଡ଼ାଗୁଡା ସଦର ଗାଁ ସାଙ୍ଗାନା ପ୍ରାସ୍କା ଙ୍କ ଝିଅ ସଂଯୁକ୍ତା ପ୍ରାସ୍କା...

ଜାମ୍ମୁ କାଶ୍ମୀର ବିଜେପି ନେତା ଶେଖ ୱାସିମ ବରୀ, ତାଙ୍କ ପିତା ଏବଂ ଭାଇଙ୍କୁ ଆତଙ୍କବାଦୀ ହତ୍ୟା କରିଥିବା ସୂଚନା

ଶ୍ରୀନଗର (ଓଡିଶା ନ୍ୟୁଜ୨୪ ବ୍ୟୁରୋ): ବୁଧବାର ରାତିରେ ଜାମ୍ମୁ-କାଶ୍ମୀର ବିଜେପି ନେତା ଶେଖ ୱାସିମ ବରୀ ଏବଂ ତାଙ୍କ ପରିବାରର ଦୁଇଜଣ ସଦସ୍ୟଙ୍କୁ ହତ୍ୟା କରିବା ପରେ ପରିବାରର...

କାନପୁର ଗୁଳି କାଣ୍ଡ ର ମାଷ୍ଟର ମାଇଣ୍ଡ ବିକାଶ ଦୁବେ ଗିରଫ

ନୂଆଦିଲ୍ଲୀ (୦୯/୦୭): ଗତ ସପ୍ତାହରେ ଆଠ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିବା କାନପୁର ଗୁଳିରେ ଉତ୍ତରପ୍ରଦେଶ ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କୁ ମଧ୍ୟପ୍ରଦେଶରେ ଗିରଫ କରାଯାଇଛି।

ଆଜି କରୋନାରେ ମୃତ୍ୟୁ ସଂଖ୍ୟା ୪ ସହ ୫୨କୁ ବୃଦ୍ଧି

ଭୁବନେଶ୍ୱର (୦୯/୦୭): ରାଜ୍ୟରେ କୋରୋନା ନେଲା ଆଉ ୪ ଜୀବନ, ଭଦ୍ରକରେ କୋରୋନାରେ ପ୍ରଥମ ମୃତ୍ୟୁ, ଗଞ୍ଜାମରେ କୋରୋନାରେ ୩ ଜଣଙ୍କ ମୃତ୍ୟୁ, ଗଞ୍ଜାମରେ କୋରୋନା ମୃତ୍ୟୁ ସଂଖ୍ୟା...

Recent Comments

%d bloggers like this: