Advertisements
Monday, July 13, 2020
Home headline ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ, ଡ୍ରାଇଭର ଓ ଆଶା ଦିଦି ଗୁରୁତର

ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ, ଡ୍ରାଇଭର ଓ ଆଶା ଦିଦି ଗୁରୁତର

ଉମରକୋଟ (ତ୍ରିନାଥ ଧୁରୁଆ): ଗର୍ଭବତୀ ମହିଳାଙ୍କୁ ଆଣିବାକୁ ଯାଇ ୧୦୮ ଗାଡ଼ି ଦୁର୍ଘଟଣା ଗ୍ରସ୍ତ | ଘଟଣାରେ ଆଶା ଦିଦି ଓ ଡ୍ରାଇଭର ଗୁରୁତର ହୋଇଛନ୍ତି |

ଏହି ଘଟଣା ଘଟିଛି ଝରିଗାଁ ବ୍ଳକ ଅନ୍ତର୍ଗତ ଗୌଡ଼ଗୁଡା ଗ୍ରାମ ନିକଟରେ । ଗର୍ଭବତୀ ମହିଳା ଓ ଆଶା ଦିଦିଙ୍କୁ ଉମରକୋଟରୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ ଝରିଗାଁ ବ୍ଲକ ମୁଣ୍ଡାପଦର ଗାଁର ମୋନ ଜନୀଙ୍କ ସ୍ତ୍ରୀ ଲକ୍ଷ୍ମୀ ଜନୀଙ୍କ ଗତ ରାତି ପ୍ରାୟ ୧୦ ସମୟରେ ପ୍ରସବ ବେଦନା ଆରମ୍ଭ ହେବାରୁ ଆଶା ଦିଦିକୁ ଜଣାଇ ଥିଲେ । ଆଶା ଦିଦି ୧୦୮କୁ ଫୋନ କରି ଗାଡିକୁ ଡକାଇ ଥିଲେ । ୧୦୮ଗାଡି ଗର୍ଭବତୀଙ୍କୁ ଧରି ଝରିଗାଁକୁ ଯିବା ବାଟରେ ଗୌଡ଼ଗୁଡା ଛକ ନିକଟରେ ଏକ କଲଭର୍ଟରେ ପିଟି ହୋଇଯାଇଥିଲା । ଏହି ଘଟଣାରେ ୧୦୮ଡ୍ରାଇଭର ଓ ଆଶା ଦିଦିଙ୍କୁ ଗଭୀର ଆଘାତ ଲାଗିଥିଲା | ହେଲେ ଗର୍ଭବତୀ ଓ ତାଙ୍କ ପରିବାର ଲୋକଙ୍କୁ ସାମାନ୍ୟ ଆଘାତ ହୋଇଛନ୍ତି । ଏହା ପରେ ଅନ୍ୟ ଏକ ୧୦୮ଯୋଗେ ଉମରକୋଟ ସ୍ୱାସ୍ଥ କେନ୍ଦ୍ରକୁ ଯାଇଥିଲେ । ଗର୍ଭବତୀ ମହିଳା ଓ ଆଶା ଦିଦିଙ୍କ ଅବସ୍ଥା ଗୁରୁତର ଥିବାରୁ ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଆଶା ଦିଦି ଙ୍କ ସ୍ୱାସ୍ଥ୍ୟ ବସ୍ଥା ସାମାନ୍ୟ ଥିଲା ବେଳେ ଗର୍ଭବତୀଙ୍କ ସ୍ୱାସ୍ଥ୍ୟବସ୍ଥାର ସଠିକ ସୂଚନା ମିଳିନାହିଁ ।

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରୟ ବଙ୍ଗଳାର ଉତ୍ତର ଦିନାଜପୁରରେ ଝୁଲୁଥିବା ଦେଖିବାକୁ ମିଳିଛି : ଦଳ କହିଛି ଟିଏମସି ଦ୍ୱାରା ହତ୍ୟା

କଲିକତା (୧୩/୦୭-ଓଡିଶାନ୍ୟୁଜ୨୪ ବ୍ୟୁରୋ ): ସୋମବାର ସକାଳେ ଉତ୍ତର ଦିନାଜପୁର ଜିଲ୍ଲାର ହେମତାବାଦ ଅଞ୍ଚଳରେ ଥିବା ତାଙ୍କ ଘର ନିକଟରେ ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ନାଥ ରୟଙ୍କ...

ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ନେଇ ସୂଚନା ଦେଲେ ମନ୍ତ୍ରୀ

ରିପୋର୍ଟ: ଓଡିଶାନ୍ୟୁଜ୨୪ବ୍ୟୁରୋ //ଭୁବନେଶ୍ୱର (୧୩।୦୭): ମାଟ୍ରିକ ପରୀକ୍ଷା ଖାତାଦେଖା ଶେଷ ହୋଇଛି । ଟାବୁଲେସନ ଆରମ୍ଭ ହୋଇଯାଇଛି । ଖୁବ୍‌ଶୀଘ୍ର ଫଳ ପ୍ରକାଶ ନେଇ ତାରିଖ ଘୋଷଣା ହେବ...

ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ, ବୋର୍ଡ ଓ୍ୱେବସାଇଟ୍‌ରେ ରେଜଲ୍ଟ

ନୂଆଦିଲ୍ଲୀ, ୧୩।୦୭: ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ବୋର୍ଡର ଓ୍ୱେବସାଇଟରେ ନିଜର ଫଳ ଦେଖିପାରିବେ । କରୋନା ଭାଇରସ ପାଇଁ ରେଜଲ୍ଟ ପ୍ରକାଶରେ...

ଚିକିତ୍ସା ଅବହେଳାରୁ ଶିଶୁମୃତ୍ୟୁ ଅଭିଯୋଗ, ମିଳିଲାନି ଆମ୍ବୁଲାନ୍ସ ବାଇକ ଯୋଗେ ବୁହାହେଲା ଶିଶୁର ଶବ

ରିପୋର୍ଟ: ଜଗଦୀଶ ଦାସ //ରାଇକିଆ(୧୩/୦୭): ସରକାର ସ୍ୱାସ୍ଥ୍ୟର ଉନ୍ନତି ପାଇଁ ବିଭିନ୍ନ ଯୋଜନା କରିଛନ୍ତି ର୍ତ୍ତମାନ ପରିସ୍ଥିତି କିନ୍ତୁ ଆଦିବାସୀ ଅଧ୍ୟୁଷିତ କନ୍ଧମାଳରେ ସ୍ୱାସ୍ଥ୍ୟ ସେବା ଏକରକମ ଭୁଶୁଡିଯାଇଛି...

Recent Comments

%d bloggers like this: