ପଡ଼େଇକାନି ଚେକ୍ ଡେମ୍ ଚାଷ କାମରେ ଆସୁନି ପାଣି

0
207
ପଡ଼େଇକାନି

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, ତା-(୧୩/୧) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ନାରାୟଣପୁର ପଞ୍ଚାୟତ ର ପଡ଼େଇକାନି ଗାଁ ପାଇଁ ନିର୍ମାଣ କରାଯାଇଥିବା ଚେକ୍ ଡେମ ର ପାଣି ଚାଷ କାମରେ ଆସୁ ନ ଥିବା ଅଭିଯୋଗ ହେଉଛି ।

ଏହି ଚେକ୍ ଡେମ କ୍ଷୁଦ୍ର ଜଳସେଚନ ବିଭାଗ ତରଫରୁ ୨୦୧୭ ମସିହାରେ ୬୭ ଲକ୍ଷ ବ୍ୟୟ ଅଟକଳ ମୂଲ୍ୟରେ ନିର୍ମାଣ ହୋଇଥିଲା । ଏହି ଆଡିବନ୍ଧ ନିର୍ମାଣ ର ୫ ବର୍ଷ ବିତି ଯାଇଥିଲେ ସୁଦ୍ଧା ଚାଷ ଜମିକୁ ପାଣି ଆସି ପାରିଲାନାହିଁ । ଡେମ ତିଆରି ହେଲା ସତ ପାଣି ବାହାରିବାକୁ କେନାଲ ନାହିଁ । ଏହି ଡେମ ରୁ କେନାଲ ହେଲେ ତିନୋଟି ମୌଜା ର ଲୋକ ମାନେ ଉପକୃତ ହୋଇପାରିବେ ସୀତାପୁର, ଖସିଗୁଡ଼ା ଓ ପଡ଼େଇକାନି ଏହି ତିନୋଟି ଗାଁ ର ପ୍ରାୟ ତିନି ଶହ ହେକ୍ଟର ଚାଷ ଜମି ରହି ଥିବା ଜଣା ପଡିଛି ।

ଯେଉଁଟି ଲୋକ ଙ୍କ ଉପକାର ହୋଇ ପାରିବ ସେହିଟି କାର୍ଯ୍ୟ କରାଯାଉ ନ ଥିବା ବୁଦ୍ଧିଜିବୀ ମହଲ ରେ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳିଛି । ଡେମ ତିଆରି କରୁଛନ୍ତି ହେଲେ ପାଣି ବାହାରିବାକୁ କେନାଲ ନାହିଁ ।

ଯେତେ ଆଡ଼ିବନ୍ଦ ଚେକ୍ ଡେମ୍ ହେଲେ ମଧ୍ୟ ଲୋକଙ୍କ ଚାଷ ଜମିକୁ ପାଣି ଆସୁନାହିଁ ବୋଲି ୩ ଖଣ୍ଡ ଗ୍ରାମ ର ଚାଷୀ ଅଭିଯୋଗ କରିଛନ୍ତି । କେନାଲ ନିର୍ମାଣ ପାଇଁ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ ଏହାର ସମାଧାନ ହୋଇପାରୁ ନ ଥିବା ସାଙ୍ଗାନା କାଡ୍ରାକା, ରାଉତ ପିଡିସିକା, ପରମେଶ୍ବର ପିଡିସିକା, ରୋହିଦାସ ପିଡିସିକା, କୃଷ୍ଣ ପିଡିସିକା, ରାମ ଦାସ ହିକକା କହିଛନ୍ତି ।

ଏ ସମ୍ପର୍କରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ନୂଆଁ କାମ ହୋଇ ପାରିବ ନାହିଁ, ପୁରୁଣା କାମ ହୋଇ ପାରିବ । ମୁଁ ସେହି ସ୍ଥାନ କୁ ତଦାରଖ କରିବି, ଭୋଟ ପରେ ସୁବିଧା ଥିଲେ କେନାଲ କରାଯିବ ବୋଲି କହିଛନ୍ତି ।