Friday, March 29, 2024

Top 5 This Week

Related Posts

ବୋରିଗୁମ୍ମା ଜୁନିୟର କଲେଜ ରେ ଜାତୀୟ ଯୁବ ଦିବସ ପାଳିତ

ରିପୋର୍ଟ : ରବିଶଙ୍କର ମହାପାତ୍ର
ବୋରିଗୁମ୍ମା, (୧୨/୧) : ଆଜି ବୋରିଗୁମ୍ମା ଜୁନିୟର କଲେଜ ରେ DAAPSU,କୋରାପୁଟ ଦ୍ବାରା ଜାତୀୟ ଯୁବ ଦିବସ ଉପଲକ୍ଷେ ଏକ ଓ୍ବେବିନାର ର ଉଦଘାଟନ ହୋଇଯାଇଛି ।WhatsApp Image 2022 01 14 at 8.52.35 AM ବୋରିଗୁମ୍ମା ଜୁନିୟର କଲେଜ ରେ ଜାତୀୟ ଯୁବ ଦିବସ ପାଳିତ

କୋରାପୁଟ ସରକାରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ. ଦୀପକ ପଟ୍ଟନାୟକ ଏହି ଓ୍ବେବିନାର ଉଦଘାଟନ କରିଛନ୍ତି । ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଏକ ଛତା ର ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ଜଣାପଡିଛି । ସମୁଦାୟ ୧୫ ଟି ପେଣ୍ଟିଂ ମଧ୍ୟରୁ ବୋରିଗୁମ୍ମା ଜୁନିୟର କଲେଜ ର ଚିତ୍ର ତୃତୀୟ ସ୍ଥାନ ଅଧିକାର କରିଥିବା ଜଣାପଡିଛି ।

ଏହି ଓ୍ବେବିନାର ରେ ବହୁ ସଂଖ୍ୟକ ସ୍ବେଚ୍ଛାସେବୀ ଓ ପରାମର୍ଶଦାତା ଅଂଶଗ୍ରହଣ କରିଥିବା ବେଳେ ବୋରିଗୁମ୍ମା ର ପରାମର୍ଶ ଦାତା ଶ୍ରୀ ପଦ୍ମଭୁଷଣ ଦାଶ ମଧ୍ୟ ଯୋଗଦାନ କରିଥିବା ଜଣାପଡିଛି । ଜିଲ୍ଲା ସ୍ତରରେ ଡଃ ପ୍ରକାଶ ପ୍ରଧାନ ଓ ଡଃ ନରେଶ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କଲେଜ ଅଧ୍ୟକ୍ଷ ଶ୍ରୀ ଦାଶରଥି ଗୌଡ ତଥା ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ଖୁସୀ ବ୍ୟକ୍ତ କରିଥିବା ଜଣାପଡିଛି ।

Popular Articles