ଶ୍ରୀ ବଳରାମ ଜୀଉ ଙ୍କ ମନ୍ଦିର ରେ ପୁତ୍ରଦା ଏକାଦଶୀ ପାଳିତ

0
152
ଶ୍ରୀ ବଳରାମ

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ, (୧୪/୦୧) : ଢେଙ୍କାନାଳ ଜିଲ୍ଲା ର ଢେଙ୍କାନାଳ ସହର ସ୍ଥିତ କୈବଲ ବଜାର ସ୍ଥିତ ଶ୍ରୀ ବଳରାମ ଜୀଉ ଙ୍କ ମନ୍ଦିର ପ୍ରାଙ୍ଗଣରେ ପୁତ୍ରଦା ଏକାଦଶୀ ନୀତି ନିୟମ ର ସହିତ ପାଳିତ ହୋଇଥିଲା ।

ପ୍ରାତଃ ରୁ ଶ୍ରୀ ବଳରାମ ଜୀଉ ଙ୍କୁ ମଙ୍ଗଳ ଆଳତି କରାଯାଇ ଥିଲା । ଶ୍ରୀବଳରାମ ଜୀଉ ଙ୍କୁ ବସ୍ତ୍ର ପରିଧାନ, ତୁଳସୀ ହାର, ଫୁଲ ହାର, ଲାଗି କରାଯାଇ ଥିଲା । ପହିଲି ଭୋଗ, ୧୦.୩୦ ରେ ଖେଚୁଡ଼ି, ମଧ୍ୟାହ୍ନ ରେ ଅର୍ଣ୍ଣ ଧୂପ, ସନ୍ଧ୍ୟା ରେ ଆଳତି, ରାତ୍ର ରେ ରାତ୍ର ଧୂପ, ମହାଦୀପ ଉପର କୁ ଉଠି ପହଡ ପଡ଼ିଥିଲା । ପୂଜକ ଶ୍ରୀବତ୍ସ ମିଶ୍ର, ପାଳିଆ ସେବକ ଶମ୍ବୁ ନାଥ ପାହାପାତ୍ର, ଯେମାଦାର ବସନ୍ତ ରଥ ଙ୍କ ତତ୍ୱାବଧାନ ରେ ଏହି ପୁତ୍ରଦା ଏକାଦଶୀ ନୀତି ନିୟମ ର ସହିତ ପାଳିତ ହୋଇଥିଲା ।