ବରିଷ୍ଠ ସିନେ ଅଭିନେତା ମିହିର ଙ୍କ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

0
211
ବରିଷ୍ଠ ସିନେ ଅଭିନେତା

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୨/୦୧) : ବରିଷ୍ଠ ସିନେ ଅଭିନେତା ମିହିର ଦାସ ଙ୍କ ଅମର ଆତ୍ମା ର ସଦଗତି ପାଇଁ ଆଜି ସନ୍ଧ୍ୟା ରେ ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ ଧଳପୁର ର ସୁଭାଷ ଚନ୍ଦ୍ର ବୋଷ ୟୁଥ କ୍ଳବ ଆନୁକୂଲ୍ୟରେ ରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ଏହି ଶୋଭାଯାତ୍ରା ରେ ସୁଭାଷ ଚନ୍ଦ୍ର ବୋଷ ୟୁଥ କ୍ଳବ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ଧଳପୁର ବଜାର ରେ ଆୟୋଜନ କରିଥିଲେ । ବରିଷ୍ଠ ସିନେ ଅଭିନେତା ମିହିର ଦାସ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ଅମର ଆତ୍ମା ର ଶାନ୍ତି ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରିବା ସହିତ କ୍ୟାଣ୍ଡେଲ ଶୋଭାଯାତ୍ରା ରେ ମାର୍କେଟ ଟି ଆଲୋକିତ ହୋଇ ଯାଇଥିଲା । ଏହି କ୍ୟାଣ୍ଡେଲ ଶୋଭାଯାତ୍ରା କୁ ଦେଖି ସ୍ଥାନୀୟ ଅଞ୍ଚଳ ବାସୀ ୟୁଥ କ୍ଳବ କୁ ସାଧୁବାଦ ଜଣାଇଛନ୍ତି ।