Advertisements
Sunday, July 5, 2020
Home Cultural & Festival ନବରଙ୍ଗପୁର ଜିଲ୍ଲା ସାଂସ୍କୃତିକ ଲୋକ ମହୋତ୍ସଵ "ମଣ୍ଡେଇ" ଉଦଘାଟିତ

ନବରଙ୍ଗପୁର ଜିଲ୍ଲା ସାଂସ୍କୃତିକ ଲୋକ ମହୋତ୍ସଵ “ମଣ୍ଡେଇ” ଉଦଘାଟିତ

ନବରଙ୍ଗପୁର ଜିଲ୍ଲା ପ୍ରତିନିଧି (ଏ. ସତୀଶ): ନବରଙ୍ଗପୁର ଜିଲ୍ଲା ମହୋତ୍ସଵ “ମଣ୍ଡେଇ ” ମହା ଆଡମ୍ବରସହ ଉଦଘାଟିତ ହୋଇଯାଇଛି ।

ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଡ଼ଃ ଅଜିତ କୁମାର ମିଶ୍ରଙ୍କ ପୋୖରହିତରେ ଆୟେ।ଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ମାନ୍ୟବର ମନ୍ତ୍ରୀ ତଥା ଅନୁସୂଚିତ ଜାତି, ଜନଜାତି ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ରୂପେ ସଞ୍ଜୟ ଦାସବର୍ମା ଅଧ୍ୟକ୍ଷ-ଆକଳନ କମିଟି, ମନୋହର ରନ୍ଧାରୀ-ବିଧାୟକ ନବରଙ୍ଗପୁର ,ମୋତିରାମ ନାୟକ ଅଧ୍ୟକ୍ଷ- ସ୍ୱତନ୍ତ୍ର ବିକାଶ ପରିଷଦ, ବଳଭଦ୍ର ମାଝୀ-ସାଂସଦ, ଭୁଜବଳ ମାଝୀ- ବିଧାୟକ ଡାବୁଗାଁ, ସୁବାଷ ଗଣ୍ଡ ବିଧାୟକ-ଉମରକୋଟ, ମୁନ୍ନା ଖାଁ ଅଧ୍ୟକ୍ଷ-କାଜୁ ନିଗମ, ଭଗବତୀ ଭତ୍ରା ଅଧ୍ୟକ୍ଷ।-ଜିଲ୍ଲା ପରିଷଦ , ନିବେଦିତା ମହାନ୍ତି ଉପାଧ୍ୟକ୍ଷ।-ଜିଲ୍ଲା ପରିଷଦ, ମଞ୍ଜୁଳା ମାଝୀ ଉପାଧ୍ୟକ୍ଷ।-ସ୍ୱତନ୍ତ୍ର ବିକାଶ ପରିଷଦ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମେ ନବରଙ୍ଗପୁର ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାରଘରଣୀ ମନ୍ଦିର ଠାରେ ପୂଜାର୍ଚନା ହୋଇ ଏକ ବିଶାଳ ଶୋଭାଯାତ୍ରା ବାହାରି ସ୍ଥାନୀୟ ମଣ୍ଡେଇ ପଡିଆ ଠାରେ ପହଂଚି ଥିଲା ।

ଉଦଘାଟନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ରମେଶ ମାଝୀ କହିଥିଲେ ମଣ୍ଡେଇ ମହୋତ୍ସଵ ମାଧ୍ୟମରେ ଜିଲ୍ଲାର ଲୁକାୟିତ ପ୍ରତିଭାକୁ ଜାତୀୟ ସ୍ତରୀୟରେ ପହଞ୍ଚାଇବା ସହ ନବରଙ୍ଗପୁର ଜିଲ୍ଲାକୁ ବିକାଶ ପଥରେ ଆଗେଇବା ଏହା ଏକ ଉଦ୍ୟମ । ଜିଲ୍ଲାପାଳ ଅଜିତ କୁମାର ମିଶ୍ର କହିଥିଲେ ନବରଙ୍ଗପୁର ଜିଲ୍ଲା ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଗକୁ ବଢ଼ିବାରେ ଲାଗିଛି ଏବଂ ଏହି ମଣ୍ଡେଇ ମହୋଉତ୍ସଵ ମାଧ୍ୟମରେ ଜିଲ୍ଲାର ବିକାଶ ସମ୍ବବ ହୋଇପାରିବ । ମଞ୍ଚାସିନ ସମ୍ମାନିତ ଅତିଥି ନିଜ ନିଜ ଅବିଭାଷଣରେ ନବରଙ୍ଗପୁର ଜିଲ୍ଲା କଳା ଓ ସଂସ୍କୃତିର ଜିଲ୍ଲା ବୋଲି କହିବାସହ ଜିଲ୍ଲାର ବିଭିନ୍ନ ସମସ୍ୟା ଯଥା ଶିକ୍ଷା, କୃଷି ,ସ୍ୱାସ୍ଥ୍ୟ ଓ କଳା ସଂସ୍କୃତି ସମସ୍ତ ସରକାରୀ ଅଧିକାରୀ ଓ ନେତାମାନେ ମିଳିତ ସହଯୋଗରେ ଜିଲ୍ଲାର ବିକାଶ ହୋଇପାରିବ ବୋଲି କହିଥିଲେ । ଉଦଘାଟନୀ ସନ୍ଧ୍ୟାରେ ରାଜ୍ୟ ଓ ରାଜ୍ୟ ବାହାର କଳାକାର ମାନେ ଓଡିଶୀ ନୃତ୍ୟ, ଦାଣ୍ଡିଆ, ନାଗଲାଣ୍ଡ ଆଦିବାସୀ ନୃତ୍ୟ, ଗୋଟିପୁଅ , ଡେମସା ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକ ମାନଙ୍କୁ ବିମୋହିତ କରିଥିଲେ । ଜିଲ୍ଲା ସୂଚନା ଲୋକ ସଂପର୍କ ଅଧିକାରୀ ହଲଦର ନିହାଲ ମଞ୍ଚ ପରିଚାଳନା କରିଥିଲେ । ଉଦଘାଟନୀ ଉତ୍ସବରେ ବହୁ ଜିଲ୍ଲାସ୍ତରୀୟ ଅଧିକାରୀଗଣ ଯୋଗ ଦେଇଥିଲେ ।

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

ମାଲକାନଗିରି ଜିଲ୍ଲାରେ ମାଓ ବିରୋଧୀ ପୋଷ୍ଟର

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ମାଓବାଦୀ ଙ୍କୁ ବିରୋଧ କରି ପୋଷ୍ଟର ଲାଗିଲା ସ୍ବାଭିମାନ ଅଞ୍ଚଳରେ ।

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

Recent Comments

%d bloggers like this: