Thursday, March 28, 2024

Top 5 This Week

Related Posts

ରାୟଗଡା ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଟ୍ରାନ୍ସଜେଣ୍ଡର ଅଧିକାର ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ, ତା.(୧୨/୦୧) : ଗତ ଜାନୁଆରୀ ୧୧ ତାରିଖରେ ରାୟଗଡା ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଟ୍ରାନ୍ସଜେଣ୍ଡର ଅଧିକାର ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

ରାୟଗଡା ଜିଲ୍ଲା ଆଇନସେବା ପ୍ରାଧିକରଣ ର ସଚିବ ଶ୍ରୀ ମନୋରଞ୍ଜନ ମିଶ୍ର ଙ୍କ ଦ୍ୱାରା ସଞ୍ଚାଳିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଜଜ ତଥା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ଶ୍ରୀ ବିକ୍ରମ କେଶରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l

ଏହି କାର୍ଯ୍ୟକ୍ରମରେ ପରିବାର ଅଦାଲତର ବିଚାରପତି ଶ୍ରୀ ଅମୃତ ରଞ୍ଜନ ନନ୍ଦ, ଅତିରିକ୍ତ ଜିଲ୍ଲା ଜଜ ଶ୍ରୀମତୀ ରୀନା ରାଣୀ ଚୌଧୁରୀ, ସ୍ଥାୟୀ ଲୋକ ଅଦାଲତ ର ଅଧ୍ୟକ୍ଷ ଶ୍ରୀ ହିମାଂଶୁ ଶେଖର ବ୍ରହ୍ମା, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ମନୋରଞ୍ଜନ ଦାସ, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତୀ ଶତରୁପା ଶତପଥୀ, ଜେଏମଏଫସି ଶ୍ରୀ ଗୁରୁ ଜେନାମଣି, ଗ୍ରାମ୍ୟ ନ୍ୟାୟାଧିକାରୀ ଶ୍ରୀ ଯୁଧିଷ୍ଠିର ଦଳାଇ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଭିକ୍ଟୋରିଆ କୁଲୁ, ଉପଖଣ୍ଡ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ ଓ ପ୍ୟାନେଲ ଓକିଲ ଶ୍ରୀ ସାମୁଏଲ ତାଣ୍ଡି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ l

କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ପ୍ରାଧିକରଣ ର ସଚିବ ଶ୍ରୀ ମିଶ୍ର ନିଜ ର ଅଭିଭାଷଣ ରେ ଆଜିର ସଚେତନତା କାର୍ଯ୍ୟକ୍ରମ ର ଯଥାର୍ଥତା ତଥା ଆଧୁନିକ ସମାଜ ର ସାମ୍ପ୍ରତିକ ପରିସ୍ଥିତି ରେ ଏପରି କାର୍ଯ୍ୟକ୍ରମ ର ଉପଯୋଗୀତା ସମ୍ପର୍କ ରେ ଆଲୋକପାତ କରିଥିଲେ l ବିଚାରପତି ଶ୍ରୀ ଦାସ, ବିଚାରପତି ଶ୍ରୀମତୀ ଶତପଥୀ, ବିଚାରପତି ଶ୍ରୀ ଜେନାମଣି ନିଜ ନିଜ ର ବକ୍ତବ୍ୟ ରେ ବର୍ତମାନ ର ସମାଜ ରେ ଟ୍ରାନ୍ସଜେଣ୍ଡର ମାନଙ୍କ ସଫଳତା ତଥା ସେମାନଙ୍କ ଅଧିକାର ସମ୍ବନ୍ଧରେ ରହିଥିବା ବିଭିନ୍ନ ଆଇନ ବିଷୟ ରେ ଆଲୋଚନା କରିଥିଲେ l

ଜିଲ୍ଲା ଜଜ ତଥା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କବିତା ମାଧ୍ୟମ ରେ ଆଜି ର ସମାଜ ରେ ଟ୍ରାନ୍ସଜେଣ୍ଡର ଅଧିକାର ବିଷୟରେ ସମସ୍ତଙ୍କୁ ସଚେତନ ହେବାକୁ ପଡିବ ବୋଲି ମତବ୍ୟକ୍ତ କରିଥିଲେ l ନିଜ ର ଅଭିଭାଷଣ ରେ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ କୁଲୁ ରାୟଗଡା ଜିଲ୍ଲା ରେ ଟ୍ରାନ୍ସଜେଣ୍ଡର ମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାର ଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କ ରେ ବର୍ଣ୍ଣନା କରିଥିଲେ ଓ ଅଂଶଗ୍ରହଣ କାରୀ ମାନଙ୍କ ର ବିଭିନ୍ନ ପ୍ରଶ୍ନ ର ଉତ୍ତର ରଖିଥିଲେ l

ପରିଶେଷରେ ମହାମାରୀ କରୋନା ସମୟରେ ସମସ୍ତେ କୋଭିଡ ସମ୍ବନ୍ଧୀୟ ନିୟମାବଳୀ ପାଳନ ପୂର୍ବକ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ଅତିଥି ମାନେ ଆହ୍ୱାନ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ମା ମଝିଘରିଆଣି ସି.ଓ.ବି. ର କର୍ମକର୍ତା ଓ ସଦସ୍ୟା ମାନେ ଯୋଗ ଦେଇଥିଲେ ଓ ପରିଚାଳନା ରେ ଆଇନସେବା ପ୍ରାଧିକରଣ ର କର୍ମଚାରୀ ଶ୍ରୀ ଜନକ ମିର୍ଧା ସହଯୋଗ କରିଥିଲେ l

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles