Related Contents

ରାଜଗାଙ୍ଗପୁର ଥାନାରେ ଶୌଚାଳୟ ଭିତରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା

ରାଜଗାଙ୍ଗପୁର (ରାଜେଶ କୁମାର ଜେନା): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନାରେ ଅଭିଯୁକ୍ତକାରୀ ଶୌଚାଳୟକୁ ଯାଇ ଆତ୍ମହତ୍ୟା କରିଛନ୍ତି । ଏହା ଜାଣିବା ପରେ ପୋଲିସ କର୍ମୀ ସଂଗେ ସଂଗେ ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନାକୁ ନେଇ ଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା ଜରିଥିଲା । ସେଇ ମୃତ ଅଭିଯୁକ୍ତାକାରୀଙ୍କ ନାମ ହେଉଛି ଜୟ ପ୍ରକାଶ ଲାକ୍ରା ।

ସୂଚନା ଅନୁଯାୟୀ ସୋନାଖାନ ନିକଟ ରାଇକା କଛାର ଗ୍ରାମର ବାସିନ୍ଦା । ସିଏ ରାଜଗାଙ୍ଗପୁର ଏସ.ବି.ଆଇ ବ୍ୟାଙ୍କରେ ଏଜେଣ୍ଟ ଭାବରେ କାମ କରୁଥିଲେ । କିନ୍ତୁ କିଛି ଦିନରୁ ଜୟ ପ୍ରକାଶ ଲାକ୍ରା ତାଙ୍କ ଗ୍ରାମବାସୀଙ୍କ ଟଙ୍କାକୁ ନେଇ ହେରାଫେରି କରିଥିବାରୁ ଗ୍ରାମବାସୀ ମାନେ ତାଙ୍କୁ ଗତ ଶନିବାର ଦିନ ଧରି ନିଧୁମ ମାଡ଼ ମାରିଥିଲେ, ଆଉ ରାଜଗାଙ୍ଗପୁର ଥାନାରେ ହସ୍ତାନ୍ତର କରିଥିଲେ । ଗତ ବୁଧୁବାର ରାତିରେ ଅଭିଯୁକ୍ତାକାରୀଙ୍କୁ ମୃତ ଘୋଷଣା ପରେ ରାଜଗାଙ୍ଗପୁରରେ ବିରାଟ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଖବର ପାଇ ଆଜି ସକାଳେ ମୃତ ଅଭିଯୁକ୍ତ ଜୟ ପ୍ରକାଶ ଲାକ୍ରାଙ୍କ ପରିବାର ଲୋକ ଆସି ପହଞ୍ଚି ଥିଲେ, କିନ୍ତୁ ସେତେବେଳେକୁ ଶବ ବ୍ୟବଚ୍ଛେଦ କରିଦିଆ ଯାଇଥିଲା । ଅଭିଯୁକ୍ତାକାରୀଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ସିଏ ଆତ୍ମହତ୍ୟା କରିନାହିଁ । ତାଙ୍କ ପରିବାର ଲୋକ କହିବା ମାନେ ହେଲା ନବୀନ ନାମକ ଜଣେ ତାଙ୍କୁ ମାରି ମାରି ଥାନାରେ ହସ୍ତାନ୍ତର କରିଥିଲେ । ପରିବାର ଲୋକଙ୍କ ଅଭିଯୋଗ ହେଲା ଜୟ ପ୍ରକାଶ ଲାକ୍ରା କୁତ୍ରା ଥାନାକୁ ଯାଉଥିବା ବେଳେ କାଁହିଁକି ତାକୁ ରାଜଗାଙ୍ଗପୁର ଥାନାରେ ରଖାଗଲା । ମୃତ ଅଭିଯୁକ୍ତକାରୀ ଙ୍କ ପରିବାର ଲୋକ ତାଙ୍କ ପୁଅର ମୃତ୍ୟୁ ପାଇଁ ପୋଲିସ ଏବଂ ରାଜଗାଙ୍ଗପୁରର ବିଧାୟକ ଶ୍ରିଯୁକ୍ତ ମଙ୍ଗଳା କିଷାନକୁ ମଧ୍ୟ ଦାୟୀ କରିଛନ୍ତି । ଏହିସବୁ ପାଇଁ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବାରୁ ରାଜଗାଙ୍ଗପୁରରେ ଛଅ ପ୍ଲାଟୁନ ପୋଲିସଙ୍କୁ ମୁତୟନ କରାଯାଇଛି।

Comments are closed.