Thursday, March 28, 2024

Top 5 This Week

Related Posts

କରୋନା ର ଏକ ନୂଆ ଷ୍ଟ୍ରେନ ଡୋଲଟାକ୍ରନ

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର, (୧୧/୦୧) : ଓମିକ୍ରନ ଭୟ ଭିତରେ କରୋନା ର ଏକ ନୂଆ ଷ୍ଟ୍ରେନ ସାମ୍ନାକୁ ଆସିଛି । ସାଇପ୍ରସ ର ଜଣେ ବୌଜ୍ଞାନିକ ଏହି ଷ୍ଟ୍ରେନ ର ସନ୍ଧାନ ପାଇଛନ୍ତି । ଏହା ଡେଲଟା ଓ ଓମିକ୍ରନ ର ମିଶ୍ରଣ ବୋଲି କୁହାଯାଉଛି । ଏହାର ନୂଆ ନାଁ ଦିଆଯାଇଛି ଡେଲଟାକ୍ରନ ।

ସାଇପ୍ରସ ବିଶ୍ୱବିଦ୍ୟାଳୟ ର ବୈଜ୍ଞାନିକ ପ୍ରଫେସର ଲିଓନିଡିଅସ କୋଷ୍ଟ୍ରାଇକସ କରୋନା ର ଏକ ନୂଆ ଷ୍ଟ୍ରେନ କୁ ଖୋଜି ବାହାର କରିଛନ୍ତି । ଅନ୍ତର୍ଜାତୀୟ ରିପୋର୍ଟ ଅନୁସାରେ, ସାଇପ୍ରସରେ ଏଭଳି ୨୫ ମାମଲା ଚିହ୍ନଟ ହୋଇଛି । ତେବେ ଅନ୍ୟ କୌଣସି ଦେଶ ଏହି ଷ୍ଟ୍ରେନ ସମ୍ପର୍କରେ କୌଣସି ତଥ୍ୟ ଦେଇନାହାନ୍ତି । ସାଇପ୍ରସ ବୈଜ୍ଞାନିକଙ୍କ କହିବା ଅନୁସାରେ, ହସପିଟାଲରେ ଭର୍ତି ହୋଇଥିବା ରୋଗୀଙ୍କ ମଧ୍ୟରେ ମ୍ୟୁଟେସନ ର ଫ୍ରିକ୍ୱେନ୍ସି ଅଧିକ ଥିଲା, ଯାହା ନୂଆ ଷ୍ଟ୍ରେନ କୁ ଇସାରା କରୁଛି ।

ସଂପୃକ୍ତ ବୈଜ୍ଞାନିକ ତାଙ୍କ ନିଷ୍କର୍ସକୁ ଅନ୍ତର୍ଜାତୀୟ ଡାଟାବେସ ସଂସ୍ଥା, ଜିଆଇଏସ ଏଆଇଡିକୁ ପଠାଇଛନ୍ତି । ଏହି ସଂସ୍ଥା ଭାଇରସ କୁ ଟ୍ରାକ କରିଥାଏ । ସାଇପ୍ରସ ବୈଜ୍ଞାନିକ ଦାବି କରିଛନ୍ତି, ଏହି ନୂଆ ଭାଂରିଆଂଟ ର ଜେନେଟିକ ବେଗ୍ରାଉଣ୍ଡ ଡେଲଟା ସହିତ ପ୍ରାୟ ସମାନ । ଏହା ସହିତ ଏଥିରେ ଓମିକ୍ରନର କିଛି ମ୍ୟୁଟେସନ ମିଳିଛି । ତେବେ ଏ ନେଇ ଭୟଭୀତ ହେବାର କିଛି ନାହିଁ ବୋଲି କୁହାଯାଇଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles