Related Contents

ବ୍ୟାଙ୍କ ଖାତାରୁ ଟଙ୍କା ଗାଏବ, ଜୁନାଗଡ ଏକ୍ସିସ୍‌ ବ୍ୟାଙ୍କ ନାଁରେ ସଙ୍ଗୀନ ଅଭିଯୋଗ

ଜୁନାଗଡ଼ (ଚିତ୍ତରଞ୍ଜନ ବାଗ): କଳାହାଣ୍ଡି ଜିଲ୍ଲା ଜୁନାଗଡ ଏକ୍ସିସ୍‌ ବ୍ୟାଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ବ୍ୟାଙ୍କ ଖାତାରୁ ଟଙ୍କା ଗାଏବ ନେଇ ଗ୍ରାହକ ସଂଗୀନ ଅଭିଯୋଗ କରିଛନ୍ତି ।

ଏଠାରେ କାମ କରୁଥିବା ଜଣେ ଫିଲ୍ଡ ଅଫିସର ଜିତେନ୍ଦ୍ର ମେହେର ଗାଁ ଲୋକଙ୍କ ଖାତା ଖୋଲିବା ପରେ ଏଟିଏମ୍‌ ମାଧ୍ୟମରେ ବ୍ୟାଙ୍କ ଖାତାରେ ଜମା ଥିବା ଲକ୍ଷାଧିକ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି । ଏ ନେଇ ବ୍ୟାଙ୍କରେ ଅଭିଯୋଗ ପରେ ବି ଫଳ ନ ମିଳିବାରୁ ଥାନାରେ ମାମଲା ରୁଜୁ ହୋଇଛି । ୨୦ ଜମାକାରୀଙ୍କ ଖାତାରୁ ୨୫ ଲକ୍ଷରୁ ଅଧିକ ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି |

Comments are closed.