ସମ୍ଭାବ୍ୟ ତୃତୀୟ ଲହର କରୋନା ମୁକାବିଲା ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଳା ପ୍ରଶାସନ ସମ୍ପୂର୍ଣ ପ୍ରସ୍ତୁତ : ଜିଲ୍ଲାପାଳ

0
344
ସମ୍ଭାବ୍ୟ ତୃତୀୟ ଲହର

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୋନପୁର, (୧୦/୧) : କରୋନା ର ସମ୍ଭାବ୍ୟ ତୃତୀୟ ଲହର ଓମିକ୍ରନ ର ସଫଳ ମୁକାବିଲା କରିବା ପାଈଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ପ୍ରସ୍ତୁତ ହୋଇ ରହିଛି l ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଆଜି ତରଭା ବ୍ଲକ ଗସ୍ତ କରି ସାମ୍ପ୍ରତିକ ସ୍ଥିତି ର ଅନୁଧ୍ୟାନ କରିଥିଲେ l

ତାଙ୍କ ସହିତ ତରଭା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ଏକ ଡାକ୍ତରି ଦଳ ଜାମକାନି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିବା ସମୟରେ ଜଣେ ଛାତ୍ର କରୋନା ପଜିଟିଭ ଥିବା ଜଣା ପଡିଲା l ଏହାପରେ ଛାତ୍ର ର ଗାଁ ବଡ ଭଇଁରୋ ଗସ୍ତ ସମୟରେ ତାର ଭଉଣୀ ମଧ୍ୟ କରୋନା ପଜିଟିବ ଥିବା ପରୀକ୍ଷା ରୁ ଜଣା ପଡିଲା l ଏମାନଙ୍କ ସ୍ୱାସ୍ଥ୍ୟ ର ଯତ୍ନ ନେବା ସହିତ ଆବଶ୍ୟକ ସେବା ଶୁଶ୍ରୁତ୍ସା ଯୋଗାଇଦେବା ପାଇଁ ଜିଲ୍ଲପାଳ ନିର୍ଦେଶ ଦେଇଛନ୍ତି l ତରଭା ବିଜ୍ଞାପିତ ଅଞ୍ଚଳରେ ମଧ୍ୟ ଜଣେ କରୋନା ପଜିଟିବ ବାହାରିଥିବାରୁ ତାକୁ ହୋମ୍ଆଇସୋଲେସନ ରେ ରଖା ଯାଇ ଚିକିତ୍ସା ଯୋଗାଇ ଦିଆଯାଉଛି l ଜିଲ୍ଲପାଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତରଭା ପରିଦର୍ଶନ କରି ସମ୍ଭାବ୍ୟ କରୋନା ମହାମାରୀର ମୁକାବିଲା ନିମନ୍ତେ ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି l ଏଠାରେ ସୂଚନା ଯୋଗ୍ୟ ଯେ ଜିଲ୍ଲl ପ୍ରଶାସନ କରୋନା ର ତୃତୀୟ ଲହର କୁ ପ୍ରତିହତ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି l95130fb2 ca0c 4394 9951 7e9759b3cb09 ସମ୍ଭାବ୍ୟ ତୃତୀୟ ଲହର କରୋନା ମୁକାବିଲା ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଳା ପ୍ରଶାସନ ସମ୍ପୂର୍ଣ ପ୍ରସ୍ତୁତ : ଜିଲ୍ଲାପାଳ

ବର୍ତ୍ତମାନ ପର୍ଯ୍ୟନ୍ତ ୧୧୦୪ ଜଣଙ୍କ ରାପିଡ଼ ଆଣ୍ଟିଜେନ ଟେଷ୍ଟ ଏବଂ ୭୯୦ଜଣଙ୍କ ଆର୍ଟିପିସିଆର ଟେଷ୍ଟ କରାଯାଇଛି l ଏମାନଙ୍କ ମଧ୍ୟରୁ ୧୮୬ଜଣ ପଜିଟିବ ଚି଼ହ୍ନଟ ହୋଇଥିବା ବେଳେ ୧୮୫ଜଣଙ୍କୁ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇ ହୋମ ଆଇସୋଲେସନ ରେ ରଖା ଯାଇଛି ଏବଂ ତନ୍ମଧ୍ୟରେ ଜଣେ ରୋଗୀ ଆରୋଗ୍ୟ ଲାଭ କରି ସାରିଛନ୍ତି l

ଜିଲ୍ଲା ପ୍ରଶାସନ ତରଫରୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିବା ଏକ ରାପିଡ଼ ରେସପୋନ୍ସ ଟିମ ର ଡାକ୍ତର ଏବଂ ସହାୟକ ଦଳ ଏମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ତୀକ୍ଷଣ ନଜର ରଖିବା ସହିତ ଆବଶ୍ୟକ ଔଷଧ ଓ ଚିକିତ୍ସା ପରାମର୍ଶ ଯୋଗାଇ ଦେଉଛନ୍ତି l ସୋନପୁର ଓ ଡୁଙ୍ଗୁରିପାଲି ଠାରେ ନବନିର୍ମିତ ମାତୃ ଓ ଶିଶୁ ଚିକିତ୍ସାଳୟ କୁ ସମ୍ଭାବ୍ୟ କୋଭିଡ ପରିସ୍ଥିତି ର ମୁକାବିଲା କରିବା ପାଇଁ ଆବଶ୍ୟକ ଶଯ୍ୟା, ଆସିୟୁ ଏବଂ ପାଇପ ଲାଇନ ଅକ୍ସିଜେନ ଯୋଗାଣ ସହିତ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି l

ପ୍ରତି ବ୍ଲକରେ ଡାକ୍ତର ଓ ସହାୟକ ମାନଙ୍କୁ ନେଇ ଗୋଟିଏ ଗୋଟିଏ ରାପିଡ଼ ରେସପୋନ୍ସଟିମ ଗଠିତ ହୋଇଛି l ଏମାନେ ଜିଲ୍ଲାରେ ବାହାରୁ ଥିବା କରୋନା ରୋଗୀ ମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥାକୁ ସିଧା ସଳଖ ଅନୁଧ୍ୟାନ କରି ଆବଶ୍ୟକୀୟ ଔଷଧ ଓ ଚିକିତ୍ସା ପରାମର୍ଶ ପ୍ରଦାନ କରିବେ l ଜିଲ୍ଲାର ପ୍ରତି ବ୍ଲକରେ ବିଡ଼ିଓ, ତହସିଲଦାର ଏବଂ ଜିଲ୍ଲା ସ୍ତରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରତିଦିନ ଭିଡିଓ କଲ ମାଧ୍ୟମରେ ବିଭିନ୍ନ କରୋନା ରୋଗୀମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବାକୁ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି l ଜିଲ୍ଲା ର ମୁଖ୍ୟ କୋଭିଡ ନିୟନ୍ତ୍ରଣ କକ୍ଷ ସୋନପୁର ମ୍ୟୁନିସିପାଲିଟିର ସଭା ଗୃହରେ ୨୪x ୭ ଘଣ୍ଟା କାର୍ଯ୍ୟକ୍ଷମ ରହିବ, l ଏହା ଜିଲ୍ଲାର ପ୍ରତି ବ୍ଲକ ଓ ପଞ୍ଚାୟତ ସ୍ତରରେ ସିଧା ସଳଖ ଯୋଗାଯୋଗ ରଖି ପରିସ୍ଥିତି ଉପରେ ନଜର ରଖିବ l

ଏହି ନିୟନ୍ତ୍ରଣ କକ୍ଷ ଦାୟିତ୍ୱ ରେ ଡି ପି ସି ମିଶନ ଶକ୍ତି କାର୍ତ୍ତିକ ଚନ୍ଦ୍ର ନାୟକ ରହିଛନ୍ତି l ଜିଲ୍ଲାର କୋଭିଡ ନୋଡାଲ ଅଧିକାରୀ ଭାବେ ଡେପୁଟି କଲେକ୍ଟର ଡ଼ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଙ୍କୁ ଦାୟିତ୍ୱ ଦିଆଯାଇଛି l ପ୍ରତିଟି ଘଟଣା ଉପରେ ଜିଲ୍ଲାପ୍ରଶାସନ ନଜର ରଖିବା ସହିତ ଜନସାଧାରଣଙ୍କୁ କୌଣସି ପ୍ରକାର ବ୍ୟସ୍ତ ବିବ୍ରତ ନହେବାକୁ ପରାମର୍ଶ ଦିଆଯାଇଛି l ଏହା ସହିତ ସମସ୍ତେ ମାସ୍କ ପରିଧାନ କରିବା, ନିର୍ଦ୍ଧିଷ୍ଟ ନିରାପଦ ଦୂରତ୍ୱ ବଜାୟ ରଖିବା ଏବଂ ସମସ୍ତ କୋଭିଡ ନିର୍ଦେଶାବଳି ପାଳନ କରିବା ପାଇଁ ଜିଲ୍ଲାପାଳ ସମସ୍ତ ଜନସାଧାରଣ ଙ୍କୁ ନିବେଦନ କରିଛନ୍ତି l