କେନ୍ଦ୍ର ଜଳ ଶକ୍ତି ଓ ଆଦିବାସୀ ମନ୍ତ୍ରୀଙ୍କ ତୁମୁଡିବନ୍ଧ ଗସ୍ତ, ଏକଲବ୍ୟ ସ୍କୁଲର ଶିଳାନ୍ୟାସ,ସମୀକ୍ଷା ବୈଠକ

0
255
କେନ୍ଦ୍ର ଜଳ ଶକ୍ତି

ରିପୋର୍ଟ : ବିଭୁତି ଲହରିଆ //
ବାଲିଗୁଡା, (୧୦/୧) : କେନ୍ଦ୍ର ଜଳ ଶକ୍ତି ଓ ଆଦିବାସୀ ବ୍ୟପାର ରାଷ୍ଟ ମନ୍ତୀ ବିଶ୍ୱେଶ୍ୱର ଟୁଡୁ ଦିନିକିଆ କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ |

0baffc2e b60b 4054 b64f 8db19d24050c କେନ୍ଦ୍ର ଜଳ ଶକ୍ତି ଓ ଆଦିବାସୀ ମନ୍ତ୍ରୀଙ୍କ ତୁମୁଡିବନ୍ଧ ଗସ୍ତ, ଏକଲବ୍ୟ ସ୍କୁଲର ଶିଳାନ୍ୟାସ,ସମୀକ୍ଷା ବୈଠକ

ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ରେ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଜ୍ୟମନ୍ତୀ ବିଶ୍ୱେଶ୍ୱର ଟୁଡୁ ତୁତୁଲ ମାହା ଠାରେ ଏକଲବ୍ୟ ମଡେଲ ସ୍କୁଲର ଶିଳାନ୍ୟାସ କରିଛନ୍ତି | ଆଜି ସକାଳ ଦଶଟା ବେଳେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ମୁଣ୍ଡିଗଡ଼ ର ମାନସିଂ ଭୈରବୀ ମିନି ଷ୍ଟାଡିୟମର ହେଲିପ୍ୟାଡ଼ ରେ ବାୟୁସେନା ର ସ୍ୱତନ୍ତ୍ର ଯୋଗେ ପହଂଚି ଥିଲେ | ଆଦିବାସୀ ପାରମ୍ପରିକ ନୃତ୍ୟ ଓ ବାଦ୍ୟ ମାଧମ ରେ ଦଳୀୟ କର୍ମୀ ସ୍ୱାଗତ ଓ ସମ୍ବର୍ଧ୍ଵନା ପ୍ରଦାନ କରିଥିଲେ |

କେନ୍ଦ୍ର ମନ୍ତ୍ରୀ ତୁତୁଲମା ଠାରେ ପ୍ରସ୍ତାବିତ ଏକଲବ୍ୟ ମଡେଲ ସ୍କୁଲର ଶିଳାନ୍ୟାସ କରିଥିଲେ | ପରେ ମିଶ୍ରଣ ପର୍ବ ଉତ୍ସବ ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବହୁ ତୁମୁଡିବନ୍ଧ ବ୍ଲକ କର୍ମୀ ଅନ୍ୟ ଦଳରୁ ଆସି ବି. ଜେ. ପି ରେ ମିଶିଥିଲେ l

ବ୍ରହ୍ମଲୀନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷଣl ନନ୍ଦ ସରସ୍ବତୀଙ୍କ ସଂସ୍କୃତ ଆଶ୍ରମ ପରିଦର୍ଶନ ଯାଇ ଅନ୍ତେବାସୀ ଭେଟିଥିଲେ ଏହାପରେ ତୁମୁଡିବନ୍ଧ ବ୍ଲକ ସଭା ଗୃହରେ ବେଲଘର ରେ କାର୍ଯ୍ୟ କରୁଥିବା କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ର କାର୍ଯ୍ୟ ଉପରେ ସମୀକ୍ଷା ବୈଠକ ରେ ଯୋଗ ଦେଇ ଥିଲେ |d98a6c76 ff72 4d86 9e22 0bf5f30d2eff 1 କେନ୍ଦ୍ର ଜଳ ଶକ୍ତି ଓ ଆଦିବାସୀ ମନ୍ତ୍ରୀଙ୍କ ତୁମୁଡିବନ୍ଧ ଗସ୍ତ, ଏକଲବ୍ୟ ସ୍କୁଲର ଶିଳାନ୍ୟାସ,ସମୀକ୍ଷା ବୈଠକ

ଏଥିରେ ଅତିରିକ୍ତ ଜିଲ୍ଲା ପାଳ ବସନ୍ତ କୁମାର ସାହୁ, ତୁମୁଡିବନ୍ଧ ବିଡିଓ ଏମ ଅନୁରାଧା, ବାଲିଗୁଡା ତହସିଲଦାର ଶଶାଙ୍କ ଶେଖର ପାତ୍ର, ବାଲିଗୁଡା ବିଡିଓ ଡ଼ ଜଗଦୀଶ ଷଡ଼ଙ୍ଗୀ, କେ କେଡିଏ ପ୍ରକଳ୍ପ ଅଧିକାରୀ ସମେତ ସରକାରୀ ଅଧିକାରୀ ଯୋଗଦେଇ ଥିଲେ | ବିଭିନ୍ନ ପ୍ରକଳ୍ପ ଉପରେ ପୁନଃ ତଦାରଖ କରିବାକୁ ପରାମର୍ଶ ଦେଇପୁଣି ହେଲିକେପ୍ଟର ଯୋଗେ ଫେରି ଯାଇଥିଲେ l

ବିଜେପି ର ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ, ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ, ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ, ପୂର୍ବତନ ରାଜ୍ୟ ମନ୍ତ୍ରୀ ପ୍ରବୀଣ ଚନ୍ଦ୍ର ଭଞ୍ଜ ଦେଓ, ମାର୍କଫେଡ଼ ଉପସଭାପତି ପବିତ୍ର କହଁର, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପଦ୍ମ ଚରଣ ଦାସ, ଯୁବ ନେତା ନେତ୍ର ମାନସେଟ, ପୂର୍ବତନ ଜିଲ୍ଲା ସଭାପତି ଲିଙ୍ଗରାଜ ଦଳବେହେରା, ଦେବେନ୍ଦ୍ର କୁଡେ଼ଇ, ଅଭୟ ପାତ୍ର ଅର୍ଚନା ପ୍ରଧାନ ନାରାୟଣ ପାତ୍ର ସମେତ ଦଳୀୟ ନେତା ଉପସ୍ଥିତ ଥିଲେ |

କନ୍ଧମାଳ ଜିଲ୍ଲା ରେ ତୁମୁଡିବନ୍ଧ ସମେତ ଆଉ ଆଠ ଟି ଏକଲବ୍ୟ ମଡେଲ ସ୍କୁଲ ପାଇଁ କେନ୍ଦ୍ର ସରକାର ଅନୁମୋଦନ ହୋଇ ଥିବା କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି | ବାଲିଗୁଡା ଏସଡିପିଓ ଜି ଆର ରାଘଭେନ୍ଦ୍ର, ତୁମୁଡିବନ୍ଧ ଥାନା ଅଧିକାରୀ ଜୟନ୍ତ ସେଠି ସମେତ ପୋଲିସ ଫୋର୍ସ ଆଇନ ଶୁଙ୍ଖଳା ଦାୟିତ୍ୱ ଉପସ୍ଥିତ ଥିଲେ |