Friday, March 29, 2024

Top 5 This Week

Related Posts

ପ୍ରେସ କ୍ଲବ୍ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, ତା-(୧୦/୧) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ର କାର୍ଯ୍ୟରତ ସାମ୍ବାଦିକ ସଂଘ ପ୍ରେସ କ୍ଲବ୍ ପକ୍ଷରୁ ଆଜି ପ୍ରସ୍ତୁତି ଵୈଠକ ନାରାୟଣପୁର ପଞ୍ଚାୟତ ର ସିତପୁର ତୋଟା ଅନୁଷ୍ଠିତ ହୋଇଥିଲା ।c44e9239 dd8c 434a bc51 8d6d56a2fa1f ପ୍ରେସ କ୍ଲବ୍ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଊକ୍ତ ବୈଠକ ରେ ବିଭିନ୍ନ ଗରୁତ୍ୱପୂର୍ଣ୍ଣ ବିଷୟ ଊପରେ ଆଲୋଚନା କରାଯାଇଥିଲା । ସମାଜରେ ଗଣମାଧ୍ୟମ ମୂଖ୍ଯ ଭୂମିକା ଗ୍ରହଣ କରି ଦୁର୍ନୀତି, ଭଷ୍ଟାଚାର ବିରୋଧ ରେ ସ୍ବରଉତ୍ତଳନ କରିବା ସହ ସଠିକ୍ ଓ ନିରପେକ୍ଷ ଖବର ପ୍ରକାଶ କରି ଲୋକ ଙ୍କ ମୌଳିକ ହକ ଏବଂ ଅଧିକାର ଦିଗରେ ସହଯୋଗ କରିବା ସେହିପରି ଦିନକୁ ଦିନ ମହାମାରୀ କରୋନା ଓ ଓମିକ୍ରୋମ ସଂକ୍ରମଣ କାୟା ବିସ୍ତାର କରୁଥିବା ବେଳେ ସରକାରଙ୍କ ସଚେତନତା ବାର୍ତ୍ତା ଲୋକ ଙ୍କ ପାଖରେ ପହଞ୍ଚେଇବା ନେଇ ଆଲୋଚନା ହୋଇଥିଲା । ତାସହ ପ୍ରେସ କ୍ଲବ୍ ପକ୍ଷରୁ ବୃକ୍ଷରୋପଣ, ରକ୍ତଦାନ ଶିବିର, ଶିତ ବସ୍ତ୍ର ବଣ୍ଟନ ଓ ସଂଘ ପକ୍ଷରୁ ଅନେକ ସଚେତନ ମୂଳକ କାର୍ଯ୍ୟକ୍ରମ ସବୁ କରିବାକୁ ନିଷ୍ପତି ନିଆଗଲା ।

ସମସ୍ତ ସଦସ୍ୟଙ୍କ ମଧ୍ୟରେ ଭାତୃତ୍ବ ମନଭାବ ରଖି ସଂଘ କୁ ମଜବୁତ୍ କରିବା ପାଇଁ ସଂକଳ୍ପ ନିଆଗଲା । ଏଥିରେ ସଭାପତି ଅକ୍ଷୟ ପିଡିସିକା, ସମ୍ପାଦକ ସନ୍ତୋଷ କୁମାର ବଚ୍ଛା, କୋଷାଧ୍ୟକ୍ଷ ମଣ୍ଟୁ ଦଣ୍ଡସେନା, ଉପ ସଭାପତି ଧନେଶ୍ଵର ରାଉତ, ସାଧାରଣ ସମ୍ପାଦକ ସନ୍ତୋଷ ଲମତା ଏବଂ ସକ୍ରିୟ ସଦସ୍ୟ ପ୍ରଶାନ୍ତ କୁମାର ନାହାକ, ମାଲେସ କୌଶଲ୍ୟା, ପ୍ରଦୀପ ଦଳାଇ ପ୍ରମୁଖ ଉପସ୍ଥିତ ରହିଥିଲେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles