ହରଭଙ୍ଗା ତହସିଲ ବ୍ରାହ୍ମଣ ସମାଜ ର ବାର୍ଷିକ ଅଧିବେଶନ

0
174
ହରଭଙ୍ଗା ତହସିଲ

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୧୦/୦୧) : ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅନ୍ତର୍ଗତ ବ୍ରାହ୍ମଣ ସମାଜର ବାର୍ଷିକ ଅଧିବେଶନ ତିଲେଶ୍ଵର ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରେ କେଦାରେ ଶୋର ମିଶ୍ରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି |

ଉକ୍ତ ସଭାରେ ହରଭଙ୍ଗା ତହସିଲ ବ୍ରହ୍ମ ସମାଜ ଉପସ୍ଥିତ ରହି ନୂତନ ବର୍ଷ ର ସଭାପତି ଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା | ଏହି ସଭାରେ ସର୍ବ ସମ୍ମତି କ୍ରମେ ନୂତନ ସମ୍ପାଦକ ଭାବେ ସୁଧାଂଶୁ ଶେଖର ଆଚାର୍ଯ୍ୟ, ସହ ସମ୍ପାଦକ -ରବୀନ୍ଦ୍ର ମହାପାତ୍ର ଏବଂ ଉପଦେଷ୍ଟା -ପ୍ରଦୀପ ଦାସ ଓ ସହଯୋଗୀ -କୃଷ୍ଣ ଚନ୍ଦ୍ର ପଣ୍ଡା ଙ୍କୁ ଚୟନ କରାଯାଇଥିଲା | ପୂର୍ବତନ ସମ୍ପାଦକ ପ୍ରେମାନନ୍ଦ ପାଢ଼ୀ ଙ୍କ ବିୟୋଗ ରେ ସମାଜ ତରଫରୁ ଅମର ଆତ୍ମା ର ସଦଗତି ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯିବା ସହିତ ପ୍ରତ୍ୟେକ ବ୍ଲକ ସ୍ତରୀୟ ଜୁନ କିପରି ସୁଦୃଢ କରାଯିବ ତାହାର ପୁଙ୍ଖାନୁ ପୁଙ୍ଖ ଆଲୋଚନା କରାଯାଇଥିଲା |

ନୂତନ ସମ୍ପାଦକ ଙ୍କୁ ସମାଜ ର ସମସ୍ତ କାଗଜ ପତ୍ର ହସ୍ତାନ୍ତର କରାଯାଇଥିଲା | ୨ ମାସ ମଧ୍ୟରେ ପ୍ରତି ଜୋନ ସ୍ତରୀୟ ବୈଠକ ପରେ ତହସିଲ ସ୍ତରୀୟ ବୈଠକ କରାଯିବାକୁ ସଭାରେ ନିଷ୍ପତି ନିଆଗଲା | ଏହି ଅଧିବେଶନ ରେ ନାରାୟଣ ମହାନ୍ତି, ବିକାଶ ମିଶ୍ର, ରିଙ୍କୁ ପାଢ଼ୀ, ସୁଜିତ କୁମାର ମହାପାତ୍ର, ବୀରକିଶୋର ଚାନ୍ଦ ପ୍ରମୁଖ ସହଯୋଗରେ ସଭାକାର୍ଯ୍ୟ ସମ୍ପାଦନ ହେବା ସହିତ ପରିଶେଷରେ ସଭାପତି, ସମ୍ପାଦକଙ୍କୁ ଧନ୍ୟବାଦ ଦେଇ ସଭାକାର୍ଯ୍ୟ ସମାପନ କରାଯାଇଥିଲା |