ଦୀର୍ଘ ୪୦ ବର୍ଷ ପରେ ମିଳିଲା ଇନ୍ଦ୍ରାବତୀ ବିସ୍ଥାପିତ ଙ୍କୁ ପରିଚୟ : ସହାୟତା ପାଇଁ ଆଉ କେତେ ବର୍ଷ !

0
172
ଦୀର୍ଘ ୪୦

bd 2 ଦୀର୍ଘ ୪୦ ବର୍ଷ ପରେ ମିଳିଲା ଇନ୍ଦ୍ରାବତୀ ବିସ୍ଥାପିତ ଙ୍କୁ ପରିଚୟ : ସହାୟତା ପାଇଁ ଆଉ କେତେ ବର୍ଷ !ରିପୋର୍ଟ : ଦେବଦତ୍ତ ପଣ୍ଡା //
କଳାହାଣ୍ଡି, (୧୦/୦୧) : ଦୀର୍ଘ ୪୦ ବର୍ଷ ପରେ ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ ଭିଟାମାଟି ହରାଇଥିବା ବିସ୍ଥାପିତ ଙ୍କୁ ମିଲିଛି ପରିଚୟ । ୧୯୭୮ ରେ ଆରମ୍ଭ ହୋଇଥିଲା ବହୁମୁଖୀ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ

 

କାର୍ଯ୍ୟ ସମ୍ପାଦନ ପାଇଁ ୧୯୯୦ ରୁ ୧୯୯୩ ରେ କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ର ଅନେକ ପରିବାର କୁ ବିସ୍ଥାପିତ କରାଯାଇଥିଲା । ବିସ୍ଥାପିତ ପରିବାର ପାଇଁ ଆର.ଏ.ସି ପଲିସି ତିଆରି କରି ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିଲା । ଏ ନେଇ ବିଭିନ୍ନ ସମୟରେ ଅନେକ ଅଭିଯୋଗ କରୁଥିଲା ଇନ୍ଦ୍ରାବତୀ ବୁଢ଼ୀ ଅଞ୍ଚଳ ର ଗଣ ପରିଷଦ । ତେବେ ଦୀର୍ଘ ୪୦ ବର୍ଷ ପରେ କଳାହାଣ୍ଡି ଜିଲ୍ଲା ର ୧୪୫ ବିସ୍ଥାପିତ ପରିବାର ଙ୍କୁ ଆଜି ପରିଚୟ ପତ୍ର ମିଳିଛି ।

କଳାହାଣ୍ଡି ପ୍ରକଳ୍ପ ନିର୍ଦେଶକ ଓ ପୁନର୍ବସତି ଅଧିକାରୀ ଜୟପାଟଣା ବ୍ଳକ ମଙ୍ଗଳପୁର ଠାରେ ଲୋକଙ୍କୁ ବିସ୍ଥାପିତ ପରିଚୟ ପତ୍ର ପ୍ରଦାନ କରିଛନ୍ତି । ତେବେ ବିସ୍ଥାପିତ ପରିବାର ମାନେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯଥା ଶୀଘ୍ର ଯୋଗାଇ ଦେବାକୁ ଦାବୀ କରିଥିଲେ । ଏପରି କି ପରିଚୟ ପତ୍ର ମିଳିବାକୁ ୪୦ ବର୍ଷ ଲାଗିଥିବା ବେଳେ ପଲିସି ଅନୁସାରେ ସହାୟତା କେବେ ମିଳିବ ଆଶା ଆଶଙ୍କା ଭିତରେ ବିସ୍ଥାପିତ ।