Friday, March 29, 2024

Top 5 This Week

Related Posts

ଓମିକ୍ରୋନ ସଂକ୍ରମଣ କୁ ଆଖି ଆଗରେ ରଖି ରାଇକିଆ ପ୍ରଶାସନ ଦ୍ୱାରା ମାସ୍କ ସଚେତନା

ରିପୋର୍ଟ : ଜଗଦୀଶ ଦାସ //
ରାଇକିଆ, (୧୦/୦୧) : ପୁଣି ଥରେ ସଜାଗ ହେବା ସମୟ ଆହ୍ୱାନ କରୁଛି । ରାଜ୍ୟ, ଜିଲ୍ଲାରେ ଓମିକ୍ରୋନ ସଂକ୍ରମଣ ର ଗ୍ରାଫ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଲୋକଙ୍କୁ ସଚେତନା ଆରମ୍ଭ କରିଦେଇଛି ।

ଛକରେ ଲୋକଙ୍କୁ ମାସ୍କ ପରିଧାନ କରିବା ପାଇଁ ପୋଲିସ ପକ୍ଷରୁ ସଚେତନତା ଆରମ୍ଭ ହୋଇଛି । ବହୁ ପୁଲିସ କର୍ମଚାରୀ ଓ ପ୍ରଶାସନ୍ ଲୋକଙ୍କୁ ସଚେତନା କରୁଥିଲେ । ଦୋକାନ ଆଗରେ ବେଶି ଗହଳି କରିବନି ବୋଲି କହିଥିଲେ । ଆଜିର ଏହି ଦିନରେ ରାଇକିଆ ବିଡିଓ ସ୍ମରଣୀକା ତୁଲ, ସରପଞ୍ଚ ପଞ୍ଚୁ ପ୍ରଧାନ ଏମାନଙ୍କ ବ୍ୟତୀତ ଅନିଲ ପଟ୍ଟନାୟକ, ସଂଗ୍ରାମ ନାୟକ, କମଲପ୍ରସାଦ ନାୟକ, ରାଜୁ ପରିଚ୍ଛା ଓ ଅନ୍ୟ କର୍ମଚରୀମାନେ ଲୋକମାନଙ୍କୁ ଓମିକ୍ରୋନ ସଂକ୍ରମଣ ଠାରୁ କେମିତି ଦୂରେଇ ରହିବା ଓ ମାସ୍କ ପରିଧାନ, ସାନିଟାଇଜର୍ ବ୍ୟବହାର କରିବା ଆଦି ବାର୍ତ୍ତା ଦେବା ସହ ଦୋକାନ ବଜାର ଗୁଡ଼ିକ ବୁଳିବୁଳି ସଚେତନ କରୁଥିଲେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles