ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ ପରିସରରେ ଛାତ୍ରଛାତ୍ରୀ ମାନଙ୍କୁ ଟୀକାକରଣ

0
234
ଆଦିତ୍ୟ ବିର୍ଲା ପବ୍ଲିକ

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡା, (୧୦/୦୧) : ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକ ଅଧିନସ୍ଥ ଓଷାପଡାସ୍ଥିତ ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ ପରିସରରେ ଗତ ରବିବାର ତା୦୯/୦୧/୨୦୨୨ ରିଖ ଦିନ ୧୫ ରୁ ୧୮ ବର୍ଷ ବୟସ ର ଛାତ୍ରଛାତ୍ରୀ ମାନଙ୍କୁ ଟୀକାକରଣ କାର୍ଯ୍ୟକ୍ରମ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ଦାଶଙ୍କ ତତ୍ୱାବଧାନରେ ସଂଯୋଜିତ ହୋଇଯାଇଛି |8d3340d6 35fb 40fa bcdc ca4770a1bede ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ ପରିସରରେ ଛାତ୍ରଛାତ୍ରୀ ମାନଙ୍କୁ ଟୀକାକରଣ

କୋଭିଡ -୧୯ ସାରା ବିଶ୍ଵରେ ଦ୍ରୁତଗତିରେ ମାଡିଚାଲିଥିବା ବେଳେ ଏହିପରି ବିପର୍ଯ୍ୟୟ ଜନିତ ରୋଗରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଓଡିଶା ସରକାର ଓ ଉତ୍କୋଳ ଆଲୁମିନାଙ୍କ ସହଯୋଗରେ ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ ପରିସରରେ ୧୫ ରୁ ୧୮ ବର୍ଷ ପିଲାଙ୍କ ପାଇଁ କୋଭିଡ ୧୯ ଟୀକାକରଣ କାର୍ଯ୍ୟକ୍ରମ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଉତ୍କୋଳ ଆଲୁମିନା ର ୟୁନିଟ ହେଡ ଶ୍ରୀଯୁକ୍ତ ମଜୋହର ଉଲ୍ଲା ବେଗ ଆଭାସି ମାଧ୍ୟମରେ ଉଦ୍ଘାଟନ କରିଥିଲେ । ଶ୍ରୀଯୁକ୍ତ ବେଗ ତାଙ୍କ ଉଦ୍ଘାଟନୀ ଭାଷଣରେ କହିଛନ୍ତି ଯେ, ମହାମାରୀ ସମୟରେ ଉତ୍କୋଳ ଆଲୁମିନା ଏହି ଅଞ୍ଚଳ ବାସୀଙ୍କ ସହିତ ଅଛନ୍ତି । ସମଗ୍ର ସମାଜକୁ ଏହି ମହାମାରୀରୁ ରକ୍ଷା କରିବା ପାଇଁ ଏହି କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଲୋକଙ୍କୁ ଉତ୍ସାହିତ କରିଥିଲେ । 85dfd693 e914 4e49 814f ac89d881a29d ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ ପରିସରରେ ଛାତ୍ରଛାତ୍ରୀ ମାନଙ୍କୁ ଟୀକାକରଣ

ଯୁବପିଡ଼ିଙ୍କ ପାଇଁ ଏହିପରି ଅନୁକମ୍ପା ମୂଳକ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଡାକ୍ତର ମାନଙ୍କୁ ତଥା ବିଦ୍ୟାଳୟକୁ ଅଭିନନ୍ଦନ ଜଣାଇଛନ୍ତି ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ହିବା ବେଗଙ୍କୁ ପ୍ରଥମ ଟୀକା କୋରଣ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଉତ୍କୋଳ ଆଲୁମିନା ର ଉପସଭାପତି ଶ୍ରୀଯୁକ୍ତ ପିଭି ଆର କ୍ରୀଷ୍ଣ, ମାନବ ସମ୍ବଳ ବିକାଶ ମୁଖ୍ୟ ଶ୍ରୀଯୁକ୍ତ ରାକେଶ ପ୍ରତାପ ସିଂହ, ସି.ଏସ. ଆର ମୁଖ୍ୟ ଡ଼ଃ.ଲୋପାମୁଦ୍ରା ପ୍ରିୟ ଦର୍ଶିନୀ, ମୁଖ୍ୟ ଚିକିତ୍ସାଧିକାରୀ ଉତ୍କୋଳ ହସ୍ପିଟାଲ ଡାକ୍ତର ଓରିନ୍ଦମ ରାୟ ଚୌଧୁରୀ, ମ୍ୟାନେଜର ଏଚ. ଆର ଶ୍ରୀଯୁକ୍ତ ପିତାମ୍ବର ବେହେରା, କାଶୀପୁର ଗୋଷ୍ଟି ସ୍ବାସ୍ତ୍ୟ କେନ୍ଦ୍ରର ଡାକ୍ତର ଶ୍ରୀଯୁକ୍ତ ପ୍ରକାଶ ନାୟକ ଓ ଡାକ୍ତର ସୋମ୍ୟା ଏହି କାର୍ଯ୍ୟକ୍ରମ ର ସୁପରିଚାଳନା କରିଥିଲେ ।

ସମ୍ପୂର୍ଣ୍ଣ ଟୀକାକରଣ କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦାସ ରାୟଗଡା ଜିଲ୍ଲା ଚିକିତ୍ସାଧିକାରୀ ଏବଂ ସି ଏମ ଓ ଉତ୍କୋଳ ହସ୍ପିଟାଲ ଏବଂ ଅଭିଭାବକ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।