Advertisements
Saturday, July 4, 2020
Home Education & Literacy ଆନ୍ଦୋଳନକୁ ଓହ୍ଲାଇଲେ ସିଟି ଛାତ୍ର ଛାତ୍ରୀ

ଆନ୍ଦୋଳନକୁ ଓହ୍ଲାଇଲେ ସିଟି ଛାତ୍ର ଛାତ୍ରୀ

ଧର୍ମଗଡ଼ (ଯୁବରାଜ ଅଗ୍ରୱାଲ): ଏନ୍ ଆଇ ଓ ଏସ୍, ଡିଇ ଏଲ୍ ଇ ଡି ପ୍ରଶିକ୍ଷାର୍ଥୀ ମାନଙ୍କୁ ଓଟିଇଟି ପରୀକ୍ଷାରୁ ନିବୃତ କରିବା ପ୍ରତିବାଦରେ ସିଟି ଛାତ୍ର ଛାତ୍ରୀ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ନିକଟରେ ଅଣ ତାଲିମ ପ୍ରାପ୍ତ ବେସରକାରୀ ଶିକ୍ଷକ ମାନଙ୍କୁ ଏନ୍ ଆଇ ଓ ଏସ୍ ଦ୍ୱାରା ଦୁରଶିକ୍ଷା କାର୍ଯ୍ୟକ୍ରମ ଜରିଆରେ ଡିଇଏଲ୍ଇଡି ପ୍ରଶିକ୍ଷଣ ପ୍ରଦାନ କରାଯାଉଛି | ସରକାର ସେମାନଙ୍କୁ ଓଟିଇଟି ପରୀକ୍ଷା ଦେବା ନିମନ୍ତେ ଅନୁମତି ପ୍ରଦାନ କରିଛନ୍ତି । ଯାହାକି ଏହା ସଂପୂର୍ଣ୍ଣ ଭାବରେ ଅସଙ୍ଗତ ଏବଂ ନିତି ବିରୋଧ ଅଟେ ବୋଲି ଛାତ୍ର ଛାତ୍ରୀ ମାନେ ଅଭିଯୋଗ କରିଛନ୍ତି । ସେହିପରି ନିୟମିତ ଡିଇଏଲ୍ଇଡି ପାଠ୍ୟକ୍ରମର ପ୍ରାର୍ଥୀ ମାନେ ଏନ୍ ସି ଟିଇ ନିୟମ ଅନୁସାରେ ଧାର୍ଯ୍ୟ ନ୍ୟୁନତମ ଶିକ୍ଷାଗତ ଯୋଗ୍ୟତା ଥାଇ ରାଜ୍ୟ ଟି ଇ ଏବଂ ଏସ ସି ଇ ଆର୍ ଟି ଦ୍ୱାରା ଅନୁଷ୍ଠିତ ହେଉଥିବା ରାଜ୍ୟ ସ୍ତର ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବିଭିନ୍ନ ସରକାରୀ ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ଗୁଡିକରେ ଶିକ୍ଷା ଗ୍ରହଣ କରନ୍ତି । କିନ୍ତୁ ଏନ୍ ଆଇ ଓ ଏସ୍, ଡିଇଏଲ୍ଇଡି ପ୍ରଶିକ୍ଷାର୍ଥୀ ମାନଙ୍କ ପାଇଁ କୈଣସି ବ୍ୟବସ୍ଥା ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ସରକାର ସମସ୍ତ ନିୟମିତ ଡି ଇଏଲ୍ଇଡି ଉତ୍ତୀର୍ଣ୍ଣ ପ୍ରଶିକ୍ଷାର୍ଥୀ ମାନଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦେଇପାରିନାହାନ୍ତି | ହଜାର ହଜାର ପ୍ରଶୀକ୍ଷୀତ ପ୍ରାର୍ଥୀ ଶିକ୍ଷା ସହାୟକ ପଦବୀରୁ ବଞ୍ଚିତ ହୋଇଛନ୍ତି । ଏପରି ସ୍ଥଳେ ଏନ୍ ଆଇ ଓ ଏସ୍, ଡିଇଏଲ୍ଇଡି ପ୍ରାର୍ଥୀ ମାନେ ନିଯୁକ୍ତିରେ ରହିଥିବା ବେଳେ ତାଙ୍କ ପାଇଁ ଓଟିଇଟି ଅନୁମତି ଦେବା କେତେଦୁର ଯୁକ୍ତି ଯୁକ୍ତ ବୋଲି ସେମାନେ ପ୍ରଶ୍ନକରିଛନ୍ତି । ପ୍ରଶାସନ ପକ୍ଷରୁ ଧାରଣା ସ୍ଥଳକୁ ଆସିନଥିବାରୁ, ଏହାର ବିଧିବଦ୍ଧ ଭାବେ ସମାଧାନ ନ କଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ସମ୍ମୁଖରେ ଧାରଣାରେ ବସିବା ପାଇଁ ଅଡିବସିଛନ୍ତି | ଛାତ୍ର ଛାତ୍ରୀ ଆଗକୁ ଆନ୍ଦୋଳନ ଭୟାବହ ହେବବୋଲି ସେମାନେ ଚେତାବନୀ ଦେଇଛନ୍ତି ।

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ତୈଳ ଦର ବୃଦ୍ଧି କୁ ନେଇ କଂଗ୍ରେସ ପକ୍ଷରୁ ଦାବି ପତ୍ର

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ //ଲମତାପୁଟ (ତା ୩/୭/୨୦): ବ୍ଲକ କଂଗ୍ରେସ ଦଳ ପକ୍ଷରୁ ତୈଳ ଦର ବୃଦ୍ଧି କୁ ନେଇ ସ୍ଥାନୀୟ ଡାକ ବଙ୍ଗଳା ଛକରୁ ଏକ ପଦ...

କଂଗ୍ରେସର ଚେତାବନୀ ତୈଳଦର ହ୍ରାସ ନ ହେଲେ ଆନ୍ଦୋଳନ ହେବ

ରିପୋର୍ଟ : ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୩/୦୭): ସାରା ବିଶ୍ୱ ଏବେ ମହାମାରୀ କରୋନା କବଳରେ କବଳିତ ହୋଇପଡିଛି । ଜୀବନ ସଂଗ୍ରାମରେ ସମସ୍ତେ କାଳାତିପାତ କରୁଥିବାବେଳେ ଅନେକ...

ରାୟଗଡ ଜିଲ୍ଲାପାଳ ଗୁଣପୁର ଗସ୍ତ ଓ କୋଭିଡ଼ି ସ୍ଥିତିକୁ ସମୀକ୍ଷା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା/ଗୁଣପୁର (ତା.୩/୭): ରାୟଗଡ ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଗୁଣପୁର ଗସ୍ତ ସମୟରେ ରାମନଗୁଡାସ୍ଥିତ ଅସ୍ଥାୟୀ ସଙ୍ଗ ରୋଧ କେନ୍ଦ୍ର ପରିଦର୍ଶନ...

କରୋନା କୁ ନେଇ ଆଇ ଇ ସି ସୁବ୍ରତ ବାଗଚିଙ୍କ ସୂଚନା

ଭୁବନେଶ୍ୱର (୦୩/୦୭): ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ ଶୁକ୍ରବାର କରୋନା ସମ୍ପର୍କିତ କିଛି ତଥ୍ୟ ଦେଇଛନ୍ତି । ତାଙ୍କ କହିବା ମୁତାବକ, ରାଜ୍ୟରେ କରୋନା ମୁକାବିଲା ପାଇଁ ଆମକୁ...

Recent Comments

%d bloggers like this: