ପୁଣି ଭିଜେଇବ ଅଦିନିଆ ବର୍ଷା : ଜାଣନ୍ତୁ କେଉଁ ଦିନ କେଉଁ ଜିଲ୍ଲାରେ ହେବ ବର୍ଷା ?

0
279
ପୁଣି ଭିଜେଇବ ଅଦିନିଆ

ଭୁବନେଶ୍ୱର, (୧୦/୦୧) : ପୁଣି ଭିଜେଇବ ଅଦିନିଆ ବର୍ଷା । ୧୧ ରୁ ୧୪ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏ ନେଇ ସୂଚନା ଦେଇ ସତର୍କ କରାଯିବା ସହ ଅମଳ ଫସଲକୁ ସୁରକ୍ଷିତ ସ୍ଥାନରେ ସାଇତି ରଖିବାକୁ ପରାମର୍ଶ ଦିଆଯାଇଛି ।48c8bc36 7ca6 4447 b83b f66659cdb8ad ପୁଣି ଭିଜେଇବ ଅଦିନିଆ ବର୍ଷା : ଜାଣନ୍ତୁ କେଉଁ ଦିନ କେଉଁ ଜିଲ୍ଲାରେ ହେବ ବର୍ଷା ?

🌀 ପୁଣି ଭିଜେଇବ ଅଦିନିଆ ବର୍ଷା, ଅମଳ ଫସଲକୁ ସୁରକ୍ଷିତ ରଖିବାକୁ ପରାମର୍ଶ; ସଜାଗ ରହିବାକୁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ନିର୍ଦ୍ଦେଶ

🌀 ଆସୁଛି ବର୍ଷା, ଚାଷୀଙ୍କ ପାଇଁ ପରାମର୍ଶ :

🌀 ୧୦ ଜାନୁଆରୀ ସୁଦ୍ଧା ଅମଳ ଧାନକୁ ସୁରକ୍ଷିତ ସ୍ଥାନକୁ ନେଇ ଆସନ୍ତୁ

🌀 ଡାଲିଜାତୀୟ ଫସଲର ବିହନ ବୁଣାବୁଣି ୧ ସପ୍ତାହ ଯାଏଁ ସ୍ଥଗିତ ରଖନ୍ତୁ

🌀 ଚିନାବାଦାମ ଓ ସୋରିଷ ଫୁଲ ଧରିବା ସମୟ ହୋଇଥିବାରୁ ଜଳସେଚନ ବନ୍ଦ ରଖନ୍ତୁ

🌀 କୁଆପଥର ମାଡରୁ ରକ୍ଷା ପାଇଁ ପନିପରିବା ତଳିକୁ ଘୋଡାଇ ରଖନ୍ତୁ

🌀 ଅମଳ ଉପଯୋଗୀ ପନିପରିବାକୁ ତୁରନ୍ତ ତୋଳି ଆଣି ସାଇତି ଦିଅନ୍ତୁ

🌀 ବର୍ଷା ଆସୁଥିବାରୁ ସାର ଓ କୀଟନାଶକ ପ୍ରୟୋଗ ସାମୟିକ ବନ୍ଦ କରନ୍ତୁ

🌧 ୧୧ ତାରିଖ, ମଙ୍ଗଳବାର ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ବରଗଡ, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ

🌧 ୧୨ ତାରିଖ, ବୁଧବାର ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ

🌧 ୧୩ ତାରିଖ, ଗୁରୁବାର ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ନୟାଗଡ, କନ୍ଧମାଳ

ପଶ୍ଚିମା ଝଡ ର ଆଗମନ ଓ ପୂର୍ବ ଦିଗରେ ବଙ୍ଗୋପସାଗରରୁ ଓଡଶାକୁ ପ୍ରବଳ ମାତ୍ରାରେ ଉଷ୍ମ ଜଳୀୟ ବାଷ୍ପର ଅନୁପ୍ରବେଶ ଯୋଗୁଁ ଆଗାମୀ ୧୧ ରୁ ୧୪ ଜାନୁଆରୀ ମଧ୍ୟରେ ବର୍ଷା ସମ୍ଭାବନା ରହିଛି । ଓଡିଶାର ଜିଲ୍ଲାଗୁଡିକରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଏବଂ କିଛି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ସହ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା କହିଛି ଆଞ୍ଚଳିକ ପାଣିପାଗ ବିଭାଗ । ଅର୍ଥାତ ୬ ରୁ ୧୧ ସେଣ୍ଟିମିଟର ମଧ୍ୟରେ ବର୍ଷା ହୋଇପାରେ । ଏହି ଅଦିନିଆ ବର୍ଷା ପ୍ରଭାବରେ ଚାଷବାସ ନଷ୍ଟ ହେବା ଆଶଙ୍କା କରି ସତର୍କ ସୂଚନା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।