କୁକୁଡ଼ା ଗାଳି ଜୁଆ ଅଡ୍ଡାରେ ଚଢ଼ାଉ, ଚାରି ଗିରଫ ସହ କୁକୁଡ଼ା ଏବଂ ଜୁଆ ଖେଳ ସାମଗ୍ରୀ ଜବତ

0
190
କୁକୁଡ଼ା ଗାଳି

ରିପୋର୍ଟ : ଏନ. ସନ୍ତୋଷ କୁମାର //
ବୈପାରୀଗୁଡା, (୦୯/୦୧) : କୁକୁଡ଼ା ଗାଳି ଜୁଆ ଅଡ୍ଡାରେ ଚଢ଼ାଉ ଚାରି ଗିରଫ ସହ କୁକୁଡ଼ା ଏବଂ ଜୁଆ ଖେଳ ସାମଗ୍ରୀ ଜବତ l

ଆଜି ଅପରାହ୍ନରେ ବୈପାରୀଗୁଡା ଥାନା ଅନ୍ତର୍ଗତ ଦୋରlଗୁଡ଼ା ଠାରେ ଚାଲିଥିବା କୁକୁଡ଼ା ଗାଳି କୁକୁଡ଼ା ଲଢେଇ ଜୁଆ ଅଡ୍ଡା ଉପରେ ଚଢ଼ାଉ କରିଛି ବୈପାରୀଗୁଡା ପୋଲିସ l ବିଶେଷ ସୂତ୍ରରୁ ଖବର ପାଇଁ ଥାନା ଅଧିକାରୀଙ୍କ ନିର୍ଦେଶ କ୍ରମେ ଏହି ଚଢ଼ାଉରେ ଚାରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ନଗଦ ୧୪୯୦ ଟଙ୍କା ସହ କୁକୁଡ଼ା ଏବଂ ଖିଦୁଖୁଡ଼ି ଖେଳ ସାମଗ୍ରୀ ଜବତ କରାଯଇଥିବା ଥାନା ଅଧିକାରୀ ଅଶ୍ୱନୀ ପଟନାୟକ ସୂଚନା ଦେଇଛନ୍ତି l