ନିର୍ବାଚନରେ ପରାଜୟ ହୋଇଥିଲେ ମଧ୍ୟ ଭଲ ପ୍ରଦର୍ଶନ କରିଛି କଂଗ୍ରେସ-କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି

ଗୁଜରାଟ ଓ ହିମାଚଳପ୍ରଦେଶ ନିର୍ବାଚନ ଫଳାଫଳ ପରେ ଆଜି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରାହୁଲ କହିଛନ୍ତି ନିର୍ବାଚନରେ ପରାଜୟ ହୋଇଥିଲେ ମଧ୍ୟ ଭଲ ପ୍ରଦର୍ଶନ କରିଛି କଂଗ୍ରେସ । ବିଜେପିକୁ ଲାଗିଛି ଝଟକା । ମୋଦିଙ୍କ ବିକାଶ ମଡେଲକୁ ଗୁଜରାଟ ଜନତା ଗ୍ରହଣ କରିନାହାଁନ୍ତି । ରାହୁଲ କଟାକ୍ଷ କରି କହିଛନ୍ତି ମୋଦି ବିକାଶର କଥା କହୁଛନ୍ତିି କିନ୍ତୁ ସେହି ପ୍ରସଙ୍ଗରେ କିଛି ପଚାରିଲେ ତାର ଜବାବ ଦେଇ ପାରୁ ନାହାଁନ୍ତି । ଏହା ସହିତ ମୋଦିଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି ରାହୁଲ । କହିଛନ୍ତି ମୋଦି ନିରନ୍ତର ଭାବେ ଦୁର୍ନୀତି କଥା କରୁଥିଲେ । କିନ୍ତୁ ରାଫେଲ ଡିଲ୍ ଓ ଜୟ ଶାହାଙ୍କ ପ୍ରସଙ୍ଗରେ ମୋଦି ପଦୁଟିଏ କହୁ ନାହାଁନ୍ତିି ।

Comments are closed.