Advertisements
Monday, July 13, 2020
Home headline ଭାରତୀୟ ଜନତା ପାର୍ଟିର ଜନ ପରାମର୍ଶ ପଦଯାତ୍ରା ଶୁଭାରମ୍ଭ-ମୁରିବାହାଲ

ଭାରତୀୟ ଜନତା ପାର୍ଟିର ଜନ ପରାମର୍ଶ ପଦଯାତ୍ରା ଶୁଭାରମ୍ଭ-ମୁରିବାହାଲ

ମୁରିବାହାଲ (ଭଗବାନ ମହାନ୍ତି/ନିମାଇଁ ବଘାର): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ଭାରତୀୟ ଜନତା ପାର୍ଟି ଶାଖା ପକ୍ଷରୁ ଗତ ରବିବାର ଦିନ ୨୭ନମ୍ବର ମୁରିବାହାଲ ଜୋନର ଚଲକି ଗ୍ରାମପଂଚାୟତ କର୍ଲ| ଗ୍ରାମଠାରୁ ଜନ ପରାମର୍ଶ ପଦଯାତ୍ରାର ଶୁଭାରମ୍ଭ ହୋଇଯାଇଛି |

ମୁରିବାହାଲବ୍ଲକର ୨୨ଗୋଟି ଗ୍ରାମ ପଂଚାୟତରେ ୧୦୮ଗୋଟି ବୁଥକୁ ପଦଯାତ୍ରା ମାଧ୍ୟମରେ ଆରମ୍ଭ ହୋଇଥିବା ଜନସମ୍ପର୍କ ପଦଯାତ୍ରା କର୍ଲ| ଗ୍ରାମଠାରୁ ଶୁଭାରମ୍ଭ ହୋଇଥିଲା | ପ୍ରାରମ୍ଭରେ ଗ୍ରାମର ଜଗନ୍ନାଥ ମନ୍ଦିରରେ ପୂଜା ଅର୍ଚନା କରାଯାଇ ମୋର ଆଶା ନୂଆ ଓଡିଶା ସ୍ଲୋଗାନରେ ପଦଯାତ୍ରା ଆରମ୍ଭ କରାଯାଇଥିଲା | ଏହି ଅବସରରେ ରାଜ୍ୟ କୃଷକ ମୋର୍ଚା ସଭାପତି ଶୀବାଜୀ ମହାନ୍ତି, କୃଷକ ମୋର୍ଚାର ରାଜ୍ୟ ସଂଯୋଜକ ହୁତାଶନ ବଗର୍ତି, ଉପସଭାପତି ଲକ୍ଷ୍ମଣ ବାଗ, ଅଶୋକ ଦାସ, ମୋହନ ଶର୍ମା, ପରମାନନ୍ଦ ହାତୀ, ନିର୍ବାଚନ ପ୍ରଭାରୀ ଶୈଳବାଳା ବାଗ, ଜିଲା ପରିଷଦ ସଭ୍ୟ ସ୍ମୃତି ଧାରା ମହାପାତ୍ର ପ୍ରମୁଖ ଯୋଗଦେଇ ଜନ ପରାମର୍ଶ ଯାତ୍ରାର ଉଦ୍ଦେଶ୍ୟ ଏବଂ ଜନସାଧାରଣଙ୍କୁ ଏକ ପତ୍ର ମାଧ୍ୟମରେ ୩ଗୋଟି ପ୍ରସ୍ତାବ ଦେବା ପାଇଁ ଏକ ଲିଫଲେଟ ବଣ୍ଟା ଯାଇଥିଲା | ଏତତ ବ୍ୟତୀତ ୫୫ମାସରେ ଦେଶର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନେତୃତ୍ୱରେ ହୋଇଥିବା ଜନକଲ୍ୟାଣକାରି ଯୋଜନା ଗୁଡିକୁ ବିଭିନ୍ନ ଗ୍ରାମରେ ସଭା ମଧ୍ୟରେ ଲୋକମାନଙ୍କ ସହ ଆଲୋଚନା କରାଯାଇଥିଲା | ତଥା ଆଗାମୀ ଦିନରେ କେନ୍ଦ୍ରରେ ଓ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ସରକାର ଗଠନ କ୍ଷେତ୍ରରେ ଲୋକ ମାନଙ୍କଠାରୁ ପରାମର୍ଶ ଏବଂ ମତ ଲୋଡ଼ିଥିଲେ |

ଶୁଭାରମ୍ଭ ଦିନ ପଦଯାତ୍ରାରେ କର୍ଲ|, ଜୟେତରା, ଚଳକି, ଜାମପଦର, ବାନ୍ଧୁପଲା, ଯାମିଳିସର, ଅନ୍ତର୍ଲା ପ୍ରଭୁତି ଗ୍ରାମ ଗୁଡିକରେ ପଦଯାତ୍ରା ଓ ଜନସାଧାରଣଙ୍କର ପରାମର୍ଶ ଗ୍ରହଣ କରାଯାଇଥିଲା | ଏହି କାର୍ଯ୍ୟକ୍ରମକୁ ପଦଯାତ୍ରାର ପ୍ରମୁଖ ଶ୍ରୀବତ୍ସ ବେହେରାଙ୍କ ନେତୃତ୍ୱରେ ସାଧାରଣ ସମ୍ପାଦକ ନାରାୟଣ ସାହୁ, ମଣ୍ଡଳ ସଭାପତି ବାଳକୃଷ୍ଣ ପୁଟେଲ, ଟୁନୁ ସରାଫ, ମହାଦେବ ସାହାଣୀ, ରାମୁ କୁମ୍ଭାର, ସରପଂଚ ଦିବ୍ୟ ଲୋଚନ ବୁଡ଼େକ, ଶୁରେଷ ଭୋଇ, ବସନ୍ତ ସେଲମା, ମକୁନ୍ଦ ବଗର୍ତି, କୁନ୍ତୀ ବନଛୋର ପ୍ରମୁଖ ସହଯୋଗ କରିଥିଲେ |

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସମ୍ଭାବ୍ୟ COVID-19 ଟିକା – ଥାଇଲ୍ୟାଣ୍ଡ ର ନଭେମ୍ବରରେ ମାନବ ପରୀକ୍ଷା କରିବାକୁ ଯୋଜନା

ବ୍ୟାଙ୍କକକ୍ (୧୨/୦୭): ନଭେମ୍ବରରେ ନୂତନ କରୋନାଭାଇରସ୍ ପାଇଁ ଏକ ସମ୍ଭାବ୍ୟ ଟିକା ପାଇଁ ମାନବ ପରୀକ୍ଷା ଆରମ୍ଭ କରିବାକୁ ଥାଇ ଅନୁସନ୍ଧାନକାରୀମାନେ ଯୋଜନା କରିଛନ୍ତି ଏବଂ ୧୦,୦୦୦ ଡୋଜ...

ବଡଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତା ବର୍ତ୍ତମାନ ମରଣଯନ୍ତା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର(ତା ୧୨୵ ୭): ବରଗଡ଼ ଜିଲା ସୋହେଲା-ପଦ୍ମପୁର ବିଜୁ ଏକ୍ସପ୍ରେସ ୱେର ବଡଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତାକାମ ମରଣଯନ୍ତା ପାଲଟିଛି ।...

ସଟଡାଉନ ଦ୍ୱିତୀୟ ସପ୍ତାହର ପ୍ରଥମ ଦିନରେ ମଧ୍ୟ ସାପ୍ତାହିକ ବଜାର ଗାଁ ଗହଳି ସୁନସାନ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୧୧:୭:୨୦): କୋରାପୁଟ ଜିଲା ସହ ରାଜ୍ୟ ଓ ଭାରତ ଓ ଦେଶ ବିଦେଶ ଠାରେ ଦିନକୁ ଦିନ ମହାମାରୀ କରୋନା ଭୟଙ୍କର...

କଳାହାଣ୍ଡି ଜିଲ୍ଲାରେ ୪ ପଜିଟିଭ ଚିହ୍ନଟ, ଭବାନୀପାଟଣାସ୍ଥିତ ପ୍ରାଇଭେଟ ହସପିଟାଲ ସିଲ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା //କଳାହାଣ୍ଡି (ତା.୧୧.୦୭.୨୦୨୦): କଳାହାଣ୍ଡି ଜିଲ୍ଲାରେ ଆଜି ତା.୧୧.୦୭.୨୦୨୦ ଶନିବାର ଦିନ ଚାରିଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।...

Recent Comments

%d bloggers like this: