Related Contents

ଦକ୍ଷିଣ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକା ମହାସଂଘ ସମ୍ମିଳନୀ ଅନୁଷ୍ଠିତ

ଗୁଣୁପୁର (ପ୍ରଦୀପ ପାତ୍ର): ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ସ୍ଥାନୀୟ କର୍ଣ୍ଣଗୁଡା ଠାରେ ଏଆଇସିସିଟିୟୁ ପକ୍ଷରୁ ଦକ୍ଷିଣ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକା ମହାସଂଘ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି |

ଏହି ସମ୍ମିଳନୀକୁ ଏଆଇସିସିଟିୟୁ ର ପୁରୁଖା ନେତା ଦାମୋଦର ଶବର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସିପିଆଇଏମଏଲ ର ରାଜ୍ୟ ସମ୍ପାଦକ ଶ୍ରୀ ତ୍ରିପତି ଗମାଙ୍ଗ ରହିଥିଲେ ଏବଂ ସମ୍ମନିଥ ଅତିଥି ଭାବେ ଲୋକ ଚେତନା ସଂଗଠନ ର ସଭାପତି ଶ୍ରୀ ଯମେଶ ଶବର ଉପସ୍ଥିତ ଥିଲେ | ଅନୁଷ୍ଠିତ ସମ୍ମିଳନୀରେ ପାଚିକା ଓ ସହାୟିକା ମାନଙ୍କ ନିମନ୍ତେ ଭତ୍ତା ୧୮,୦୦୦ଟଙ୍କା ପର୍ଯ୍ୟନ୍ତ କୁ ବୃଦ୍ଧି, ଅସୁବିଧା ସ୍ଥଳେ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ଯୋଗାଇଦେବାକୁ , ଶ୍ରମିକ ବିରୋଧୀ ଶ୍ରମ ସଂଶୋଧନ ବିଲ(ଶ୍ରମ କାର୍ଡ)କୁ ବାତିଲ କର ନ ଗଲେ ଆଗାମୀ ଦିନରେ ପାଚିକା ଓ ସହାୟିକା ମାନେ ରାଜରାସ୍ତାକୁ ଓହ୍ଲାଇବା ସହ ବିଧାନସଭା ଘେରାଓ କରାଯିବ ବୋଲି ଶ୍ରୀ ଗମାଙ୍ଗ କହିଛନ୍ତି | ଏହି ଆୟୋଜିତ ସମ୍ମିଳନୀରେ ଗୁଣୁପୁର ବ୍ଲକ ର ୧୯ ପଂଚାୟତ ର ସମସ୍ତ ସ୍କୁଲ ର ପାଚିକା ଓ ସହାୟିକା ମହିଳା ଉପସ୍ଥିତ ଥିଲେ |

Comments are closed.