Advertisements
Thursday, July 9, 2020
Home Development ଓକିଲ ସଂଘ ବାର ଘଣ୍ଟିଆ ବନ୍ଦ ପାଳନ ମୁରିବାହାଲ

ଓକିଲ ସଂଘ ବାର ଘଣ୍ଟିଆ ବନ୍ଦ ପାଳନ ମୁରିବାହାଲ

ମୁରିବାହାଲ (ଭଗବାନ ମହାନ୍ତି/ନିମାଇଁ ବଘାର): ମୁରିବାହାଲ ଓକିଲ ସଂଘ ବାର ଘଣ୍ଟିଆ ବନ୍ଦ ପାଳନ କରିଛି | ଗତ ୩୦ ନଭେମ୍ବରରେ ପ୍ରସ୍ତୁତି ବୈଠକରେ ସଂଘ ନିଷ୍ପତି ନେଇଥିଲା |

ବଲାଙ୍ଗିର ହାଇକୋର୍ଟ ସ୍ଥାଇ ବେଞ୍ଚ ପାଇଁ ଜିଲା ବାର ଏସୋସେସନକୁ ସମର୍ଥନ କରିବା ପାଇଁ ମୁରିବାହାଲ ଓକିଲ ସଂଘ ସର୍ବ ସମ୍ମତି କ୍ରମେ ସହଜୋଗ କରିବା ପାଇଁ ସହମତି ହେଇଥିଲା | ୩ତାରିଖ ସୋମବାର ଦିନ ବନ୍ଦ ପାଳନ କରାଯାଇଥିଲା | ଶାନ୍ତି ଶୃଙ୍ଖଳା ସହିତ ବନ୍ଦ ପାଳନ ହୋଇଛି | ସରକାରୀ ବେସରକାରୀ ଅନୁଷ୍ଠାନ ସ୍କୁଲ, କଲେଜ, ବ୍ୟାଙ୍କ, ଦୁକାନ ବଜାର ବନ୍ଦ ଦେଖିବାକୁ ମିଳିଥିଲା | ଜରୁରୀ କାଳୀନ ସେବା ମେଡିକାଲକୁ ବାଦ ଦିଆଯାଇଥିଲା | ସଭାପତି ବିଶ୍ୱନାରାୟଣ ବହିଦାର ସଭାପତିତ୍ୱରେ ମୁରିବାହାଲ ବାରରୁ ବାହାରି ପିକେଟିଙ୍ଗ କରି ବନ୍ଦ ପାଳନ କରାଯାଇଥିଲା | ସମ୍ପାଦକ ଜୟଦେବ ପୁରୋହିତ, ଉପ ସଭାପତି କୁମାର ଚନ୍ଦ୍ର ଖମାରି, ସହ ସମ୍ପାଦକ ଜୟ କୃଷ୍ଣ ଦାସ, କୋଷାଧ୍ୟକ୍ଷ ଶମ୍ବୁ ପ୍ରସାଦ ଭୋଇ. ଏକଜୁକିଟିଭ ମେମ୍ବର ସୁଦାମ ଚରଣ ବଘାର, କାଁହୁ ଚରଣ ବହିଦାର, ଶୁକଦେବ ତ୍ରିପାଠୀ,୦ବେବ ନାଗ, ନବୀନ ଦୀପ, ଜିତେନ୍ କୁମାର ହାତୀ, ରଇବାରୁ ପୁଟେଲ, ପ୍ରଶାନ୍ତ କୁମାର ଲୁହା, ପ୍ରମୁଖ ଉପସ୍ଥିତ ଥିଲେ | ସମ୍ପାଦକ ଶ୍ରୀ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ |

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ନାଗାବଳୀ ନଦୀରେ ଯୁବତୀର ମୃତ ଦେହ ଉଦ୍ଧାର କଲା ପୁଲିସ

ରିପୋର୍ଟ: ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୯/୭): ରାୟଗଡ଼ା ଜିଲ୍ଲା କଲନରା ବ୍ଳକ ଅନ୍ତର୍ଗତ ବୁଡ଼ାଗୁଡା ସଦର ଗାଁ ସାଙ୍ଗାନା ପ୍ରାସ୍କା ଙ୍କ ଝିଅ ସଂଯୁକ୍ତା ପ୍ରାସ୍କା...

ଜାମ୍ମୁ କାଶ୍ମୀର ବିଜେପି ନେତା ଶେଖ ୱାସିମ ବରୀ, ତାଙ୍କ ପିତା ଏବଂ ଭାଇଙ୍କୁ ଆତଙ୍କବାଦୀ ହତ୍ୟା କରିଥିବା ସୂଚନା

ଶ୍ରୀନଗର (ଓଡିଶା ନ୍ୟୁଜ୨୪ ବ୍ୟୁରୋ): ବୁଧବାର ରାତିରେ ଜାମ୍ମୁ-କାଶ୍ମୀର ବିଜେପି ନେତା ଶେଖ ୱାସିମ ବରୀ ଏବଂ ତାଙ୍କ ପରିବାରର ଦୁଇଜଣ ସଦସ୍ୟଙ୍କୁ ହତ୍ୟା କରିବା ପରେ ପରିବାରର...

କାନପୁର ଗୁଳି କାଣ୍ଡ ର ମାଷ୍ଟର ମାଇଣ୍ଡ ବିକାଶ ଦୁବେ ଗିରଫ

ନୂଆଦିଲ୍ଲୀ (୦୯/୦୭): ଗତ ସପ୍ତାହରେ ଆଠ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିବା କାନପୁର ଗୁଳିରେ ଉତ୍ତରପ୍ରଦେଶ ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କୁ ମଧ୍ୟପ୍ରଦେଶରେ ଗିରଫ କରାଯାଇଛି।

ଆଜି କରୋନାରେ ମୃତ୍ୟୁ ସଂଖ୍ୟା ୪ ସହ ୫୨କୁ ବୃଦ୍ଧି

ଭୁବନେଶ୍ୱର (୦୯/୦୭): ରାଜ୍ୟରେ କୋରୋନା ନେଲା ଆଉ ୪ ଜୀବନ, ଭଦ୍ରକରେ କୋରୋନାରେ ପ୍ରଥମ ମୃତ୍ୟୁ, ଗଞ୍ଜାମରେ କୋରୋନାରେ ୩ ଜଣଙ୍କ ମୃତ୍ୟୁ, ଗଞ୍ଜାମରେ କୋରୋନା ମୃତ୍ୟୁ ସଂଖ୍ୟା...

Recent Comments

%d bloggers like this: