ରିପୋର୍ଟ : ଧ୍ରୁବରାଜ ମିଶ୍ର //
ବିନିକା, (୯/୧) : ବିନିକା ବ୍ଳକ ଶଙ୍କରା ପ୍ରଥମିକ କୃଷି ସେବା ସମବାୟ ସମିତିରେ ଜଣେ ଚାଷୀ ବେଆଇନ ଭାବେ ଧାନ (ବସ୍ତା) ପ୍ୟାକେଟ ରଖିଥିବା ବେଳେ ସକାଳେ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ସ୍କୁୱାର୍ଡ ଟିମ ଚଢ଼ାଉ କରି ୧୪୬ ପାକେଟ ଧାନ ଜବତ କରିଥିବା ବେଳେ କଉଡ଼ିଆ ମୁଣ୍ଡା ର ସୁମିତ ସାହୁଙ୍କ ଗୋଦାମ ରୁ ଧାନ ଟ୍ରକରେ ଲୋଡ କରାଯାଉଥିବା ବେଳେ ୩୪୨ ପ୍ୟାକେଟ ଧାନ ଚାଢ଼ାଉ କରି ଜବତ କରାଯାଇ ଥିଲା ।
ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଏହି ଚଢ଼ାଉରେ ବିନିକା ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ, ଏ ସି ଏସ ଓ (ହେଡକ୍ୱ।ଟର୍ସ) ସୋନପୁର ଗିତାଞ୍ଜଲି ଦାନି, ବ୍ଳକ ଯୋଗାଣ ଅଧିକାରୀ ରାଜ କିଶୋର ସ୍ବାଇଁ, ନଗର ଯୋଗାଣ ଅଧିକାରୀ ପିଙ୍କୁ ଭୋଇ, ବିନିକା ଥାନା ଅଧିକାରୀ ପବିତ୍ର କୁମାର ସାହୁ ପ୍ରମୁଖ ଏହି ଚଢ଼ାଉରେ ସାମିଲ ହୋଇଥିଲେ ।