Advertisements
Monday, July 13, 2020
Home Development ତେଜିଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‌ ପୁନଃପ୍ରତିଷ୍ଠା ଦାବି; ବଲାଙ୍ଗିରରେ ୨୪ ଘଣ୍ଟିଆ ବନ୍ଦ

ତେଜିଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‌ ପୁନଃପ୍ରତିଷ୍ଠା ଦାବି; ବଲାଙ୍ଗିରରେ ୨୪ ଘଣ୍ଟିଆ ବନ୍ଦ

ବଲାଙ୍ଗିର (ଓଡିଶା ନ୍ୟୁଜ୨୪ ବ୍ୟୁରୋ): ବଲାଙ୍ଗିର ଜିଲ୍ଲାରେ ଆଜି ୨୪ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ବଲାଙ୍ଗିରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ପୁନଃପ୍ରତିଷ୍ଠା ଦାବିରେ ଜିଲ୍ଲା ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ।

ଏଥିଯୋଗୁ ବଲାଙ୍ଗିର ସହର ସମେତ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ଦୋକାନ-ବଜାର ବନ୍ଦ ରହିବା ସହିତ ଗାଡ଼ି ଚଳାଳଚଳ ବି ବନ୍ଦ ରହିଛି । ରେଳ ଚଳାଚଳ ବି ବନ୍ଦ ରହିଛି । ଆନ୍ଦୋଳନକାରୀମାନେ ରେଳଧାରଣାରେ ବସି ରେଳରୋକ କରିଛନ୍ତି । ଏହି ବନ୍ଦ ପାଳନକୁ ବିଜେଡି, ବିଜେପି ଓ କଂଗ୍ରେସ ସମେତ ଜିଲ୍ଲାର ବିଭିନ୍ନ ସଂଗଠନ ସମର୍ଥନ କରୁଛନ୍ତି । ଏହା ପୂର୍ବରୁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମହାବନ୍ଦ ପାଳନ କରାଯାଇଥିଲା। ଏଥିରେ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ଦେବଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲା ସାମିଲ ହୋଇଥିଲେ । ଦୁଇ ଦିନ ଧରି ଏ ସବୁ ସ୍ଥାନରେ ବନ୍ଦ ପାଳନ ହୋଇଥିଲା । ତେବେ ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ଏଥିରେ ସାମିଲ ହୋଇ ନଥିଲେ । ସେହିପରି ରାଉରକେଲା ଓ ବରଗଡ଼ ସହରରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳି ନଥିଲା।

କ’ଣ ପାଇଁ ପୁନଃ ପ୍ରତିଷ୍ଠା ଦାବି ହେଉଛି?

୧୯୪୦ ମସିହା ସେପ୍ଟେମ୍ବର ମାସ ୬ ତାରିଖରେ ବଲାଙ୍ଗିର ଠାରେ ପାଟଣାଷ୍ଟେଟର ହାଇକୋର୍ଟ ପ୍ରତିଷ୍ଠା ହୋଇଥିଲା । ୧୯୪୫ ମସିହାରୁ ଛୋଟ ଛୋଟ ୩୮ ଟି ରାଜ୍ୟର ହାଇକୋର୍ଟ ଭାବରେ କାମ କରିଥିଲା ବଲାଙ୍ଗିର ହାଇକୋର୍ଟ। ସ୍ୱାଧୀନତା ପରେ ୧୯୪୮ ମସିହାରେ କଟକରେ ହାଇକୋର୍ଟ ସ୍ଥାପନ ହୋଇଥିଲା । ଏହା ପରେ ପାଟଣାଷ୍ଟେଟର ହାଇକୋର୍ଟ କଟକ ହାଇକୋର୍ଟରେ ମିଶିଗଲା । ସେହି ଦିନ ଠାରୁ ୭୦ ବର୍ଷ ହେଲା ବଲାଙ୍ଗିର ଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ପୁନଃପ୍ରତିଷ୍ଠା ଦାବିରେ ଆନ୍ଦୋଳନ କରି ଆସୁଛି ବଲାଙ୍ଗିର ଜିଲ୍ଲା ଓକିଲ ସଂଘ ।

ୟଶବନ୍ତ କମିଶନଙ୍କ ଗାଇଡ୍‌ ଲାଇନ୍‌ ଅନୁଯାୟୀ, ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା ପାଇଁ ବଲାଙ୍ଗିର ଉପଯୁକ୍ତ ସ୍ଥାନ ବୋଲି ଜିଲ୍ଲା ଓକିଲ ସଂଘ ପକ୍ଷରୁ କୁହାଯାଇଛି । ଏହି ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ୧୦୦ ଟି ସଂଗଠନକୁ ନେଇ ମିଳତ କ୍ରିୟାନୁଷ୍ଠାନ କମିଟି ଗଠନ ହୋଇଛି । ଦାବି ପୂରଣ ପାଇଁ ଆଗକୁ କର ବା ମର ଲଢ଼େଇ ହେବ ବୋଲି ଧମକ ଦେଇଛି ମିଳିତ କ୍ରିୟାନୁଷ୍ଠାନ କମିଟି ।

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସମ୍ଭାବ୍ୟ COVID-19 ଟିକା – ଥାଇଲ୍ୟାଣ୍ଡ ର ନଭେମ୍ବରରେ ମାନବ ପରୀକ୍ଷା କରିବାକୁ ଯୋଜନା

ବ୍ୟାଙ୍କକକ୍ (୧୨/୦୭): ନଭେମ୍ବରରେ ନୂତନ କରୋନାଭାଇରସ୍ ପାଇଁ ଏକ ସମ୍ଭାବ୍ୟ ଟିକା ପାଇଁ ମାନବ ପରୀକ୍ଷା ଆରମ୍ଭ କରିବାକୁ ଥାଇ ଅନୁସନ୍ଧାନକାରୀମାନେ ଯୋଜନା କରିଛନ୍ତି ଏବଂ ୧୦,୦୦୦ ଡୋଜ...

ବଡଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତା ବର୍ତ୍ତମାନ ମରଣଯନ୍ତା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର(ତା ୧୨୵ ୭): ବରଗଡ଼ ଜିଲା ସୋହେଲା-ପଦ୍ମପୁର ବିଜୁ ଏକ୍ସପ୍ରେସ ୱେର ବଡଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତାକାମ ମରଣଯନ୍ତା ପାଲଟିଛି ।...

ସଟଡାଉନ ଦ୍ୱିତୀୟ ସପ୍ତାହର ପ୍ରଥମ ଦିନରେ ମଧ୍ୟ ସାପ୍ତାହିକ ବଜାର ଗାଁ ଗହଳି ସୁନସାନ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୧୧:୭:୨୦): କୋରାପୁଟ ଜିଲା ସହ ରାଜ୍ୟ ଓ ଭାରତ ଓ ଦେଶ ବିଦେଶ ଠାରେ ଦିନକୁ ଦିନ ମହାମାରୀ କରୋନା ଭୟଙ୍କର...

କଳାହାଣ୍ଡି ଜିଲ୍ଲାରେ ୪ ପଜିଟିଭ ଚିହ୍ନଟ, ଭବାନୀପାଟଣାସ୍ଥିତ ପ୍ରାଇଭେଟ ହସପିଟାଲ ସିଲ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା //କଳାହାଣ୍ଡି (ତା.୧୧.୦୭.୨୦୨୦): କଳାହାଣ୍ଡି ଜିଲ୍ଲାରେ ଆଜି ତା.୧୧.୦୭.୨୦୨୦ ଶନିବାର ଦିନ ଚାରିଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।...

Recent Comments

%d bloggers like this: