ପଛୁଆ ବର୍ଗ ଙ୍କ ସଂରକ୍ଷଣ ଦାବି ନେଇ ମହା ମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

0
135
ପଛୁଆ ବର୍ଗ ଙ୍କ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୭/୧) : ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ପଛୁଆ ବର୍ଗ ଙ୍କ ଆସନ ସଂରକ୍ଷଣ ନେଇ ପକ୍ଷପାତିତା କରାଯାଇଥିବା ଅଭିଯୋଗରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ବିଜେପି ପଛୁଆବର୍ଗ ତରଫରୁ ସ୍ଥାନୀୟ ବିଡ଼ିଓ ବ୍ୟାସଦେବ ବେହେରା ଙ୍କ ଜରିଆରେ ମହା ମହିମ ରାଜ୍ୟପାଳଙ୍କ ନିକଟ କୁ ୭ ଦଫା ଦାବିପତ୍ର ପ୍ରଦାନ କରାଯାଇଛି ।WhatsApp Image 2022 01 09 at 11.30.04 AM ପଛୁଆ ବର୍ଗ ଙ୍କ ସଂରକ୍ଷଣ ଦାବି ନେଇ ମହା ମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ସେମାନେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟରେ ପଛୁଆ ବର୍ଗ ଙ୍କ ଜନସଂଖ୍ୟା ୫୪ ପ୍ରତିଶତ ଥିବା ବେଳେ ନିର୍ବାଚନରେ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି । ବିଗତ ପଞ୍ଚୟତ ନିର୍ବାଚନ ଗୁଡିକରେ ସଂରକ୍ଷଣ ଆଧାରରେ ଓବିଶି ପ୍ରାର୍ଥୀମାନେ ନିର୍ବାଚନ ଲଡ଼ି ଆସୁଛନ୍ତି । ହେଲେ ଚଳିତ ପଞ୍ଚାୟତ ନିର୍ବାଚନ ରେ ଓବିଶି ଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରା ନ ଗଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ବିଜେପି ଚେତାବନୀ ଦେଇଛି ।

ଏହି ଦାବିପତ୍ର ପ୍ରଦାନ ବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ମହାକୁର, ସୁବର୍ଣ୍ଣପୁର ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ଵମ୍ଭର ମିଶ୍ର, ଉପସଭାପତି ଅଶୋକ ପୃଷ୍ଟି, ଜିଲ୍ଲା ପରିଷଦ ସଦସ୍ୟା ରୋହିଣୀ ଡାଙ୍ଗ, ବଳିଷ୍ଠ ମହାକୁର, କୃଷ୍ଣଚନ୍ଦ୍ର ସେଠୀ, ଭାଗିରଥି ବାଗ, ଗୋପାଳ କୃଷ୍ଣ ମହାଲିଙ୍ଗ, ଶାନ୍ତନୁ କୁମାର ମେଲ୍ଲୀ, ସୁରୁଚୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।