ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ଏବଂ ରକ୍ତଦାନ ଶିବିର

0
179
ଲକ୍ଷ୍ମୀ ନାରାୟଣ ସ୍ନାତକ

ରିପୋର୍ଟ : ରାକେଶ ମହାରଣା
କୋଦଳା, (୦୯/୦୧) : କବିସୂର୍ଯ୍ୟନଗର ନଗର ବିଧୟିକା ଙ୍କ ଦ୍ୱାରା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ନୂତନ ଶ୍ରେଣୀ ଗୃହ ଉଦଘାଟନ କରିବା ସହ ରକ୍ତଦାନ ଶିବର ରେ ଯୋଗଦାନ କରିଥିଲେ ।

ଆଗାମୀ ଦିନରେ ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ର ସୁରକ୍ଷା ପାଚେରୀ କରିବା ସହ ପିଲାଙ୍କ ପାଇଁ ଖେଳ ପଡିଆ ନୂତନ କୋଠା କରିବାକୁ ପ୍ରତିଶୃତି ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ ର ଅଧ୍ୟକ୍ଷ ରଘୁନାଥ ମୁଦୁଲି, ସଭାପତି ପରିଚାଳନା ପରିଷଦ ଏସ ସୂର୍ଯ୍ୟନାରାୟଣ ଦୋରା ସାଗରଚାନ୍ଦ ପାତ୍ର, ବିନୋଦ କୁମାର ମିଶ୍ର, ବିଷ୍ଣୁ ନାରାୟଣ ସେଠି, ପ୍ରଦୀପ କୁମାର ପଣ୍ଡା ଏବଂ କୋଦଳା ନଗର ବିଜେଡି ସଭାପତି ସଞ୍ଜୀବ କୁମାର ସାହୁ, ଗୋପାଳ କୃଷ୍ଣ ସାହୁ, ସୁଦାମ ମହାନ୍ତି, ମୁନା ମାହାନ୍ତି, କେଦାର ନାୟକ, ବିଜୟ ମହାପାତ୍ର ସହ କୋଦଳା ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ |