ଭୈରବୀ ଡିଗ୍ରୀ ମହା ବିଦ୍ୟାଳୟ ରେ ଅନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ

0
184
ଭୈରବୀ ଡିଗ୍ରୀ ମହା

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୦୮/୦୧) : ହରଭଙ୍ଗା ବ୍ଲକ ଭୈରବୀ ଡିଗ୍ରୀ ମହା ବିଦ୍ୟାଳୟ ପୁରୁଣାକଟକ ର ଇତିହାସ ବିଭାଗ ଆନୁକୂଲ୍ୟରେ ଅନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।

ଏହି ଆଲୋଚନା ଚକ୍ର ରେ ଫରାସୀ ରାଷ୍ଟ୍ର ବିପ୍ଳବ ରେ ଦାର୍ଶନିକ ମାନଙ୍କ ଭୂମିକା ଉପରେ ଭୈରବୀ ଡିଗ୍ରୀ ମହା ବିଦ୍ୟାଳୟ, ମାଁ ମାହେଶ୍ୱରୀ ଡିଗ୍ରୀ ମହାବିଦ୍ୟାଳୟ, ରାଜ କିଶୋର ନଗର ଡିଗ୍ରୀ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ । ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଙ୍କ ସଭାପତିତ୍ୱରେ ଅତିଥି ତଥା ଗବେଷକ ହିସାବରେ ମାଁ ମାହେଶ୍ୱରୀ ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଇତିହାସ ବିଭାଗ ର ମୁଖ୍ୟ ଅନିରୁଦ୍ଧ ମାହାକୁଡ଼, କିଶୋର ନଗର ମହାବିଦ୍ୟାଳୟ ର ଅଧ୍ୟକ୍ଷ ଜୟକୃଷ୍ଣ ପ୍ରଧାନ ଯୋଗ ଦେଇଥିଲେ ।

ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଭୈରବୀ କନିଷ୍ଠ ମହାବିଦ୍ୟାଳୟ ର ଇତିହାସ ଅଧ୍ୟାପକ ସଦାଶିବ ଜେନା, ସୁରେଶ୍ୱର ଯୋଶୀ, ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମ ଟିକୁ ଅଧ୍ୟାପକ ଲଳିତ କୁମାର ମେହେର ପରିଚାଳନା କରିଥିଲେ । ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଓ କର୍ମ ଚାରି ସମ୍ପୂର୍ଣ୍ଣ ମାତ୍ରାରେ ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ ।