ନିଜ ଭାଇ କୁ ହତ୍ୟା ମାମଲା ରେ ଫେରାର ଅଭିଯୁକ୍ତ ପୋଲିସ କାବୁରେ

0
189
ନିଜ ଭାଇ କୁ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୦୮/୦୧) : ଅପରାଧୀ ଯେତେ ଚାଲାକ ହେଉ, ଦିନେ ନା ଦିନେ ଆଇନ ହାତରେ ପଡିବା ସୁନିଶ୍ଚିତ । ଏହାର ସ୍ପଷ୍ଟ ଉଦାହରଣ ମିଳିଛି ବଲାଙ୍ଗୀର ଜିଲ୍ଲା ର ଟିଟିଲାଗଡ଼ ଥାନା ରେ । ନିଜ ଭାଇ କୁ ହତ୍ୟା ମାମଲା ରେ ଫେରାର ଅଭିଯୁକ୍ତ ପୋଲିସ କାବୁରେ ।

ସୂଚନା ଅନୁଯାୟୀ ଟିଟିଲାଗଡ଼ ହାଟପଦା ପଡ଼ା ର ସଞ୍ଜୟ ବେହେରା ନାମକ ଜଣେ ଯୁବକ ଦୀର୍ଘ ଦିନ ଧରି ନିଖୋଜ ହୋଇଯାଇଥିଲା । ଏ ନେଇ ଟିଟିଲାଗଡ଼ ଥାନା ରେ ଏକ ନିଖୋଜ ମାମଲା ରୁଜ୍ଜୁ ହୋଇଥିଲା । ମାମଲା ରୁଜ୍ଜୁ ହେବା ପରେ ପୋଲିସ ତା’ର ତଦନ୍ତ ପ୍ରକ୍ରିୟା ଆରମ୍ଭ କରି ଉକ୍ତ ନିଖୋଜ ସଞ୍ଜୟ ର ସାନଭାଇ କୁ ତଦନ୍ତ ପରିସର ଭୁକ୍ତ କରି ଜାଣିବାକୁ ପାଇଲେ ଯେ ସେ ନିଜେ ନିଜ ଭାଇ କୁ ଟିଟିଲାଗଡ଼ ରୁ ପାଞ୍ଚ କିମି ଦୂର ଝାରଦେବନ୍ଧ ଜଙ୍ଗଲ ରେ ହତ୍ୟା କରି ପୋତି ଦେଇଛି ।

ଥାନା ଅଧିକାରୀ ରଞ୍ଜନ ବରିହା ଅଭିଯୁକ୍ତ କୁ ନେଇ ସବ ଉଦ୍ଧାର କରି କୋର୍ଟ ଚାଲାଣ କରିଥିବା ବେଳେ ସେ ବର୍ତ୍ତମାନ ଜେଲ ରେ ଅଛି । ଉକ୍ତ ଅଭିଯୁକ୍ତ ର ଅନ୍ୟ ସହଯୋଗୀ ମାନେ ଫେରାର ଥିବା ଓ ସେ ନିଜେ ତାର ବିଦ୍ୟୁତ ବିଭାଗ ରେ କାର୍ଯ୍ୟ କରୁଥିବା ମୃତ ପିତା ଗିଦଲି ବେହେରା ଙ୍କ ଏଲ ଆଇ ସି ତଥା ଅନ୍ୟ ସମସ୍ତ ୧୫ ଲକ୍ଷ ଟଙ୍କା ପାଇଁ ଅନ୍ୟ ସହଯୋଗୀ ଙ୍କ ସହ ସୁଚିନ୍ତିତ ଯୋଜନା ରଚିଥିଲା । ହେଲେ ଉକ୍ତ ଅଭିଯୁକ୍ତ ତଥା ଅନ୍ୟ ସହଯୋଗୀ ଙ୍କ ମଧ୍ୟରେ ଟଙ୍କା ଭାଗ ବଣ୍ଟା ନେଇ ବଚସା ସୃଷ୍ଟି ହୋଇଥିଲା ।

ସେହିପରି ଉକ୍ତ ଅଭିଯୁକ୍ତ ର ହାଟପଦା ପଡ଼ା ସ୍ଥିତ ଘର ନିକଟରେ ଭଡା ରେ ରହୁଥିବା ଜଣେ ମହିଳା ଙ୍କ ସହ ଅନୈତିକ ସମ୍ପର୍କ ସହ ହତ୍ୟା ନେଇ ଅନ୍ୟ ସହଯୋଗୀ ମୋବାଇଲ ରେ ଭିଡ଼ିଓ ଉତ୍ତୋଳନ କରିଥିବା ଓ ଯଦି ତାର ମୃତ ପିତା ର ସମସ୍ତ ଟଙ୍କା ନ ଦେଲେ ପୋଲିସ ରେ ଭିଡିଓ ଦେଇ ଭାଇରାଲ କରିଦେବେ ବୋଲି ଧମକ ଦେଇଥିଲେ । ଅନିଚ୍ଛା ସତ୍ୱେ ନିଜ ବଡ଼ ଭାଇ କୁ ତାଙ୍କ ସହ ଯୋଜନା ବଦ୍ଧ ଭାବେ ହତ୍ୟା କରି ଜଙ୍ଗଲରେ ମାଟି ରେ ପୋତିଦେଇଥିଲେ ।

ହେଲେ ଏତିକି ରେ ଘଟଣା ସରିବା ବଦଳରେ ଥାନା ରେ ନିଜେ ଯାଇ ଆତ୍ମସମର୍ପଣ କରିବାକୁ କହି ହାଇକୋର୍ଟ ରୁ ଆମେ ଏଣ୍ଟିସେପ୍ଟିକ ବା ଆଗୁଆ ଜାମିନ ଆବେଦନ କରିଦେବୁ ଓ ତାଙ୍କ ର ଥିବା ଏକ ଜମି କୁ ସାତ ଲକ୍ଷ ଟଙ୍କା ରେ ବିକ୍ରି କରି ଜେଲ ରୁ ବାହାରିବା ମାତ୍ରେ ଆଉ ପାଞ୍ଚ ଲକ୍ଷ ତୁ ଏକୁଟିଆ ନେଇଜିବୁ ବୋଲି କହିଥିଲେ ବୋଲି ଶେଖ ଇସମାଇଲ (ଛଦ୍ମନାମ) ନାମକ ଜଣେ ଯୁବକ ଆମ ନିକଟରେ ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି ।

ଜେଲ ରେ ଥିବା ମୃତ ସଞ୍ଜୟ ର ସାନ ଭାଇ ର ଅନ୍ୟ ଫେରାର ଜଣେ ସହଯୋଗୀ ଉପେନ୍ଦ୍ର ବାରିକ (ବ-୨୭) ଆଜି ଶନିବାର ଟିଟିଲାଗଡ଼ ଥାନା ରେ ପୋଲିସ ରଖି ଅଧିକ ତଦନ୍ତ ଚାଲିଥିବା ସୂଚନା ମିଳିଛି । ପୋଲିସ ପାଇଁ ଦୁଇ ଦୁଇ ଟି ହତ୍ୟା କାଣ୍ଡ ମାତ୍ର କିଛି ମାସରେ ଘଟିବା ଓ ଯୋଜନା ବଦ୍ଧ ଅପରାଧିକ କାର୍ଯ୍ୟକଳାପ ନେଇ ଟିଟିଲାଗଡ଼ ପୋଲିସ ପାଇଁ ଏକ ବିରାଟ ଚ୍ୟାଲେଞ୍ଜ ପାଲଟିଥିଲା । ସିସି ଟିଭି ଫୁଟେଜ ଉପଯୁକ୍ତ ବୟାନ, ସାକ୍ଷୀ ଆଦି ରେ ପୋଲିସ ସାମ୍ନା କୁ ନ ଆସିବା ଏପରି କି କୌଣସି ପ୍ରକାର ସାହାଯ୍ୟ ନ ମିଳିବା ସତ୍ୱେ ରହସ୍ୟ ଉନ୍ମୋଚନ ବାସ୍ତବିକ ପ୍ରଶଂସନୀୟ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ।

ସେହିପରି ପ୍ରକୃତ ରହସ୍ୟ ଉନ୍ମୋଚନ ସହ ଅଟକ ଅଭିଯୁକ୍ତ ଶ୍ରୀ ବାରିକ ନିକଟରୁ ଆହୁରି ସବିଶେଷ ତଥ୍ୟ ସଂଗ୍ରହ ଜାରି ରଖିଥିବା ବେଳେ ପୋଲିସ ତଦନ୍ତ ଚାଲିଥିବା ବେଳେ ସବିଶେଷ ସୂଚନା ଦିଆଯାଇ ନାହିଁ । ରାଜ୍ୟରେ ଚହଳ ସୃଷ୍ଟି କରିଥିବା ଭାଇ ହେଲା ଭଗାରୀ ଖବର ର ପ୍ରକୃତ ରହସ୍ୟ ଓ ସତ୍ୟା ସତ୍ୟ ଉନ୍ମୋଚିତ ହେବା ନେଇ ସାଧାରଣ ଅପେକ୍ଷା ରତ ଅଛନ୍ତି ।