Related Contents

ଝରିଗାଁ ମହାବିଦ୍ୟାଳୟରେ ବିଶ୍ଵ ଏଡସ ଦିବସ ପାଳିତ

ଝରିଗାଁ (ତ୍ରିନାଥ ଧୂରୁଆ): ଝରିଗାଁ ମହା ବିଦ୍ୟାଳୟରେ ଯୂଥ ରେଡକ୍ରସ ତରଫରୁ ବିଶ୍ଵ ଏଡସ ଦିବସ ପାଳିତ ହୋଇଉଯାଇଛହି |

କଲେଜ ଅଧ୍ୟକ୍ଷ ଶିବପ୍ରସାଦ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟାଜିତ ଏକ ସ୍ୱତନ୍ତ୍ର ବୈଠକରେ ଝରିଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ଼. ସନ୍ତୋଷ ପ୍ରଧାନ, ଡକ୍ଟର ସୀମା ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ଏଡସ ସମ୍ପର୍କରେ ସଚେତନ କରଯାଇଥିଲେ । ଏହି କାର୍ଯକ୍ରମରେ ଅଧ୍ୟାପକ ଗୋପାଳ ମହାରଣା, ଅଧ୍ୟାପକ ଶଙ୍କର କୁମାର ମାଲା ,ଅଧ୍ୟାପିକା ତୁଷାରି ପଟ୍ଟନାୟକ, କ୍ରିଡା ଶିକ୍ଷକ କୈଲାଶ ଚନ୍ଦ୍ର ପ୍ରଧାନ, ମନୋଜ ମହାପାତ୍ର, ପ୍ରକାଶ ପଟ୍ଟନାୟକ,ସୁମିତ ଚନ୍ଦନ ପଟ୍ଟନାୟକ, ଦିବାକର ଗୌଡ, ସିମାଞ୍ଚଳ ବେହେରା ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଏଡସ ସମ୍ପର୍କୀୟ ସଚେତନ ବାର୍ତ୍ତା ଦେଇଥିଲେ | ଏଇ ବୈଠକ ପୂର୍ବରୁ ଆୟୋଜିତ ହୋଇଥିବା ତର୍କ ପ୍ରତିଯୋଗୀତାରେ କୃତି ଛାତ୍ର ଛାତ୍ରୀ ଲାଖିନାଥ ଭତ୍ରା,ଡିମ୍ବଳ ଜୈନ ,ଭଗବତୀ ଗୌଡ ଓ ରଚନା ଲିଖନରେ କୃତକାର୍ଯ ହୋଇଥିବା ଛାତ୍ର ଛାତ୍ରୀ ସୁଦିପ୍ତମହାନ୍ତି ,ଜ୍ୟାସ୍ନାମହୀ ରାଉତ ରାୟ ଓ ଲିଜା ବିଶୋଇଙ୍କୁ ଅଧକ୍ଷ୍ୟ ଓ ଅତିଥି ଦ୍ଵାରା ମାନପତ୍ର ଓ ପୁରସ୍କାର ପ୍ରଦାନ କରଯାଇଥିଲା | ଏଇ ଅବସରରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ଏକ ସଚେତନ ଶୋଭାଯାତ୍ରା ଝରିଗାଁ ସଦର ମହକୁମା ପରିକ୍ରମା କରିଥିଲେ ।

Comments are closed.