Friday, March 29, 2024

Top 5 This Week

Related Posts

ଡାକ୍ତରଖାନା ବନାମ ଡକାୟତ ଖାନା : ରବିବାର ସ୍ୱତନ୍ତ୍ର ରିପୋର୍ଟ

ରିପୋର୍ଟ : ସନ୍ତୋଷ କୁମାର ନାୟକ

କ୍ରମାଗତ ଭାବେ ଅଲୋଡ଼ା ଶିଶୁ ଆସୁଥିଲା କେଉଁଠୁ ? ରାଜ୍ୟ ରେ ଚର୍ଚ୍ଚିତ  ଅଲୋଡ଼ା ଶିଶୁ ନେଇ କାର୍ଯ୍ୟାନୁଷ୍ଠାନ ଦାବି, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଙ୍କ ଅଞ୍ଚଳର ଆର୍ଥିକ ଅସହାୟ ମହିଳା ଦାବି ମୁତାବକ ଲାଞ୍ଚ ଦେବାକୁ ବିକ୍ରି କଲେ ମଙ୍ଗଳସୁତ୍ର, ବିଳମ୍ବ ଯୋଗୁଁ ସନ୍ତାନ ର ମୃତ୍ୟୁ, ଆଦିବାସୀ କଲ୍ୟାଣ ସଂଭ ର ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ ।

ବଲାଙ୍ଗୀର, ତା(୦୯/୦୧) : ଡାକ୍ତରଖାନା ବନାମ ଡକାୟତ ଖାନା ପାଲଟିବା ପରି ଏକ ସଙ୍ଗିନ ମାମଲା ଲୋକଲୋଚନ କୁ ଆସିଛି । ଜୀବନ ରକ୍ଷା କରିବା ତଥା ସ୍ୱାସ୍ଥ୍ୟ ସେବା କୁ ବ୍ରତ କରିବା ବଦଳରେ ନିଜ ବୃତ୍ତି କରିଦେଇ ଥିବା ଏପରି କି ଦୟା, କ୍ଷମା ସବୁ ମୂଲ୍ୟହୀନ ପରିଲକ୍ଷିତ ହୋଇଛି ।

ଡାକ୍ତରଖାନା ବନାମ ଡକାୟତ ଖାନା ପାଲଟିବା ପରି ଏଭଳି ଏକ ସମ୍ବେଦନଶୀଳ ଘଟଣା ଇତି ମଧ୍ୟରେ ବାରମ୍ବାର ଅଜଣା ନବଜାତକ ଶିଶୁ ଉଦ୍ଧାର ହେଉଥିବା ବଲାଙ୍ଗୀର ଜିଲ୍ଲାରେ ସାମ୍ନା କୁ ଆସିଛି । ସୂଚନା କ୍ରମେ, ରାଜ୍ୟ ର ବଲାଙ୍ଗୀର ଜିଲ୍ଲା ର ଭୀମଭୋଇ ମ୍ୟାଡିକାଲ କଲେଜ ଓ ସହର ର ଆଖ ପାଖ ଅଞ୍ଚଳରେ କ୍ରମାଗତ ଭାବେ ଦେଖାଯାଇଅସୁଛି । ଏପରି କି ପୋଲିସ ଥାନା ରେ ମାମଲା ରୁଜ୍ଜୁ ହେବା ସତ୍ୱେ ମୃତ ସନ୍ତାନ ଆସିଲା କେଉଁଠୁ ତାର ଟେର ପୋଲିସ ପ୍ରଶାସନ ପାଇ ପାରିନାହିଁ ।

ପ୍ରକାଶ ଯେ,ଏହି ମ୍ୟାଡିକାଲ କଲେଜ ଡାକ୍ତରଖାନା କୁ ଦୈନିକ ଶହ ଶହ ସାଧାରଣ ତଥା ବିଶେଷ କରି ସ୍ୱତନ୍ତ୍ର ରୂପେ ପ୍ରତିଷ୍ଠିତ ମହିଳା ଓ ଶିଶୁ ସୁରକ୍ଷା ୟୁନିଟ କୁ ଗୁରୁତର ଅବସ୍ଥାରେ ଆସିଥାନ୍ତି । ହେଲେ ସ୍ଥାନ ଅଭାବ, କର୍ମଚାରୀ ଅଭାବ ଆଦି ନାନା ଆଳରେ କେବଳ ଅର୍ଥ ଦାବି କରି ଆଦାୟ କରାଯାଉଥିବା ବାରମ୍ବାର ଅଭିଯୋଗ ହେଉଛି । ଏପରି କି ସେ ପୁଅ ହେଉ କି ଝିଅ ଶହ ଶହ ପ୍ରସୂତି ଓ ଶିଶୁ ସ୍ୱାସ୍ଥ୍ୟ ସେବା କେବଳ କାଗଜ ପତ୍ର ରେ ସୀମିତ ରଖିବା ଦେଖାଯାଉଛି ।

ଅର୍ଥ ନ ଦେବା ପର୍ଯ୍ୟନ୍ତ ଭଗବାନ ଭରସାରେ ରହିବା ଓ ଯଦି ଜନ୍ମିତ ସନ୍ତାନ ର ମୃତ୍ୟୁ ହୋଇଜାଏ ତାକୁ ଗାଡି ଭଡା କରି ନିଜ ଘରକୁ ଆଣିବା ଅସମ୍ଭବ ହୋଇଥାଏ, କିନ୍ତୁ ମାତ୍ର ତିନି-ଚାରିସ ଟଙ୍କା ଦେଲେ ଉକ୍ତ ମୃତ ଶିଶୁକୁ ସେମାନେ ନେଇ ଉଚିତ ବ୍ୟବସ୍ଥା ଲୁକ୍କାୟିତ ଭାବେ କରିଦେବେ । ଏହି ଘଟଣା ନିୟମିତ ଭାବେ ଘଟୁ ଥିବା ଏକ ସାଧାରଣ କଥା ପାଲଟି ଯାଇଥିବା ବେଳେ ଜଣେ ମହିଳା ଅର୍ଥ ପ୍ରତିବନ୍ଧକ ସତ୍ୱେ ଅସହାୟ ହୋଇ ମୃତ ଶିଶୁ କୁ ନିଜ ଘରକୁ ଆଣିବା ନିମନ୍ତେ ୨୧ ଶହ ଟଙ୍କା ରେ ନିଜ ମଙ୍ଗଳସୂତ୍ର ବିକ୍ରି କରିଦେଲେ ।

ଓଡ଼ିଶା ରେ ବଣ୍ଟା ଯାଉଥିବା ବିଜୁ ସ୍ୱାସ୍ଥ୍ୟ ସେବା ବୀମା ଯୋଜନା କାର୍ଡ, ଦେଖେଇବା ମାତ୍ରେ ସାଙ୍ଗରେ ୧୪ ଶହ ଟଙ୍କା ନେଇଯାଇଥିବା ଓ ତାହା ୬ ସହ ଟଙ୍କାର ତିନୋଟି ଇଞ୍ଜେକ୍ସନ ଓ ଶିଶୁ କୁ ଔଷଧ ଲଗେଇବା ତଥା ଗରମ କାଚ ବାକ୍ସ ରେ ରଖିବା କୁ ଦିନ କୁ ୨୦୦ ଭାବେ ୬ ଶହ ଟଙ୍କା ଦାବି ମୁତାବକ ଦେଇଥିଲେ । ଦାବି ମୁତାବକ ଡାକ୍ତର ଖାନା ରେ ଟଙ୍କା ଦେଇ ନ ପାରିବା ଯୋଗୁଁ ଭର୍ତ୍ତି ସତ୍ୱେ ଚିକିତ୍ସା ଅଭାବରୁ ଶିଶୁ ଅଧିକ ଗୁରୁତର ହୋଇପଡିଥିଲା ଓ ମୃତ୍ୟୁ ର ଶିକାର ହୋଇଥିଲା ।

ସେଠି ମୃତ ଶିଶୁ କୁ ତିନି ଦିନ ପରେ କାର୍ଯ୍ୟରତ ନର୍ସିଂ ସିଷ୍ଟର ଥିବା କର୍ମଚାରୀ ୫୦୦ ଶହ ଟଙ୍କା ଦେଇ ଚାଲିଯାଅ ଆମେ ଶିଶୁ ର ଶବ କୁ ଗୋପନୀୟ ଭାବେ ଗାୟବ କରିଦେବୁ କହିଥିଲେ । କିନ୍ତୁ ମୃତ ସନ୍ତାନ ସେ ନେବେ କହି ଉକ୍ତ ମ୍ୟାଡିକାଲ କଲେଜ ଡାକ୍ତର ଖାନା ରେ ଥିବା ସରକାରୀ ଓ ବେସରକାରୀ ଗାଡି ଵାଲା ଙ୍କୁ ତାଙ୍କ ଘରେ ପହଞ୍ଚେଇ ଦେବେ ତଥା ଗାଡି ଭଡା ବି ଦେବେ କହି ନେହୁରା ହୋଇଥିଲେ । ହେଲେ ସରକାରୀ ଆମ୍ବୁଲାନ୍ସ ତଥା ସ୍ୱର୍ଗରଥ କେବଳ ଚିକିତ୍ସା ପାଇଁ ଆଣିବା ନିୟମ ଥିବା ବ୍ୟବସ୍ଥା ରହିଛି ବୋଲି କହିଥିଲେ ।

ଶେଷରେ ଶବ ନେଇ ଗଲେ ଟଙ୍କା ଦେବାକୁ ପଡିବ କହି ଆଗ ଟଙ୍କା ଦେଲେ ଯିବେ ବୋଲି କହିଥିବା ବେଳେ ବାଧ୍ୟ ହୋଇ ଲୋଇସିଙ୍ଘା ର ଭାଗତ ନାଗ ନାମକ ଜଣେ ବ୍ୟକ୍ତି ଙ୍କୁ ୨୧ ଶହ ଟଙ୍କା ରେ ତାଙ୍କ ମଙ୍ଗଳସୁତ୍ର କୁ ବିକ୍ରି କରି ସ୍ୱର୍ଗରଥ ରେ ଡ୍ରାଇଭର କୁ ଟଙ୍କା ଦେଇ ନିଜ ଗ୍ରାମ କୁ ଆସିଥିଲେ । ବଲାଙ୍ଗୀର ଜିଲ୍ଲା ର ମୁରିବାହ।ଲ ବ୍ଲକ ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଗ୍ରାମ ର ଜଣେ ଗର୍ଭବତୀ ମହିଳା ଙ୍କ ପ୍ରସବ ପାଇଁ ମୁରିବାହଲ ଓ ପରେ ଟିଟିଲାଗଡ଼ ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ । ମହିଳା ଜଣଙ୍କ ଭର୍ତ୍ତି ହୋଇଥିବା ବେଳେ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡ଼ଃ ବଳରାମ ସାହୁ ପ୍ରସବ କରେଇଥିବା ଓ ଶିଶୁ କୁ ବଲାଙ୍ଗୀର ନେଇଯିବା ପାଇଁ ଆମ୍ବୁଲେନ୍ସ ବ୍ୟବସ୍ଥା କରିଥିଲେ ।

ଟିଟିଲାଗଡ଼ ରେ ଶିଶୁ ଙ୍କୁ ରଖିବା ପାଇଁ ଆଵଶ୍ୟକୀୟ ବ୍ୟବସ୍ଥା ନ ଥିବା ଯୋଗୁଁ ଉଭୟ ମାଆ ଓ ଶିଶୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ ବୋଲି ତୁରନ୍ତ ବଲାଙ୍ଗୀର ନେଇ ଯିବାକୁ ପରାମର୍ଶ ଦେଇଥିଲେ । ଉପଯୁକ୍ତ ପ୍ରସବ କରେଇ ମାଆ ର ଜୀବନ ରକ୍ଷା ପାଇ ଥିବା ବେଳେ ତୁରନ୍ତ ଜନ୍ମିତ ଶିଶୁ ର ଚିକିତ୍ସା ଆବଶ୍ୟକ ଥିବା ବେଳେ ଭର୍ତ୍ତି କେବଳ କାଗଜ ପତ୍ର ରେ କରାଯାଇଥିଲା ।

ଏଭଳି ସ୍ଥିତିରେ ଏହି ବଲାଙ୍ଗୀର ଜିଲ୍ଲା ର ତେନ୍ତୁଳିଖୁଣ୍ଟି ଗ୍ରାମ ର ଉକ୍ତ ଗର୍ଭବତୀ ମାଆ ର ଜୀବନ ରକ୍ଷା ପାଇଯାଇଥିବା ବେଳେ ଜନ୍ମିତ ଶିଶୁ ର ଜୀବନ ଯିବା ସହ ୧୨୦୦ ସହ ଟଙ୍କା ଲାଞ୍ଚ ଦେବା ଓ ଉକ୍ତ ମୃତ୍ୟୁ ସନ୍ତାନ କୁ ୨୧୦୦ ଟଙ୍କା ର ଗାଡି ଭଡା କରି ନିଜ ଗ୍ରାମ କୁ ଫେରିବା ପାଇଁ ବଲାଙ୍ଗୀର ଶିଶୁ ବିଭାଗ ପରିସରରେ ଉକ୍ତ ପ୍ରସୂତି ମହିଳା ନିଜ ମଙ୍ଗଳସୁତ୍ର କୁ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ ।

ଗତ ୩୧ ତାରିଖ ରୁ ମାତୃ ଓ ଶିଶୁ ବିଭାଗ ରେ ଭର୍ତ୍ତି ହୋଇ ଶଯ୍ୟା ଅଭାବ ରୁ ତଳେ ଗଡ଼ି ରହିଥିବା ଓ ପରେ ଦୁଇ ଦିନ ପରେ ୩ ନମ୍ବର ବେଡ଼ ବା ଶଯ୍ୟା ନିକଟରେ ଉକ୍ତ ଶିଶୁ କୁ କାଚ ବାକ୍ସ ରେ ନେଇ ରଖିଥିଲେ । ଛଅ ସହ ଟଙ୍କାର ତିନିଟି ଇଞ୍ଜେକ୍ସନ ସହ ଉକ୍ତ ଶିଶୁ କୁ ମାଲିସ ବା ଔଷଧ ଲଗେଇବା ପାଇଁ ତିନି ଥର ଦୁଇଶହ ଟଙ୍କା ଲେଖାଏଁ ଦାବି ମୁତାବକ ଦେଇଥିଲେ । ହେଲେ ଉକ୍ତ ଶିଶୁ କୁ ତୁରନ୍ତ ଉକ୍ତ ବାକ୍ସ ସହ ଇଞ୍ଜେକ୍ସନ ବ୍ୟବସ୍ଥା କରିଥିଲେ ତାର ଜୀବନ ବଞ୍ଚି ଯାଇଥାନ୍ତା ।

ଟଙ୍କା ଦାବି କରି କର୍ମଚାରୀ ଆଗ ଦେବା ପରେ ଚିକିତ୍ସା ଆରମ୍ଭ ଜିଦ ଧରିଥିଲେ ଏପରି କି ଭର୍ତ୍ତି ଟିକଟ ଥିବା ସତ୍ୱେ କିଛି ସୁଫଳ ନ ପାଇଥିବା ଅଭିଯୋଗ ହୋଇଛି । ମ୍ୟାଡିକାଲ କଲେଜ ରେ କାକୁତି, ମିନତୀ ସତ୍ୱେ କିଛି ସୁଫଳ ନ ପାଇ ନିଜ ମଙ୍ଗଲସୁତ୍ର ବିକ୍ରି ସହ ଟଙ୍କା ଦାବି ପରେ ଚିକିତ୍ସା ଆରମ୍ଭ କରିଥିବା ବେଳେ ଶିଶୁ ଟି ର ଜୀବନ ଯିବା ସାର ହୋଇଥିଲା । ତେନ୍ତୁଳିଖୁଣ୍ଟି ଗ୍ରାମ ର ଏ ଘଟଣା ପରି ଏହି ମ୍ୟାଡିକ।ଲ କଲେଜ ଡାକ୍ତରଖାନାରେ ପ୍ରାୟ ଗତ ତିନି ମାସରେ ୧୪ ଗୋଟି ଜନ୍ମିତ ଶିଶୁଙ୍କ ମୃତ୍ୟୁ ହୋଇଛି ବୋଲି ସରକାରୀ ଭାବେ ପ୍ରକାଶ ପାଇଛି ।

ମିଳିଥିବା ସୂଚନା ଅନୁଯାୟୀ ଏହି ଡାକ୍ତରଖାନା କୁ ଦୂରଦୂରାନ୍ତରୁ ଆସିବା ଓ ତୁରନ୍ତ ବୁର୍ଲା ସ୍ଥାନାନ୍ତରିତ କରିବା ଓ ସେଠି କଟକ କୁ ଶଯ୍ୟା ଅଭାବ, ଅଧିକ ଗୁରୁତର ଆଳରେ ଏପରି ରେଫର କରିଦେଇ ଦାୟିତ୍ୱ ଶେଷ କରି ଆସୁଥିବା ଦେଖାଯାଉଛି । ଏବେ ଉକ୍ତ ତେନ୍ତୁଳିଖୁଣ୍ଟି ଗ୍ରାମ ର ପ୍ରସୂତି ମହିଳା ଶ୍ରୀମତୀ ପ୍ରଧାନୀ ଓ ତାଙ୍କ ପରିବାର ଲୋକେ ମିଶି ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ସହଯୋଗ ରେ ଗ୍ରାମରେ ଏକ ସଭାରେ ସବିଶେଷ ଆଲୋଚନା କରି ଶନିବାର ବିଭିନ୍ନ ବିଭାଗୀୟ ଅଧିକାରୀ ଙ୍କୁ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଲିଖିତ ଅଭିଯୋଗ ପତ୍ର ପ୍ରେରଣ ସହ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଶ୍ରୀ ସମ୍ପତ୍ତି ମାଝୀ ଡାକ୍ତରଖାନା ବନାମ ଡକାୟତ ଖାନା ପ୍ରସଙ୍ଗ ନେଇ ସ୍ଥାନୀୟ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ର ବିଧାୟିକା ତଥା ନିଜେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଥାଇ ଏପରି ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି । ।

Popular Articles