Advertisements
Monday, July 13, 2020
Home Farmer Issue ନବରଙ୍ଗପୁର ଜିଲ୍ଲାରେ ଧାନ ମଣ୍ଡିର ଶୁଭ।ରମ୍ବ

ନବରଙ୍ଗପୁର ଜିଲ୍ଲାରେ ଧାନ ମଣ୍ଡିର ଶୁଭ।ରମ୍ବ

ନବରଙ୍ଗପୁର ଜିଲ୍ଲା ପ୍ରତିନିଧି (ଏ. ସତୀଶ): ନବରଙ୍ଗପୁର ନିୟନ୍ତ୍ରତ ବଜାର ପରିସରରେ ୨୦୧୮- ୨୦୧୯ ଖରିଫ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି ।

ନବରଙ୍ଗପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ମନୋହର ରନ୍ଧାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭାରମ୍ଭ କରିଥିଲେ । ସମାନ୍ନିତ ଅତିଥି ଭାବେ ଜିଲ୍ଲାପାଳ ଅଜିତ କୁମାର ମିଶ୍ର ଯୋଗ ଦେଇ ଜିଲ୍ଲାରେ ସବୁ ମଣ୍ଡି ମାନଙ୍କରେ ଚାଷୀମାନେ ଯେପରି ହଇରାଣ ନ ହେବେ ତାହା ପ୍ରତି ଧ୍ୟାନ ଦେବା ପାଇଁ ସମସ୍ତ ଆରଏମସି ,ଲେମ୍ପ ଓ ଯୋଗାଣ ବିଭାଗ ର ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ । ଉପଜିଲ୍ଲାପାଳ ତଥା ନିୟନ୍ତ୍ରତ ବଜାର କମିଟି ଅଧ୍ୟକ୍ଷ କରୁଣାକର ରାଇକା ସଭାପତିତ୍ୱ ରେ ଏହି କାର୍ଯ୍ୟରେ ଆରଏମସି ସମ୍ପାଦକ ଅବକାଶ ବେହେରା ,ସିଏସଓ ପ୍ରଶାନ୍ତ କୁମାର ବେବର୍ତ୍ତ। , ଏସିଏସଓ ଲକ୍ଷଣ ରାଓ ,ମିଲ ସଙ୍ଘ ସଭାପତି ତାପସ ତ୍ରିପାଠୀ , ଆଶିଷ ରଞ୍ଜନ ପଟନାୟକ , ସରୋଜ ପାତ୍ର , ଟୁଟୁ ବେହେରା , ଝାଡେଶ୍ୱର ଖଡଙ୍ଗା , ମୋହନ ରାଓ ,ଏଆରସିଏସ ଚନ୍ଦ୍ର ସେଠିଆ , ରାଜେନ୍ଦ୍ର ତ୍ରିପାଠୀ ପ୍ରମୁଖ ମଞ୍ଚାସିନ ହୋଇଥିଲେ । ଚଳିତ ଖରିଫ ବର୍ଷ ୨୦୧୮- ୨୦୧୯ ପାଇଁ ଧାନ କୁଇଣ୍ଟାଲ ପ୍ରତି ସାଧରଣ ଧାନ ୧୭୫୦ ଟଙ୍କା ଓ “କ” ଶ୍ରେଣୀର ଧାନ ୧୭୭୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଜିଲ୍ଲାରେ ୫୩ ଗୋଟି ସ୍ଥାୟୀ ଓ ଅସ୍ଥାୟୀ ଧାନ ମଣ୍ଡି ମାନଙ୍କରେ ଲେମ୍ପସ ମାଧ୍ୟମରେ ଧାନ କ୍ରୟ ଓ ବିକ୍ରୟ କରାଯିବ ବୋଲି ସୂଚନା ଦେଇଥିଲେ। ପ୍ରଥମ ଦିନ ମଣ୍ଡିରେ ଚାଷୀ ମାନଙ୍କୁ ଟୋକେନ୍ ଦିଆଯାଇନଥିବା ଓ ଧାନ କ୍ରୟ କରି ନ ଥିବା ନେଇ ଚାଷୀ ମାନେ ଅଭିଯୋଗ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ଲେମ୍ପସର ଏମ ଡି , ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ଓ ମିଲେର ମାନେ ଯୋଗ ଦେଇଥିଲେ । ଆରଏମସି ର ଅଶୋକ କୁମାର ନନ୍ଦ , ଗଙ୍ଗା ରାଓ , ରାଜେନ୍ଦ୍ର ପଟନାୟକ , ବାବୁନି ପାଳ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସମ୍ଭାବ୍ୟ COVID-19 ଟିକା – ଥାଇଲ୍ୟାଣ୍ଡ ର ନଭେମ୍ବରରେ ମାନବ ପରୀକ୍ଷା କରିବାକୁ ଯୋଜନା

ବ୍ୟାଙ୍କକକ୍ (୧୨/୦୭): ନଭେମ୍ବରରେ ନୂତନ କରୋନାଭାଇରସ୍ ପାଇଁ ଏକ ସମ୍ଭାବ୍ୟ ଟିକା ପାଇଁ ମାନବ ପରୀକ୍ଷା ଆରମ୍ଭ କରିବାକୁ ଥାଇ ଅନୁସନ୍ଧାନକାରୀମାନେ ଯୋଜନା କରିଛନ୍ତି ଏବଂ ୧୦,୦୦୦ ଡୋଜ...

ବଡଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତା ବର୍ତ୍ତମାନ ମରଣଯନ୍ତା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର(ତା ୧୨୵ ୭): ବରଗଡ଼ ଜିଲା ସୋହେଲା-ପଦ୍ମପୁର ବିଜୁ ଏକ୍ସପ୍ରେସ ୱେର ବଡଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତାକାମ ମରଣଯନ୍ତା ପାଲଟିଛି ।...

ସଟଡାଉନ ଦ୍ୱିତୀୟ ସପ୍ତାହର ପ୍ରଥମ ଦିନରେ ମଧ୍ୟ ସାପ୍ତାହିକ ବଜାର ଗାଁ ଗହଳି ସୁନସାନ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୧୧:୭:୨୦): କୋରାପୁଟ ଜିଲା ସହ ରାଜ୍ୟ ଓ ଭାରତ ଓ ଦେଶ ବିଦେଶ ଠାରେ ଦିନକୁ ଦିନ ମହାମାରୀ କରୋନା ଭୟଙ୍କର...

କଳାହାଣ୍ଡି ଜିଲ୍ଲାରେ ୪ ପଜିଟିଭ ଚିହ୍ନଟ, ଭବାନୀପାଟଣାସ୍ଥିତ ପ୍ରାଇଭେଟ ହସପିଟାଲ ସିଲ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା //କଳାହାଣ୍ଡି (ତା.୧୧.୦୭.୨୦୨୦): କଳାହାଣ୍ଡି ଜିଲ୍ଲାରେ ଆଜି ତା.୧୧.୦୭.୨୦୨୦ ଶନିବାର ଦିନ ଚାରିଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।...

Recent Comments

%d bloggers like this: