କୋଇଲିସୂତା ଗ୍ରାମରେ ତିଳ ସପ୍ତମୀ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
114
କୋଇଲିସୂତା ଗ୍ରାମରେ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୦୯/୦୧) : ହରଭଙ୍ଗା ବ୍ଲକ ରାମଗଡ ପଞ୍ଚାୟତ କୋଇଲିସୂତା ଗ୍ରାମରେ ଆଜି ନବ ନିର୍ବାଚିତ ଗ୍ରାମ ସଭାପତି ପ୍ରତାପ କିଶୋର ବେହେରା ଙ୍କ ଅଧ୍ୟକ୍ଷତା ରେ ଆଗାମୀ ମାଘ ମାସ ର ତିଳ ସପ୍ତମୀ ନାମ ଯଜ୍ଞ ପାଇଁ ଗ୍ରାମ ର ଗୁଢ଼ୀ ଘର ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ସର୍ବ ପ୍ରଥମେ ବାବା କଇଁଫୁଲ ଭଗବାନ ଙ୍କ ପ୍ରତିମୂର୍ତ୍ତି ରେ ପୂଜା ଅର୍ଚନା କରି କୋଭିଡ ରେ ମୃତ୍ୟୁ ବରଣ କରିଥିବା ଯୁବ ସମାଜ ସେବୀ ଉଦ୍ଧବ ଜଗଦଲା ଙ୍କ ଅମର ଆତ୍ମା ର ସଦଗତି ସକାଶେ ନିରବ ପ୍ରାର୍ଥନା କରି ସଭା କାର୍ଯ୍ୟ ପରିଚାଳନା କରାଯାଇଥିଲା । ଏହି ବୈଠକ ରେ କୋଇଲିସୂତା ଗ୍ରାମରେ ସମସ୍ତେ ଉପସ୍ଥିତ ରହି କୋଭିଡ କଟକଣା ର ସମସ୍ତ ସରକାରୀ ନିୟମ କୁ ପାଳନ କରି ଏହି ଧାର୍ମିକ କାର୍ଯ୍ୟକ୍ରମ କରାଯିବ ପାଇଁ ନିଷ୍ପତି ନିଆଯାଇଛି ।

ଗ୍ରାମ ର ପୂର୍ବତନ ସଭାପତି ପ୍ରେମାନନ୍ଦ କର୍ଣ୍ଣ, ନନ୍ଦ ସେଠି, ବିଷ୍ଣୁ ଚରଣ ଦେହୁରୀ, ରାଘବ ବେହେରା, ମକୁନ୍ଦ ପାତ୍ର ଓ ବର୍ତମାନ ର ସଭାପତି ପ୍ରତାପ କିଶୋର ବେହେରା ଏବଂ ପୂର୍ବତନ ସମ୍ପାଦକ ରଶ୍ମିରଂଜନ ବାଘ, ରାଜୀବ ଜଗଦଲା, ରାଜୀବ କୁମାର ବେହେରା, ସୁଶାନ୍ତ କୁମାର ବେହେରା, ସୁରେନ୍ଦ୍ର ଦେହୁରୀ ଓ ବର୍ତମାନ ର ସମ୍ପାଦକ ବିଷ୍ଣୁ ଚରଣ ଦେହୁରୀ, ଶ୍ରେଷ୍ଠ ଗ୍ରାମ ସେବକ ଭାବେ ରାଜୀବ କୁମାର ବେହେରା, ଚିନ୍ତାମଣି କର୍ଣ୍ଣ, କୃତି ଛାତ୍ର ପ୍ରିୟ ବ୍ରତ କର୍ଣ୍ଣ, ସ୍ୱସ୍ତିକ ରଞ୍ଜନ ପ୍ରଧାନ ଙ୍କ ସହିତ ଗଣ ମାଧ୍ୟମ ପ୍ରତିନିଧି ଭାବରେ ସୁଶାନ୍ତ କୁମାର ବେହେରା ଙ୍କୁ ପୁଷ୍ପ ମାଳ ସହିତ ଉପ ଢୌକନ ଦେଇ ସମ୍ମାନିତ କରାଯାଇଥିଲା ।

ଗ୍ରାମ ର ସମସ୍ତେ ଏକ ମନ ଏକ ଚିତ୍ତ ହୋଇ ଗୋଟିଏ ମାଁ ର ସନ୍ତାନ ଭାବେ ଗ୍ରାମ ର ମାନ କୁ କେମିତି ପରିଚିତ କରିବେ ଓ ରଖିବେ ଏହା ଉପରେ ପୂର୍ବତନ ସଭାପତି ରାଘବ ବେହେରା ଉଦବୋଧନ ଦେବ ସହିତ ସୁରେନ୍ଦ୍ର ଦେହୁରୀ ସଭା କାର୍ଯ୍ୟ ସମାପ୍ତ କରିଥିଲେ ।