Advertisements
Sunday, May 31, 2020
Home Government News ଲାଲ ଗଡ଼ ମାଓ ପ୍ରବଣ ଅଂଚଳରେ ୨୦କୋଟି ଟଙ୍କାର ଗଂଜେଇ ଗଛ କଟାଗଲା

ଲାଲ ଗଡ଼ ମାଓ ପ୍ରବଣ ଅଂଚଳରେ ୨୦କୋଟି ଟଙ୍କାର ଗଂଜେଇ ଗଛ କଟାଗଲା

ରାୟଗଡା ଜିଲ୍ଲା ପ୍ରତିନିଧି (ଅମୂଲ୍ୟ ନିଶଙ୍କ): ରାୟଗଡା ଜ଼ିଲ୍ଲାର ମାଓ ପ୍ରବଣ ଅଂଚଳ ଚନ୍ଦ୍ରପୁର ବ୍ଲକର ଅଡ଼ମା, ଲାମ୍ବାରୁ, ଲିଡିଙ୍ଗପଦର, କାମପାଦର ଗୁଣ୍ଡୁରୀଗୁଡା ଅଂଚଳରେ ୯୪ଏକର ଜମିରେ ହୋଇଥିବା ଗଂଜେଇ ଚାଷକୁ ଜ଼ିଲ୍ଲା ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ନଷ୍ଟ କରାଯାଇଛି | ଯାହାର ଆନୁମାନିକ ମୂଲ୍ୟ ୨୦ କୋଟିରୁ ଉର୍ଧ୍ଵ ବୋଲି ଜ଼ିଲ୍ଲା ଅବକାରୀ ଆରକ୍ଷୀ ଅଧିକ୍ଷକ ଦଣ୍ଡପାଣି ବେହରା ସୂଚନା ଦେଇଛନ୍ତି |

ସୂଚନା ଯୋଗ୍ୟଯେ ଉପରୋକ୍ତ ଗ୍ରାମରେ ଗଂଜେଇ ଚାଷ ହୋଇଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଗତ ତିନି ଦିନ ଧରି ରାୟଗଡା ପୋଲିସ ଆରକ୍ଷୀ ଅଧିକ୍ଷକ ରାହୁଲ ପି. ଆର, ଅବକାରୀ ବିଭାଗ ଅଧିକ୍ଷକ ଦଣ୍ଡପାଣି ବେହେରା ଙ୍କ ନେତୃତ୍ୱରେ ମୁନିଗୁଡା ଏସଡିପିଓ ଚନ୍ଦ୍ରଶେଖର ହୋତା, ଥାନା ଅଧିକାରୀ ରାମେଶ୍ବସର ପ୍ରଧାନ, ମାଜିଷ୍ରଟେ ଦାଇତ୍ୱ ରେ ମୁନିଗୁଡା ଅତିରିକ୍ତ ତଥା ଚନ୍ଦ୍ରପୁର ତହସିଲଦାର, ଦାଇତ୍ୱରେ ଥିବା ଆୟୁବ ମଣ୍ଡଳ ଚନ୍ଦ୍ରପୁର ଥାନାର ଏ ଏସ ଆଇ ଅଶୋକ ପ୍ରଧାନ, ସମୀର ପ୍ରଧାନ, ସୁକାନ୍ତ ପ୍ରଧାନ, ସି ଆର ପି ଏଫ ୮ମ ବାଟାଲିୟନର ଯବାନ, କୃଷି ବିଭାଗ କର୍ମଚାରୀ ଓ ଶତାଧିକ ପୋଲିସ କର୍ମଚାରୀ ମିଳିତ ଭାବେ ଏହି ଅଭିଯାନରେ ସାମିଲ ହୋଇ ଗଂଜେଇ ଗଛ ନଷ୍ଟ କରିଥିଲେ | ଗତ ୨୯ତାରିଖରେ ପ୍ରଥମେ ଅଡ଼ମା ଅଂଚଳରେ ୨୫ ଏକର, ୩୦ତାରିଖରେ ଦ୍ଵିତୀୟ ଦିନ ଲାମ୍ବାରୁ, ଲିଃଡିଂଗପୋଡାର ଅଂଚଳରେ ୩୬ଏକର ଓ ୧ତାରିଖ ଦିନ ଗୁଣ୍ଡୁରୀଗୁଡା କମପୋଦର ଅଂଚଳରେ ୩୩ ଏକର ଗଂଜେଇ ଚାଷ ଜମି ନଷ୍ଟ କରିଛନ୍ତି | ପୁଣି ଭଭିଷ୍ୟତରେ ମଧ୍ୟ୍ୟ ଏହି ଗଂଜେଇ କଟା ଅଭିଯାନ ଚାଲୁରହିବ ବୋଲି ରାୟଗଡା ଏସ.ପି ସୂଚନା ଦେଇଛନ୍ତି | ଏହି ଅଂଚଳ ମାଓ ପ୍ରବଣ ହୋଇଥିବାରୁ ପୋଲିସ ପକ୍ଷରୁ ତୀକ୍ଷଣ ଦୃଷ୍ଟି ରଖାଯାଇଥିଲା | ମାଓବାଦୀଙ୍କନା ନେଇ କେତେକ ବ୍ୟକ୍ତି ଏହି ଅଂଚଳରେ ବ୍ୟାପକ ଗଂଜେଇ ଚାଷ କାମକୁ ପ୍ରଶ୍ରୟ ଦେଉଛନ୍ତି | ସେମାନଙ୍କୁ ଠିକଣା ସମୟରେ ଜବାବ ଦିଆଯିବ ବୋଲି ପୋଲିସ ସୂଚନା ଦେଇଛି |

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜିଲା ବିଜେଡି ସଭାପତି ଓ ହସ୍ତତନ୍ତ ମନ୍ତ୍ରୀଙ୍କ ସହ ପଟାଙ୍ଗି ଓ କୋରାପୁଟ,ଲୋଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ବନ୍ଧୁଗାଁ ଗସ୍ତ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୨୭:୫:୨୦): କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକ ଠାରେ ରହିଥିବା କରନା ଭାଇରସ ରୋଗ ବିଷୟରେ ଅଞ୍ଚଳରେ ତଦାରଖ ଓ ସମୀକ୍ଷା କରିବା...

ଭାରତୀୟ ଯୁବ ମୋର୍ଚ୍ଚା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୩୦/୦୫): ସମଗ୍ର ବିଶ୍ୱକୁ କରୋନା ଭୁତାଣୁ ପାଇଁ ପ୍ରଭାବିତ ଥିବା ବେଳେ ପଦ୍ମପୁର ଭାରତୀୟ ଜନତା ଯୁବମୋର୍ଚା ତରଫରୁ ଲଗାତାର ରକ୍ତଦାନ...

ବୁକୁରାମୁଣ୍ଡା ଠାରେ କରୋନା ଯୋଦ୍ଧାଙ୍କୁ ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୩୦/୫): ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭୁତାଣୁ କୋବିଡ଼-୧୯ ନିଜର କାୟା ବିସ୍ତାର କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ...

ଜାମସେଠ ଓ ଟେମରୀ ଗ୍ରାମରେ ବନ୍ଦେ ଉତ୍କଳ ଜନନୀ ଗାନ କରି କରୋନା ଯୋଦ୍ଧାଙ୍କୁ ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପାଇକମାଳ,୩୦/୫: କୋଭିଡ ଯୋଦ୍ଧାଙ୍କୁ ସମାନ ଜଣାଇ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ କ୍ରମେ ପାଇକମାଳ ଜାମସେଠ ଗ୍ରାମ ପଞ୍ଚାୟତରେ ସରପଞ୍ଚ ରମ୍ଭା ତାଣ୍ଡିଙ୍କ...

Recent Comments

%d bloggers like this: