Advertisements
Monday, July 13, 2020
Home Education & Literacy ଚନ୍ଦ୍ରପୁର ଠାରେ ବ୍ଲକ ସ୍ଥରୀୟ ଜନଜାତି ସାଂସ୍କୃତିକ ଉତ୍ସବ ପାଳିତ

ଚନ୍ଦ୍ରପୁର ଠାରେ ବ୍ଲକ ସ୍ଥରୀୟ ଜନଜାତି ସାଂସ୍କୃତିକ ଉତ୍ସବ ପାଳିତ

ରାୟଗଡା ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): ରାୟଗଡା ଜ଼ିଲ୍ଲାର ଆଦିବାସି ଅଧ୍ୟୁଷିତ ଚନ୍ଦ୍ରପୁର ବ୍ଲକରେ ବ୍ଲକ ସ୍ଥରୀୟ ଜନଜାତି ସାସ୍କୃତିକ ଉତ୍ସବ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି |

ଏଥିରେ ସ୍ୱତନ୍ତ୍ର ଉନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ଜଗନ୍ନାଥ ନୁଂତୃକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବର ଶୁଭ ଉଦଘାଟନ କରିଥିଲେ | ଆଦିବାସୀଙ୍କ କଳା ସଂସ୍କୃତି ଲୋପ ପାଉଥିବାରୁ ଏହାକୁ ଉଦ୍ଜୀବିତ କରିବା ପାଇଁ ପରାମର୍ଶ ଦେଇଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ପ୍ରକଳ୍ପ ପ୍ରସାଶକ ଆଇ ଟି ଡ଼ି ଏ ଗୁଣୁପୁର ଶ୍ରୀ ଗୋରାଚାନ୍ଦ ଗମାଙ୍ଗ, ସ୍ଥାନୀୟ ଗୋଷ୍ଟି ଉନୟନ ଅଧିକାରୀ ଜଜ ଡୁଙ୍ଗଡୁଙ୍ଗ, ବ୍ଲକ ଅଧକ୍ଷା ସଂଯୁକ୍ତା ପ୍ରତିଙ୍ଗା, ଜ଼ିଲ୍ଲା ପରିଷଦ ସଭ୍ୟା ସରସ୍ୱତୀ ମାଳବିଶୋୟୀ ଯୋଗଦେଇ ଆଦିବାସୀଙ୍କ କଳା ଓ ସଂସ୍କୃତିକୁ ଉଦ୍ଜୀବିତ କରିବା ସହ ଦେଶ ବିଦେଶରେ ପରିଚିତ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ଅତିଥି ମାନେ ମତ ଦେଇଥିଲେ | ଏହି ବ୍ଲକର ସମସ୍ତ ପଂଚାୟତର ସରପଞ୍ଚ ମାନେ ମଧ୍ୟ୍ୟ ମଂଚାସୀନ ଥିଲେ | ବହୁ ସଂଖ୍ୟାରେ ଆଦିବାସୀ ମନେ ଯୋଗ ଦେଇ ଭରପୁର ମଜାଉଠାଇଥିଲେ | ସ୍କୁଲରୁ ଆସିଥିବା ଛୋଟ ଛୋଟ ପିଲାମାନେ ଆଦୀବାସିଙ୍କ ସଂସ୍କୃତି ଉପରେ ନୃତ୍ୟ ପରିବେଷଣ କରିଥିଲେ | ଏଥିରେ ଅତିରିକ୍ତ ମଙ୍ଗଳ ଅଧିକାରୀ ଗୁଣୁପୁର ବିଦ୍ୟା ଭୂଷଣ ମହାନ୍ତି ମଂଚାସୀନ ହୋଇ ଆଦିବାସିଙ୍କ କଳା ସଂସ୍କୃତି କିପରି ସୃଷ୍ଟି ହୋଇଥିଲା, ବର୍ଣ୍ଣନା କରିଥିଲେ ଲୋକଙ୍କୁ ସଚେତନ ନିମନ୍ତେ କୃଷି ଉଦ୍ୟାନ ଅଙ୍ଗନବାଡି ଓରମାସ ମିଶନଶକ୍ତି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଷ୍ଟଲ ମନଖୋଲାଯାଇଥିଲା | ଏହି କାର୍ଯ୍ୟକ୍ରମକୁ ସୁଚାର ରୂପେ ପରିଚାଳନା ନିମନ୍ତେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ପଂଚାୟତ ଅଧିକାରୀ ଗ୍ରାମସେବକ ମାନେ ସହଯୋଗ କରିଥିଲେ | ବୁଡ଼ୁବାଲି ଆଶ୍ରମ ସ୍କୁଲ ପିଲାମାନଙ୍କ ନୃତ୍ୟ ଉପସ୍ଥିତ ଜନତାକୁ ମନମୁଗ୍ଧ କରିଥିଲା |

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସମ୍ଭାବ୍ୟ COVID-19 ଟିକା – ଥାଇଲ୍ୟାଣ୍ଡ ର ନଭେମ୍ବରରେ ମାନବ ପରୀକ୍ଷା କରିବାକୁ ଯୋଜନା

ବ୍ୟାଙ୍କକକ୍ (୧୨/୦୭): ନଭେମ୍ବରରେ ନୂତନ କରୋନାଭାଇରସ୍ ପାଇଁ ଏକ ସମ୍ଭାବ୍ୟ ଟିକା ପାଇଁ ମାନବ ପରୀକ୍ଷା ଆରମ୍ଭ କରିବାକୁ ଥାଇ ଅନୁସନ୍ଧାନକାରୀମାନେ ଯୋଜନା କରିଛନ୍ତି ଏବଂ ୧୦,୦୦୦ ଡୋଜ...

ବଡଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତା ବର୍ତ୍ତମାନ ମରଣଯନ୍ତା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର(ତା ୧୨୵ ୭): ବରଗଡ଼ ଜିଲା ସୋହେଲା-ପଦ୍ମପୁର ବିଜୁ ଏକ୍ସପ୍ରେସ ୱେର ବଡଜୋରରୁ ବିଜେପୁର ପଟକୁ ଯାଇଥିବା ରାସ୍ତାକାମ ମରଣଯନ୍ତା ପାଲଟିଛି ।...

ସଟଡାଉନ ଦ୍ୱିତୀୟ ସପ୍ତାହର ପ୍ରଥମ ଦିନରେ ମଧ୍ୟ ସାପ୍ତାହିକ ବଜାର ଗାଁ ଗହଳି ସୁନସାନ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୧୧:୭:୨୦): କୋରାପୁଟ ଜିଲା ସହ ରାଜ୍ୟ ଓ ଭାରତ ଓ ଦେଶ ବିଦେଶ ଠାରେ ଦିନକୁ ଦିନ ମହାମାରୀ କରୋନା ଭୟଙ୍କର...

କଳାହାଣ୍ଡି ଜିଲ୍ଲାରେ ୪ ପଜିଟିଭ ଚିହ୍ନଟ, ଭବାନୀପାଟଣାସ୍ଥିତ ପ୍ରାଇଭେଟ ହସପିଟାଲ ସିଲ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା //କଳାହାଣ୍ଡି (ତା.୧୧.୦୭.୨୦୨୦): କଳାହାଣ୍ଡି ଜିଲ୍ଲାରେ ଆଜି ତା.୧୧.୦୭.୨୦୨୦ ଶନିବାର ଦିନ ଚାରିଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।...

Recent Comments

%d bloggers like this: