ସାତୋକୋଶିଆ ଅଭୟାରଣ୍ୟ ରେ ସରିଲା ପକ୍ଷୀ ଓ କୁମ୍ଭୀର ଗଣନା

0
191
ସାତୋକୋଶିଆ ଅଭୟାରଣ୍ୟ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୦୮/୦୧) : ନୟାଗଡ଼ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ସାତୋକୋଶିଆ ଅଭୟାରଣ୍ୟ ମହାନଦୀ ଗଣ୍ଡ ର ଚକ୍ରଗଡା ଠାରୁ ବେଳପୁଞ୍ଜି ମଠ ପର୍ଯ୍ୟନ୍ତ ନଦୀ ର ଉଭୟ ପାର୍ଶ୍ୱରେ ଚାଲିଥିବା ପକ୍ଷୀ ଓ କୁମ୍ଭୀର ଗଣନା ଶେଷ ହୋଇଛି ।WhatsApp Image 2022 01 08 at 9.29.50 AM ସାତୋକୋଶିଆ ଅଭୟାରଣ୍ୟ ରେ ସରିଲା ପକ୍ଷୀ ଓ କୁମ୍ଭୀର ଗଣନା

ପକ୍ଷୀ ଗଣନା କାର୍ଯ୍ୟରେ ତିନୋଟି ବନଖଣ୍ଡ ଅଧୀନରେ ୧୪ ଟି ଟିମ ଦ୍ଵାରା କାଠ ଡ଼ଙ୍ଗା ସାହାଯ୍ୟରେ ମହାନଦୀ ଏବଂ ସାତୋକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ଦୁଇଟି ପୋଖରୀରେ ପକ୍ଷୀ ଓ କୁମ୍ଭୀର ଗଣନା କାର୍ଯ୍ୟ ହୋଇଥିଲା । ଚଳିତ ବର୍ଷ ଦେଶୀ ଓ ବିଦେଶୀ ପକ୍ଷୀ ୩୧ ଟି ପ୍ରଜାତିର ଆଗମନ ମୋଟ ୨୦୭୧ ଗୋଟି ପକ୍ଷୀଙ୍କ ଆଗମନ ହୋଇଥିଲା ବେଳେ ଘଡ଼ିଆଳ କୁମ୍ଭୀର ୪ ଗୋଟି ଓ ମଗର ପ୍ରଜାତି ର କୁମ୍ଭୀର ୬୫ ଗୋଟି ଓ କଇଁଛ ବିଭିନ୍ନ ପ୍ରଜାତି ର ୭୮ ଗୋଟି ଚିହ୍ନଟ ହୋଇଥିବା ନୟାଗଡ ବନ୍ୟପ୍ରାଣୀ ଡି.ଏଫ. ଓ ସମୀର କୁମାର ଦାସ ପ୍ରକାଶ କରିଛନ୍ତି ।

ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ କିଛି ମାତ୍ର ରେ କମିଥିବା ଶ୍ରୀ ଦାସ ପ୍ରକାଶ କରିଛନ୍ତି । ପକ୍ଷୀ ଙ୍କ ମଧ୍ୟରେ ବ୍ରାହିମନୀ ଡକ(ଚକୁଆ), ପାଣି ଡୁବୁକି, ମାଈଗ୍ରାଟୋରୀ, ଲାଞ୍ଜିଗେଣ୍ଡି, ହଂସରା ନି, ଟଣ୍ଟିଆ, ନଦୀ ଟଣ୍ଟିଆ, ହଳଦୀମୁହାଁ ଟଣ୍ଟିଆ, ପାଣିଚିରା ଗ୍ରେଟ ଥିକନୀ, ଜେଟିଂସ ଫ୍ଲୋଭର, କମନ ଗ୍ରୀନ ସାଙ୍କ ଆଦି ପ୍ରଜାତିରା ପକ୍ଷୀ ରହିଥିବା ଜଣାପଡିଛି ।

ଏହି ଗଣନା କର୍ଯ୍ୟ ରେ ବନ୍ୟପ୍ରାଣୀ ବିଭାଗ ର ଏସିଏଫ ସୁଭଦର୍ଶନୀ ମହାନ୍ତି, ରେଞ୍ଜ ଅଧିକାରୀ ସଂସାର ବର୍ଗିଆ ଓ ବନ୍ୟପ୍ରାଣୀ ବିଭାଗ ର ୧୦୫ ଜଣ କର୍ମଚାରୀ ନିୟୋଜିତ ହୋଇଥିବା ବିଭଗୀୟ ସୂତ୍ରରୁ ପ୍ରକାଶ ।